Dailyhunt
ପ୍ରେମ କରି ବାହା ହୋଇଥିଲେ, ଦୁଇ ଛୁଆଙ୍କ ଆଗରେ ଝୁଲି ପଡ଼ିଲେ ଦମ୍ପତ୍ତି

ପ୍ରେମ କରି ବାହା ହୋଇଥିଲେ, ଦୁଇ ଛୁଆଙ୍କ ଆଗରେ ଝୁଲି ପଡ଼ିଲେ ଦମ୍ପତ୍ତି

ନୂଆଦିଲ୍ଲୀ: ଘରୁ ଶୁଭୁଥିଲା ପିଲାଙ୍କ କାନ୍ଦ ସ୍ବର । ଶୁଣିବା ପରେ ପଡ଼ୋଶୀ ଯାଇ ଦେଖିବା ବେଳକୁ ସ୍ବାମୀ-ସ୍ତ୍ରୀ ଝୁଲି ପଡ଼ିଛନ୍ତି । ଉତ୍ତରପ୍ରଦେଶରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଯାହା ଶୁଣିଲେ ଦୁଃଖ ଆସିଯିବ । ପାରିବାରିକ କଳହର କରୁଣ ପରିଣତି । ଝଗଡ଼ା ପାଇଁ ପ୍ରାଣ ହରାଇଥିବା ଦମ୍ପତ୍ତି ଦୁଇ ଛୁଆଙ୍କ ମୁହଁକୁ ମଧ୍ୟ ଚାହିଁଲେ ନାହିଁ ।

ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ମୃତକ ହେଲେ ଲଲ୍ଳୁ ଏବଂ ଗୋମତୀ ।

କୁହାଯାଉଛି କି, ଉଭୟ ୭ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ପ୍ରଥମେ ବେଶ ଖୁସିରେ ଚଳୁଥିଲେ । ସେମାନଙ୍କର ଦୁଇ ଛୁଆ ମଧ୍ୟ ରହିଛନ୍ତି । ପରେ କିନ୍ତୁ ପାରିବାରିକ କଳହ ବଢ଼ିବାରେ ଲାଗିଥିଲା । ସବୁବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିବା ପଡ଼ୋଶୀମାନେ କହିଛନ୍ତି । ତେବେ ସେମାନେ ପ୍ରାଣ ହରାଇଥିବାବେଳେ ଦୁଇ ଛୁଆ ଏବେ କେମିତି ଚଳିବେ ? ସେମାନଙ୍କୁ କିଏ ରଖିବ ? ଭବିଷ୍ୟତ କଣ ହେବ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପଡ଼ୋଶୀଙ୍କ କହିବା ଅନୁଯାୟୀ ଲଲ୍ଲୁ ଏକ ଜମି ଲିଜରେ ନେଇଥିଲେ । ଏହାସହ ସେ ସବୁବେଳେ ମଦ୍ୟପାନ କରି ଘରକୁ ଆସନ୍ତି । ଯେଉଁ କାରଣରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଥାଏ । ଅନେକଥର ଏହା ଉଗ୍ରରୂପ ମଧ୍ୟ ନେଇଛି । ଘରେ ଦୁଇ ଛୁଆଙ୍କ ଆଗରେ ମଧ୍ୟ ସେମାନେ ଏଭଳି ଝଗଡ଼ା କରନ୍ତି । ଶେଷରେ ସେମାନେ ଏହି ଦୁଇ ନିଷ୍ପାପ ଶିଶୁଙ୍କ ମୁହଁକୁ ନ ଚାହିଁ ପ୍ରାଣ ହରାଇଦେଲେ । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ତେବେ ସେମାନଙ୍କ ପିଲାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଏହାସହ ପଢ଼ନ୍ତୁ : କମାଲ କଲେ KKR ବୋଲର,୧୬୫ ରନରେ ଅଟକିଲା ହାଇଦ୍ରାବାଦ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia