Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁଲିସକୁ ଚକମା ଦେଇ ରିଲ୍ସ କରୁଥିଲା ଲେଡି ଲୁଟେରା ,ହନିମୁନ କରୁଥିବା ବେଳେ ଧରାପଡ଼ିଲା ଜ୍ୟୋତି ଚୌଧୁରୀ

ପୁଲିସକୁ ଚକମା ଦେଇ ରିଲ୍ସ କରୁଥିଲା ଲେଡି ଲୁଟେରା ,ହନିମୁନ କରୁଥିବା ବେଳେ ଧରାପଡ଼ିଲା ଜ୍ୟୋତି ଚୌଧୁରୀ

ପୁଲିସ ମୁତାବିକ , ଫେରାର ଥିବା ବେଳେ ଜ୍ୟୋତି ବିବାହ କରି ଥିଲା ଏବଂ ସେ ତାର ସ୍ୱାମୀ ସହ ଉତ୍ତରାଖଣ୍ଡର ହରିଦ୍ୱାରରେ ହନିମୁନ କରିବାକୁ ଯାଇ ଥିଲା। ସେଠାରେ ସେ ସୁନ୍ଦର ଉପତ୍ୟକାରୁ ରିଲ୍, ଭିଡିଓ ଏବଂ ଫଟୋଗୁଡ଼ିକୁ ଇନଷ୍ଟାଗ୍ରାମରେ ନିରନ୍ତର ଅପଲୋଡ୍ କରୁଥିଲା।

ପୁଲିସ୍ର ସର୍ଭିଲାନ୍ସ, ଟିମ୍ଏହି ପୋଷ୍ଟ ଗୁଡ଼ିକର ସାହାଯ୍ୟରେ ତାର ଲାଇଭ ଡିଜିଟାଲ ଲୋକେସନକୁ ଟ୍ରେସ କରିଥିଲା। ଶନିବାର ସରଧନା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ହରିଦ୍ୱାରରେ ହଠାତ୍ ଚଢାଉ କରି ତାକୁ ଗିରଫ କରିଥିଲା।

ପ୍ରଥମେ ଥିଲା ଡ୍ୟାନ୍ସର , ପରେ ହେଲା ଲୁଟେରା -

ପୁଲିସ ଯାଞ୍ଚରେ ସାମ୍ନାକୁ ଆସି ଥିଲା ଯେ,ଜ୍ୟୋତି ଚୌଧୁରୀ ପ୍ରଥମେ ଜଣେ ପେଶାଦାର ଡ୍ୟାନ୍ସର ଥିଲା, କିନ୍ତୁ ପରେ ସେ ଅପରାଧିଙ୍କ ସଂପର୍କରେ ଆସି ଥିଲା ଏବଂ ଲୁଟପାତ୍ କରୁଥିବା ଗ୍ୟାଙ୍ଗର ସଦସ୍ୟ ହେଲା। ତାର ବର୍ତ୍ତମାନର ସ୍ୱାମୀ ସହ ମିଶି ସେ ଲୁଟପାତ୍ କରୁଥିଲା। ସେ ପୂର୍ବରୁ ମଧ୍ୟ ଜଣଙ୍କୁ ବିବାହ କରିଥିଲା।ସେହି ସମୟରେ ସେ ଜ୍ୟୋତି ରାଗିଣୀ କାର୍ଯ୍ୟକ୍ରମ ଗୁଡ଼ିକରେ ନାଚିବା କାମ କରୁଥିଲା। କିନ୍ତୁ ତାର ମହଙ୍ଗା ଜିନିଷର ସଉକ ଏବଂ ଲୋଭର ବଶବର୍ତ୍ତୀ ହୋଇ ସେ ଅପରାଧର ଦୁନିଆରେ ଫସି ଗଲା ,ଆଉ ବାହାରି ପାରିଲା ନାହିଁ। ଏହି କାର୍ଯ୍ୟ ଯୋଗୁଁ, ସେ ଆଜି ଜେଲରେ।

ଆହୁରି ମଧ୍ୟ ପଢନ୍ତୁ - IRAN : ବହାଇମାନେ କିଏ , ଆଜିସୁଦ୍ଧା ଯାହାଙ୍କ ସହ ଇରାନରେ ହେଉଛି ଅତ୍ୟାଚାର , କେମିତି ସୃଷ୍ଟି ହେଲା ବିଶ୍ୱର ସବୁଠୁ ଏହି ନୂଆ ଧର୍ମ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia