Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପିଲାଙ୍କୁ ସିଗାରେଟ୍ ଟାଣୁଥିବା ଦେଖିବାକୁ ପସନ୍ଦ କରିବି... ଏମିତି କାହିଁକି କହିଲେ ଡେନମାର୍କ ପ୍ରଧାନମନ୍ତ୍ରୀ ?

ପିଲାଙ୍କୁ ସିଗାରେଟ୍ ଟାଣୁଥିବା ଦେଖିବାକୁ ପସନ୍ଦ କରିବି... ଏମିତି କାହିଁକି କହିଲେ ଡେନମାର୍କ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ, ୦୪/୦୬ : ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ। କହିଲେ ପିଲାମାନଙ୍କୁ ଧୂମପାନ କରୁଥିବା ଦେଖିବାକୁ ପସନ୍ଦ କରିବି। ଡେନମାର୍କ ପିଏମ୍ ମେଟେ ଫ୍ରେଡରିକ୍ସନଙ୍କ ଏକ ପୁରୁଣା ଭିଡିଓ ଏବେ ଭାଇରାଲ୍ ହେଉଛି। ତେବେ ଏଭଳି କହିବା ପଛରେ ତାଙ୍କର ଅଲଗା ଉଦ୍ଦେଶ୍ୟ ରହିଛି। ସୋସିଆଲ ମିଡିଆ ନିଶା ଅପେକ୍ଷା ସେ ପିଲାମାନଙ୍କୁ ସିଗାରେଟ୍ ଟାଣୁଥିବା ଦେଖିବାକୁ ପସନ୍ଦ କରିବେ ବୋଲି କହିଛନ୍ତି।

ଏଆଇ ଏବଂ ଶିଶୁ ସୁରକ୍ଷା ପ୍ରସଙ୍ଗରେ ଆୟୋଜିତ ଏକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ଡେନମାର୍କ ପିଏମ୍ ମେଟେ ଫ୍ରେଡରିକ୍ସନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ଡିଜିଟାଲ୍ ନିଶା ସହ ତମ୍ବାଖୁ ସେବନ ସହ ତୁଳନା କରିଥିଲେ। ସେ କହିଥିଲେ ଯେ, ଆଜି ଯଦି ମୋର ଛୋଟ ପିଲାଟିଏ ଥାଆନ୍ତା ତାହେଲେ ମୁଁ ତାକୁ ସୋସିଆଲ ମିଡିଆରେ ବୁଡ଼ି ରହିବା ଅପେକ୍ଷା ଧୂମପାନ କରୁଥିବା ଦେଖିବାକୁ ପସନ୍ଦ କରିବି। ଡେନମାର୍କ ସରକାରଙ୍କ କହିବା ଅନୁଯାୟୀ, ପିଲାମାନଙ୍କୁ ଅଶ୍ଳୀଳ ଡିଜିଟାଲ୍ କଣ୍ଟେଣ୍ଟ ଠାରୁ ଦୂରେଇ ରଖିବା ଉଚିତ୍। ଏହାକୁ ନେଇ ଫ୍ରେଡରିକ୍ସନ ଲଗାତର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କେବଳ ସେତିକି ନୁହେଁ ସେ ବଡ଼ ଟେକ୍ନୋଲୋଜି କମ୍ପାନୀଙ୍କ ଉପରେ କଡ଼ା ନିୟମ ମଧ୍ୟ ଲାଗୁ କରିଛନ୍ତି। ସେ ଲଗାତର ୟୁରୋପିଆନ ୟୁନିଅନ ଉପରେ ମଧ୍ୟ ସୋସିଆଲ ମିଡିଆ ନେଟୱାର୍କରେ ବୟସ ଭେରିଫିକେସନ ଲାଗୁ କରିବାକୁ ଚାପ ପକାଉଛନ୍ତି। ତାଙ୍କ ମତରେ ସୋସିଆଲ ମିଡିଆ ବ୍ୟବହାର କରିବାର ବୟସ ୧୫ ବର୍ଷରୁ ଉର୍ଦ୍ଧ୍ଵ ହେବା ଉଚିତ୍।

Denmark's PM Mette Frederiksen:

There is a total established link between power, political power, capital, tech giants and AI. And the purpose of this is undermining democracy.

That's the goal because the people who are developing this stuff are against democracy.

I met Sam… pic.twitter.com/ROl7vEyg6h

ଆହୁରି ପଢନ୍ତୁ- ଟ୍ରମ୍ପଙ୍କୁ ଶକ୍ତ ଝଟ୍କା, ସ୍ପିକରଙ୍କ ବିରୋଧ ସତ୍ତ୍ୱେ ଆମେରିକା ସଂସଦରେ ପାସ୍ ହେଲା ରାଷ୍ଟ୍ରପତିଙ୍କ ବିରୋଧୀ ପ୍ରସ୍ତାବ !

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସୋସିଆଲ ମିଡିଆ ବ୍ୟବହାର କରିବା ଦ୍ଵାରା ପିଲାମାନଙ୍କ ଭିତରେ ଡିପ୍ରେସନ, ଡୁମ୍ ସ୍କ୍ରୋଲିଂ, ନିଦ୍ରାହୀନତା ଭଳି ଲକ୍ଷଣ ଦେଖାଯାଏ। ଏହାଦ୍ଵାରା କମ୍ ବୟସରୁ ପିଲାମାନେ ଖରାପ ବାଟକୁ ଚାଲିଯାଆନ୍ତି। ଏଥିପାଇଁ ଅଷ୍ଟ୍ରେଲିଆ ଠାରୁ ନେଇ ୟୁରୋପ ଯାଏଁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଭାରତରେ ମଧ୍ୟ ଖୁବଶୀଘ୍ର ଏହି ପ୍ରତିବନ୍ଧକ ଲାଗିବ ବୋଲି ଚର୍ଚ୍ଚା ହେଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia