Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
PUC fine Odisha : କମିବ ପ୍ରଦୂଷଣ ସାର୍ଟିଫିକେଟ୍‌ ଜରିମାନା, ଆଜି ଘୋଷଣା କରିବେ ପରିବହନ ମନ୍ତ୍ରୀ

PUC fine Odisha : କମିବ ପ୍ରଦୂଷଣ ସାର୍ଟିଫିକେଟ୍‌ ଜରିମାନା, ଆଜି ଘୋଷଣା କରିବେ ପରିବହନ ମନ୍ତ୍ରୀ

ଟକ, ୨/୯ : ଦୀର୍ଘ ଦିନର ଦାବି ପରେ ଶେଷରେ ପରିବହନ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ (ପିୟୁସିସି) ଜରିମାନା ହ୍ରାସ କରିବାକୁ ଯାଉଛି । ଦିଲ୍ଲୀ ପରେ ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶାରେ ପିୟୁସିସି ନଥିଲେ ସର୍ବାଧିକ ୧୦ ହଜାର ଟଙ୍କା ଜରିମାନା ଲାଗୁ କରାଯାଇଛି । ଏନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଲାଗିରହିଛି ।

ଏଭଳି ସ୍ଥିତିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ଭୁବନେଶ୍ୱରରେ ଜରିମାନା ହ୍ରାସ ସଂପର୍କରେ ଘୋଷଣା କରିବେ ବୋଲି ସୂଚନା ମିଳିଛି ।

ପାଖାପାଖି ବର୍ଷେ ହେବ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌କୁ ନେଇ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ପ୍ରଦୂଷଣ ସାର୍ଟିଫିକେଟ୍‌ ନଥିଲେ ପେଟ୍ରୋଲ ପମ୍ପରେ ଗାଡ଼ି ପାଇଁ ତେଲ ମିଳିବ ନାହିଁ ବୋଲି ସରକାର କଟକଣା ଜାରି କରିବା ଘଟଣା ଆଲୋଡନ ସୃଷ୍ଟି କରିଥିଲା । ଏନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଏହି କଟକଣା ଉଠାଇ ଦିଆଯାଇଥିଲା । କିନ୍ତୁ ସାର୍ଟିଫିକେଟ୍‌ ନଥିଲେ ସର୍ବାଧିକ ୧୦ ହଜାର ଟଙ୍କା ଜରିମାନା ଲାଗୁ କରି ରାଜ୍ୟ ସରକାର ଗାଡ଼ି ଚାଳକମାନଙ୍କୁ ଏକପ୍ରକାର ଶୋଷଣ କରୁଥିବା ଅଭିଯୋଗ ହେଉଥିଲା । କାରଣ କେନ୍ଦ୍ରୀୟ ମୋଟରଯାନ ଆଇନରେ ଜରିମାନା ବାବଦରେ ୧ ହଜାରରୁ ସର୍ବାଧିକ ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିରୁ ରାଜ୍ୟ ସରକାର ପ୍ରଦୂଷଣ ପାଇଁ କେତେ ଜରିମାନା ଧାର୍ଯ୍ୟ କରିବେ ଏହା ତାଙ୍କର ଇଚ୍ଛାଧୀନ ।

ଆହୁରି ପଢନ୍ତୁ- Weather Update: ଏହି ୩ ଜିଲ୍ଲାରେ ଘଡ଼ି ଘଡି ସହ ପ୍ରବଳ ବର୍ଷିବ ; ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ବଢିଲା ବନ୍ୟା ଭୟ

ଅନେକ ରାଜ୍ୟରେ ପିୟୁସିସି ନଥିଲେ ପ୍ରଥମ ଥର ଜରିମାନା ପାଇଁ ୧ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲାବେଳେ ଯଦି ସେହି ସମାନ ଗାଡ଼ିରେ ଦ୍ୱିତୀୟ ଥର ଏହି ନିୟମର ଉଲ୍ଲଂଘନ ହୁଏ ତାହେଲେ ୨ହଜାର ଟଙ୍କା ଜରିମାନା ଲାଗୁ କରାଯାଉଛି । କିନ୍ତୁ ଓଡ଼ିଶା ସରକାର ଏଥିପାଇଁ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ । ବିଭିନ୍ନ ଟୋଲ୍‌ଗେଟ୍‌ରେ ଗାଡ଼ିର ଅଟୋମେଟିକ୍‌ ଚାଲାଣ କଟିବା ବ୍ୟବସ୍ଥା କରାଯିବା ପରେ ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଫଳରେ ରାଜ୍ୟ ପରିବହନ ବିଭାଗ ସେତେବେଳେ ଏହି ଜରିମାନା ଅର୍ଥ ହ୍ରାସ କରାଯିବ ବୋଲି ଘୋଷଣା କରିଥିଲା । ଏବେ ପ୍ରାୟ ୧୦ମାସ ପରେ ରାଜ୍ୟ ପରିବହନ ଜରିମାନା ଅର୍ଥ ହ୍ରାସ ସଂକ୍ରାନ୍ତରେ ଘୋଷଣା କରିବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ସରକାର ଏହି ଜରିମାନା ଅର୍ଥକୁ ୧୦ହଜାର ଟଙ୍କାରୁ ୧ହଜାର ଟଙ୍କାକୁ ହ୍ରାସ କରିବାର ସମ୍ଭାବନା ରହିଛି । ଯଦି କେହି ନିଜ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍‌ ନକରି ପ୍ରଥମ ଥର ଧରାପଡ଼ନ୍ତି ତାହେଲେ ୧ହଜାର ଟଙ୍କାର ଜରିମାନା କରାଯିବ । ଦ୍ୱିତୀୟ ବାର ଧରାପଡ଼ିଲେ ୧ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯିବ ବୋଲି ଆପାତତଃ ସ୍ଥିର ହୋଇଥିବା ଜଣାପଡ଼ିଛି ।

ଦୁଇମାସ ହେଲା ଖସୁନି ପରିବା ଦର|​​​​​​​

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia