Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
PUCC fine reduced : ଗାଡି ମାଲିକଙ୍କୁ ବଡ଼ ଆଶ୍ଵସ୍ତି, ପିୟୁସିସି ଜରିମାନା ରାଶି ହ୍ରାସ କଲେ ସରକାର

PUCC fine reduced : ଗାଡି ମାଲିକଙ୍କୁ ବଡ଼ ଆଶ୍ଵସ୍ତି, ପିୟୁସିସି ଜରିମାନା ରାଶି ହ୍ରାସ କଲେ ସରକାର

ଭୁବନେଶ୍ଵର, ୨/୯ : ଗାଡି ମାଲିକ ଓ ଚାଳକଙ୍କୁ ବଡ଼ ଆଶ୍ଵସ୍ତି । ପିୟୁସିସି ଜରିମାନା ରାଶି ହ୍ରାସ କଲେ ରାଜ୍ୟ ସରକାର । ୨୦୧୯ ମସିହାରୁ ପ୍ରଦୂଷଣ ନିୟମ ଉଲଂଘନ ପାଇଁ ଧାର୍ଯ୍ୟ ହୋଇଥିବା ୧୦,୦୦୦ ଜରିମାନା ରାଶିକୁ ଏବେ ହ୍ରାସ କରିଛନ୍ତି ସରକାର । ପୂର୍ବ ସରକାର ବେଳେ ଏହା ଦଶ ହଜାର ଟଙ୍କା ଥିବା ବେଳେ ଏହାକୁ ଏବେ ୧ ହଜାରରୁ ୬ ହଜାର ପର୍ଯ୍ୟନ୍ତ କରାଯାଇଛି ।

ତେବେ ୯୦ ଦିନରୁ ଅଧିକ ଦିନ ଇ-ଚାଲାଣ ବକେୟା ଥିଲେ PUCC ହୋଇପାରିବ ନାହିଁ ବୋଲି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଘୋଷଣା କରିଛନ୍ତି ।

ନୂଆ ନିୟମ ଅନୁଯାୟୀ-

• ମୋଟର ସାଇକେଲ : ପ୍ରଥମ ଥର ନିୟମ ଭାଙ୍ଗିଲେ ୧ ହଜାର, ଦ୍ୱତୀୟ ଥର ୨ ହଜାର ଫାଇନ୍

• ତିନି ଚକିଆ ଗାଡ଼ି (ଯାତ୍ରୀବାହୀ/ମାଲ ପରିବହନ) : ପ୍ରଥମ ଥର ୧ ହଜାର, ଦ୍ୱତୀୟ ଥର ୨ ହଜାର ଫାଇନ୍

• ମୋଟର କ୍ୟାବ : ପ୍ରଥମ ଥର ୨ ହଜାର, ଦ୍ୱତୀୟ ଥର ୫ ହଜାର ଫାଇନ୍

• ମୋଟର କାର, ଜିପ୍ : ପ୍ରଥମ ଥର ୨ ହଜାର, ଦ୍ୱତୀୟ ଥର ୫ ହଜାର ଫାଇନ୍

• ଟ୍ରାକ୍ଟର, ଟ୍ରେଲର : ପ୍ରଥମ ଥର ୨ ହଜାର, ଦ୍ୱତୀୟ ଥର ୫ ହଜାର ଫାଇନ୍

• ଅନନ୍ୟା ଯାନ : ପ୍ରଥମ ଥର ୩ ହଜାର, ଦ୍ୱତୀୟ ଥର ୬ ହଜାର ଫାଇନ୍

• ୯୦ରୁ ଅଧିକ ଦିନ ଇ-ଚାଲାଣ ବକେୟା ଥିଲେ PUCC ହୋଇପାରିବ ନାହିଁ

ଆହୁରି ପଢନ୍ତୁ- କମିବ ପ୍ରଦୂଷଣ ସାର୍ଟିଫିକେଟ୍‌ ଜରିମାନା, ଆଜି ଘୋଷଣା କରିବେ ପରିବହନ ମନ୍ତ୍ରୀ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia