Dailyhunt
ରାଜପାଲ ଯାଦବଙ୍କଠାରୁ ୧୩ବର୍ଷ ସାନ ସ୍ତ୍ରୀ ରାଧା, ପରିବାର ଲୋକଙ୍କୁ ପସନ୍ଦ ନ ଥିଲେ ଜ୍ବାଇଁ

ରାଜପାଲ ଯାଦବଙ୍କଠାରୁ ୧୩ବର୍ଷ ସାନ ସ୍ତ୍ରୀ ରାଧା, ପରିବାର ଲୋକଙ୍କୁ ପସନ୍ଦ ନ ଥିଲେ ଜ୍ବାଇଁ

ମୁମ୍ବାଇ,୮/୪ : ରାଜପାଲ ଯାଦବ ଗତ କିଛିଦିନ ହେବ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ପ୍ରଫେଶନାଲ ଜୀବନକୁ ନେଇ ନୂଆ ଅପଡେଟ ସାମ୍ନାକୁ ଆସିଛି । ଚେକ୍ ବାଉନ୍ସ କେଶ୍ କାରଣରୁ ବି ରାଜପାଲ ଚର୍ଚ୍ଚାରେ ଥିଲେ କିନ୍ତୁ ଆମେ ଆଜି ତାଙ୍କର ଅନ୍ୟ କିଛି ପାର୍ଟକୁ ନେଇ ଆଲୋଚନା କରିବା । ତାଙ୍କର ପର୍ସନାଲ ଜୀବନକୁ ନେଇ ଆମେ କିଛି ଜାଣିବା।

ତାଙ୍କ ଲଭ୍ ଷ୍ଟୋରୀ କୌଣସି କାହାଣୀରୁ ବି କମ୍ ନୁହେଁ। କାରଣ ଏହି ଦୁଇ ପ୍ରେମପକ୍ଷୀଙ୍କ ମଧ୍ୟରେ ଥିଲା ବୟସ ଏବଂ ପରିବାରର ନାରାଜ ।

ରାଜପାଲ ଯାଦବ ଏବଂ ରାଧାଙ୍କ ଭେଟ କାନାଡ଼ାରେ ହୋଇଥିଲା । ସେହି ସମୟରେ ରାଜପାଲ ନିଜ ଫିଲ୍ମର ସୁଟିଂ ପାଇଁ ସେଠାକୁ ଯାଇଥିଲେ । ଜଣେ ବନ୍ଧୁଙ୍କ ମାଧ୍ୟମରେ ତାଙ୍କ ପରିଚୟ ହୋଇଥିଲା । ଧିରେ ଧିରେ ଏହା ବନ୍ଧୁତାରେ ପରିବର୍ତ୍ତନ ହୋଇଥିଲା । ସମୟ ସହ ଏହି ବନ୍ଧୁତା ପ୍ରେମ ପାଲଟିଥିଲା । ପ୍ରାୟ ୧୦ମାସ ପର୍ଯ୍ୟନ୍ତ ଲଙ୍ଗ୍ ଡିଷ୍ଟାନ୍ସ ରିଲେଶନଶିପ୍ ଚାଲିବା ପରେ ୨୦୦୩ରେ ରାଧା ଭାରତ ଆସିଥିଲେ ଏବଂ ଉଭୟ ବିବାହ କରିଥିଲେ । ପ୍ରକାଶ ଯେ, ରାଧାଙ୍କ ପରିବାର ଲୋକେ ଏହି ସମ୍ପର୍କ ଲାଗି ରାଜି ନ ଥିଲେ । ଏହି ନାରାଜର କାରଣ ଥିଲା ଉଭୟଙ୍କ ମଧ୍ୟରେ ୧୩.୫ବର୍ଷ ବୟସର ତାରତମ୍ୟ । ରାଧାଙ୍କ ପରିବାରକୁ ଏହି ବିବାହକୁ ନେଇ ଆପତ୍ତି ଥିଲା । ତାଙ୍କୁ ରାଜି କରିବା ସହଜ ନ ଥିଲା ରାଧା ଏବଂ ରାଜପାଲଙ୍କ ଲାଗି । ପରିବାର ଲୋକଙ୍କୁ ବୁଝାଇବା ଲାଗି ବହୁ ସମୟ ଲାଗିଥିଲା । କିନ୍ତୁ ଉଭୟ ଉଭୟଙ୍କ ଉପରେ ଭରସା ରଖିଥିଲେ ଏବଂ ଲାଗି ରହିଥିଲେ । ପରେ ତାଙ୍କ ପ୍ରେମର ବିଜୟ ହୋଇଥିଲା ଏବଂ ଆଜି ତାଙ୍କ ବିବାହକୁ ୨୩ବର୍ଷ ହୋଇସାରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia