Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରବିବାର ଫେରିବ ବ୍ଲୁ ମୁନ୍ ; ଶହେ ପୂର୍ଣ୍ଣିମାରେ ଥରେ ଆସୁଛି ଏହି ଚନ୍ଦ୍ର, ଜାଣନ୍ତୁ ବଦଳିବ କି ଭାଗ୍ୟ ?

ରବିବାର ଫେରିବ ବ୍ଲୁ ମୁନ୍ ; ଶହେ ପୂର୍ଣ୍ଣିମାରେ ଥରେ ଆସୁଛି ଏହି ଚନ୍ଦ୍ର, ଜାଣନ୍ତୁ ବଦଳିବ କି ଭାଗ୍ୟ ?

ଭୁବନେଶ୍ବର,୩୦।୫ : ଆକାଶରେ ଆସନ୍ତା କାଲି ଦୁର୍ଲଭ ଅତିଥି ଆସୁଛି। ନାମ ତାର ବ୍ଲୁ ମୁନ୍। ଶହେ ପୂର୍ଣିମାରେ ଥରେ ଆସୁଥିବା ଏହି ଚନ୍ଦ୍ର ସାଙ୍ଗରେ ଆଣୁଛି ଅଦୃଶ୍ୟ ଶକ୍ତିର ଜୁଆର। ପ୍ରସିଦ୍ଧ ଜ୍ୟୋତିଷ ବଳିଆ ଶତପଥୀ ପାଶ୍ଚାତ୍ୟ ଜ୍ୟୋତିଷଙ୍କ ମତ ଉଦ୍ଧାର କରି କହିଛନ୍ତି, କାଲି ରାତି ହେଉଛି ଅନ୍ତର୍ଜ୍ଞାନ ଆଉ ଧ୍ୟାନର ସମୟ। ସେ କହିଛନ୍ତି "ବ୍ଲୁ ମୁନ୍ ହେଉଛି ବ୍ରହ୍ମାଣ୍ଡର ରିସେଟ୍ ବଟନ୍।

ଯାହା ଅଟକିଥିଲା ତାହା ଚାଲିବ" । ତାଙ୍କ ମତରେ, "କାଲି ରାତିରେ ଇଚ୍ଛା କରିଲେ ପଥର ବି ତରଳିବ। ମାନେ ମନୋବାଞ୍ଛା ପୂରଣହେବ " । ଆହୁରି କହିଛନ୍ତି, "ଯିଏ ନିଜକୁ ବଦଳେଇବାକୁ ଚାହୁଁଛି, କାଲି ହେଉଛି ତାର ମୁହୂର୍ତ୍ତ" । ତେଣୁ ଏହି ସମୟରେ ଧ୍ୟାନ ଓ ଚନ୍ଦ୍ରଙ୍କ କିରଣରେ ବସିବା ପାଇଁ ପରାମର୍ଶ ଦେଇଛନ୍ତି। ସେପଟେ ନାନୋ ବାସ୍ତୁବିତଙ୍କ ମତରେ ଚନ୍ଦ୍ର ହେଉଛନ୍ତି ମନର କାରକ। କାଲିର ବ୍ଲୁ ମୁନ୍ ଭାବନା, କଳ୍ପନାଶକ୍ତି ଆଉ ଶାନ୍ତିକୁ ପ୍ରବଳ କରିବ। ବାସ୍ତୁ ମତରେ ଏହି ବ୍ଲୁ ମୁନ୍ ଅନ୍ତର୍ଜାତୀୟ ସମ୍ପର୍କରେ ମଧୁରତା ଆଣିବ। ଆମେରିକା ଇରାନ୍ ସମ୍ପର୍କ ସୁଧୁରିବ। ହର୍ମୂଜ ଷ୍ଟ୍ରେଟ ରୁ ଭଲ ଖବର ଆସିବ। ପାକିସ୍ତାନ ପଟୁ ଭାରତ ପାଇଁ ଭଲ ଖବର ଆସିବ। ଉଭୟ ରାଷ୍ଟ୍ର ମଧ୍ୟରେ ଶାନ୍ତିର ବାତାବରଣ ତିଆରି ହେବ।

ସେପଟେ ଜନବିଜ୍ଞାନୀ ଡାକ୍ତର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, କାଲିର ବ୍ଲୁ ମୁନ୍ କୌଣସି ଅଲୌକିକ ଘଟଣା ନୁହେଁ। ଏହା ସମ୍ପୂର୍ଣ ବୈଜ୍ଞାନିକ ପ୍ରଣାଳୀ । ଚନ୍ଦ୍ର ନୀଳ ଦେଖାଯିବ ନାହିଁ। ଏହା ଅନ୍ୟ ପୂର୍ଣିମା ଭଳି ସାଧାରଣ ରଙ୍ଗର ହିଁ ଦେଖାଯିବ। ପୃଥିବୀ ଆଉ ଚନ୍ଦ୍ର ମଧ୍ୟରେ ହାରାହାରି ଦୂରତା ୩,୮୪,୪୦୦ କିଲୋମିଟର। ସୁପରମୁନ୍ ସମୟରେ ଏହି ଦୂରତା କମି ୩,୫୭,୦୦୦ କିଲୋମିଟର ହୁଏ। ମାଇକ୍ରୋମୁନ୍ ସମୟରେ ଦୂରତା ୪,୦୬,୦୦୦କିଲୋମିଟର ହୋଇଯାଏ। ତେଣୁ ଲୋକେ କାହିଁକି ଏହାକୁ ବ୍ଲୁ ମୁନ୍ କୁହନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia