Saturday, 04 Jul, 10.59 pm ପ୍ରମେୟ

ହୋମ
ରବିବାର ଚନ୍ଦ୍ରଗ୍ରହଣରେ ପଡୁଛି ଗଜ କେଶରୀ ଯୋଗ, ୫ଟି ରାଶି ପାଇଁ ଅତି ଉତ୍ତମ

ରବିବାର ଜୁଲାଇ ୫ ତାରିଖରେ ଏକ ଚନ୍ଦ୍ର ଗ୍ରହଣ ସଙ୍ଗଠିତ ହେବା ପାଇଁ ଯାଉଛି । ଏହା ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ । ଏଥିରେ ଏକ ବିଶେଷ ଯୋଗ ରହିଛି। ଗଜ କେଶରୀ ଯୋଗ । ଏହା କେତକ ରାଶିର ବ୍ୟକ୍ତିଙ୍କୁ ପାାଇଁ ସୌଭାଗ୍ୟ ଆଣିଦେବ। ମିଥୁନ କର୍କଟ , ବିଚ୍ଛା , ଧନୁ ଓ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତି ଉତ୍ତମ । ତେବେ ସମସ୍ତଙ୍କ ରାଶିର ବ୍ୟକ୍ତିଙ୍କ ଉପରେ ଏହାର ପ୍ରଭାବ ବିଷୟରେ ଜାଣିବା ।

ମେଷ- ଏହି ଚନ୍ଦ୍ର ଗ୍ରହଣ ବେଳେ ଗଜ କେଶରୀ ଯୋଗ ମେଷ ରାଶି ପାଇଁ ଭଲ ଫଳ ଆଣି ଦେବ । ସ୍ୱାସ୍ଥ୍ୟରେ ସୁଧାର ଆସିବ ପରିଶ୍ରମର ଫଳ ମିଳିବ ।

ବୃଷ- ଚାକିର ଓ ବ୍ୟବସାୟରେ ଏହାର ପ୍ରଭାବ ପଡିବ । ଗଜ କେଶରୀ ଯୋଗ ଯୋଗୁଁ ଲାଭବାନ ହେବେ । ଏଥିପାଇଁ ପର୍ଯ୍ୟାପ୍ତ ପରିଶ୍ରମ କରିବା ପାଇଁ ପଡିବ ।

ମିଥୁନ - ଲମ୍ବା ସମୟରୁ ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ । ସମ୍ପତ୍ତି ଲାଭର ଯୋଗ ରହିଛି । ଗଜ କେଶରୀ ଯୋଗ ଯୋଗୁଁ ଫାଇଦା ହେବ । ଧନ ଓ ଟଙ୍କା ବିଷୟରେ ବୁଝି ବିଟଚାରି କାର୍ଯ୍ୟ କରନ୍ତୁ ।

କର୍କଟ - କ୍ୟାରିୟରରେ ସହ ଜଡିତ ବିଭିନ୍ନ ଲାଭ ମିଳିବ । ଆୟ ବୃଦ୍ଧି ହେବ । ପରିଶ୍ରମର ଫଳ ମିଳିବ । ଆଶା ଅନୁସାରେ ଭଲ କାମର ଫଳ ମିଳିବ । ଗଜ କେଶରୀ ଯୋଗ ଲାଭ ମିଳିବ ।

ସିଂହ - ସମ୍ପତ୍ତି ଓ ପୁଞ୍ଜି ନିବେଶ ମାମଲାରେ ଦୂରରେ ରହିବା ଭଲ । ଦେଖି ଚାହିଁ ଚଳନ୍ତୁ । ସମସ୍ତ କାର୍ଯ୍ୟ କରିବା ପୂର୍ବରୁ ବୁଝି ବିଚାରି କରନ୍ତୁ ।

କନ୍ୟା - ଗଜ କେଶରୀ ଯୋଗ ଯୋଗୁଁ ଅଳ୍ପ ଲାଭ ହେବାର ଅଛି । ସମ୍ପତ୍ତି ମାମଲାରେ ସେମିତି କିଛି ଅଧିକ ଫଳର ଆଶା ନାହିଁ । ଟଙ୍କା ମାମଲାରେ ସାବଧାନ ରୁହନ୍ତୁ । ଖର୍ଚ୍ଚ କରିବା ସମୟରେ ସାବଧାନ ରୁହନ୍ତୁ ।

ତୁଳା - ଆପଣଙ୍କ ଶତ୍ରୁ ଓ ବିରୋଧି ପରାସ୍ତ ହେବେ । ରହିଯାଇଥିବା କାର୍ଯ୍ୟ ସମ୍ପନ୍ନ ହେବ । କ୍ୟାରିୟରେ ସଫଳତା ମିଳିବ ।

ବିଚ୍ଛା - ଗଜ କେଶରୀ ଯୋଗ ଯୋଗୁଁ ଦେଖିଚାହିଁ କାର୍ଯ୍ୟ କରନ୍ତୁ । ଖୁସୀ ଆସିବ । ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବେ ।

ଧନୁ - ଗଜ କେଶରୀ ଯୋଗ ଯୋଗୁଁ ବିବାହ ଯୋଗ ରହିଛି । ଆପଣଙ୍କୁ ଭଲ ସମାଚାର ମିଳିପାରେ । ଶୁଭ କାର୍ଯ୍ୟର ଯୋଗ ରହିଛି ।

ମକର - ଅନାୟସରେ ଧନଲାଭର ରଯୋଗ ରହିଛି । ବ୍ୟାପାରରେ ସଫଳତାରେ ଯୋଗ ରହିଛି । ଗଜ କେଶରୀ ଯୋଗରେ ଅନେକ ଫାଇଦା ପାଇବେ ।

କୁମ୍ଭ - ଏହ ଚନ୍ଦ୍ର ଗ୍ରହଣରେ ଜୀବନ ଓ କ୍ୟାରିୟର ବେଶ୍‌ ଭଲ ରହିବ । ସକରାତ୍ମକ ଫଳ ମିଳିପାରେ ।

ମୀନ- ଗଜ କେଶରୀ ଯୋଗରେ ଆର୍ଥକ ଲାଭ ମିଳିବ । ଭାଗ୍ୟଦୋୟ ହେବ । ମାନସିକ ଚିନ୍ତା ବୃଦ୍ଧି ପାଇ ପାରେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Prameya Odia
Top