ହୋମ
ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ ଜଣ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୩୦୦କୁ ବୃଦ୍ଧି

ଭୁବନେଶ୍ୱର,୨୪/୦୧ : କରୋନା ମହାମାରୀ କବଳରୁ ଓଡ଼ିଶା ମୁକୁଳିବାରେ ଲାଗିଛି । ଯାହାର ଫଳ ସ୍ୱରୂପ ଏବେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟାରେ ବଡ ଧରଣର ହ୍ରାସ ଘଟିଛି । ୨୪ ଘଣ୍ଟା ରାଜ୍ୟରେ ୨୪ ଟି ଜିଲ୍ଲାରୁ ୧୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।୮୯ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୬୧ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୩୦୦କୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Covid-19 Report For 23rd January, 2021
- I & PR Department, Odisha (@IPR_Odisha) January 24, 2021
New positives: 150
In quarantine: 89
Local contacts: 61
(Details of local contacts will be shared by concerned District Administration)
District Wise Cases:
1. Angul: 4
2. Balasore: 7
3. Bargarh: 18
4. Bhadrak: 7
5. Balangir: 5
୨୪ ଘଣ୍ଟାରେ ୨୪ଟି ଜିଲ୍ଲାରୁ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୨୨ଜଣ, ବରଗଡ଼ରୁ ୧୮ ଜଣ, କଟକରୁ ୧୫ ଜଣ, ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ୧୦ ଜଣ ଲେଖାଏଁ, ଝାରସୁଗୁଡାରୁ ୮ ଜଣ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରୁ ୭ ଜଣ ଲେଖାଏଁ, ଜଗତସିଂହପୁର, ଯାଜପୁର ଓ କଳାହାଣ୍ଡି ଜିଲ୍ଲାରୁ ୬ ଜଣ ଲେଖାଏଁ, ବଲାଙ୍ଗୀରରୁ ୫ ଜଣ,ଅନୁଗୁଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଲେଖାଏଁ, ଗଞ୍ଜାମ ଓ ନୂଆପଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର ଓ ସୋନପୁର ଜିଲ୍ଲାରୁ ୨ଜଣ ଲେଖାଏଁ, ଦେବଗଡ଼, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୋଲ୍ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
23. Sonepur: 2
- I & PR Department, Odisha (@IPR_Odisha) January 24, 2021
24. Sundargarh: 22
25. State Pool: 1
New recoveries: 205
Cumulative tested: 7548428
Positive: 334300
Recovered: 330962
Active cases: 1380
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୪ ହଜାର ୩୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧ ହଜାର ୩୮୦ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୩୦ ହଜାର ୫୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୦୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୭୫ ଲକ୍ଷ ୪୮ ହଜାର ୪୨୮ସାମ୍ପୁଲ ଟେଷ୍ଟ୍ ହୋଇଛି।