ନୂଆଦିଲ୍ଲୀ : ରାଜ୍ୟସଭାର ଉପନେତା ପଦରୁ ରାଘବ ଚଢ଼ାଙ୍କ ବଦଳରେ ଅଶୋକ ମିତ୍ତଲଙ୍କୁ ନିୁଯକ୍ତ କରିଛି ଆପ୍ । ଗୁରୁବାର ଆମଆଦମୀ ପାର୍ଟିର ଏଭଳି ନିଷ୍ପତ୍ତି ପରଠାରୁ ଚର୍ଚ୍ଚାରେ ରହିଛନ୍ତି ରାଘବ । ସେ ବିଭିନ୍ନ ପ୍ରତିକ୍ରିୟା ଦେଇଥିବାବେଳେ ଏହାକୁ ନେଇ ଆଲୋଚନା ମଧ୍ୟ ହେଉଛି । ଲଗାତାର ଭାବେ ଆପର ନେତାମାନେ ତାଙ୍କୁ ସମାଲୋଚନା ମଧ୍ୟ କରୁଥିବାବେଳେ ଦେଖିବାକୁ ମିଳିଛି ।
ନିକଟରେ ସେ ଦେଇଥିବା ଏକ ପ୍ରତିକ୍ରିୟାକୁ ନେଇ ସପକ୍ଷରେ ବାହାରିଛନ୍ତି ଦେଢ଼ଶାଶୁ ପ୍ରିୟଙ୍କା ଚୋପ୍ରା ।
ରାଘବ ଇନଷ୍ଟାଗ୍ରାମରେ ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସଂସଦରେ ଉଠାଇଥିବା ବିଭିନ୍ନ ପ୍ରସଙ୍ଗକୁ ଦର୍ଶାଇଛନ୍ତି । ଯେଉଁଥିରେଶିକ୍ଷା ଏବଂ ନିଯୁକ୍ତି ମଧ୍ୟରେ ବିଶାଳ ବ୍ୟବଧାନ ଠାରୁ ଆରମ୍ଭ କରି ଗୋଟିଏ ରାଷ୍ଟ୍ର, ଗୋଟିଏ ଚିକିତ୍ସା, ମଜୁରୀ ସୂଚକାଙ୍କ ଠାରୁ ଆରମ୍ଭ କରି ଭଗତ ସିଂହଙ୍କ ପାଇଁ ଭାରତ ରତ୍ନ ଦାବି ପର୍ଯ୍ୟନ୍ତ ରହିଛି । ଏହି ଭିଡିଓରେ ସେ ଭାରତୀୟ ପତାକା ଦେଇ ପୋଷ୍ଟ କରିଛନ୍ତି । ଯେଉଁଥିରୁ ସ୍ପଷ୍ଠଭାବେ ଜଣାପଡ଼ୁଛି କି, ସେ ରାଜନୈତିକ ବିବାଦ ଭିତରେ ଶାନ୍ତଭାବେ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ଯେଉଁ ଭିଡିଓକୁ ସମର୍ଥନ କରିଛନ୍ତି ପ୍ରିୟଙ୍କା । ସେ ହାର୍ଟ, ଆଖି ଏବଂ ତାଳି ବଜାଉଥିବାର ଇମୋଜି ଦେଇଛନ୍ତି । ଏଥିରୁ ଜଣାପଡ଼ୁଛି କି, ସେ ତାଙ୍କୁ ସମର୍ଥନ କରୁଛନ୍ତି ।
ରାଘବ ଆଉ ଏକ ପୋଷ୍ଟରେ ଆପକୁ ଟାର୍ଗେଟ କରିଛନ୍ତି ।ରାଘବ'ଧୁରନ୍ଧର' ଷ୍ଟାଇଲରେ ଏବେ ଏକ ଡାଇଲଗ୍ କହିଛନ୍ତି। ସେ କହିଛନ୍ତି 'ଘାୟଲ ହୁଁ, ଇସିଲିୟେ ଘାତକ ହୁଁ... ଅର୍ଥାତ ଆଘାତ ପାଇଥିବାରୁ ଏବେ ଘାତକ ହୋଇଯାଇଛି। ଏହା ସହ ସେ ଆପ୍ ଉପରେ ମଧ୍ୟ ଗମ୍ଭୀର ଅଭିଯୋଗ କରିଛନ୍ତି। ରାଘବ ସୋସିଆଲ ମିଡିଆ ପ୍ଳାଟଫର୍ମ ଏକ୍ସରେ ନିଜର ଏକ ଭିଡିଓ ସେୟାର କରିଚନ୍ତି। ଏଥିରେ ସେ ନିଜ ଉପରେ ଲଗାଯାଇଥିବା ଅଭିଯୋଗକୁ ମିଛ ବୋଲି ଘୋଷଣା କରିଛନ୍ତି। ଏହା ସହ ସେ ଦାବି କରିଛନ୍ତି, ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି। ରାଘବ କହିଛନ୍ତି, ପ୍ରଥମେ ସେ ଭାବିଥିଳେ, ତାଙ୍କୁ ଏହାର ଜବାବ୍ ଦେବାକୁ ପଡିବନି, କିନ୍ତୁ ପରେ ଳାଗିଥିଲା ଗୋଟିଏ ମିଛକୁ ଶହେଥର କୁହାଗଲେ କିଛି ଲୋକ ଏହାକୁ ସତ ମାନି ନିଅନ୍ତି, ତେଣୁ ସେ ଜବାବ ଦେବାର ନିଷ୍ପତ୍ତି ନେଇଛନ୍ତି।
ଏହାସହ ପଢ଼ନ୍ତୁ : 'ଧୁରନ୍ଧର' ଷ୍ଟାଇଲରେ ଆପ୍କୁ ରାଘବଙ୍କ ଜବାବ୍: 'ସଂସଦକୁ ଲୋକଙ୍କ ସମସ୍ୟା ଉଠାଇବାକୁ ଯାଇଥିଲି, ଚିତ୍କାର କରି ଗାଳି କରିବାକୁ ନୁହେଁ'

