Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Rakhi Purnima 2026: ଆଜି ଦୁଇ ଭାଇ ଜଗାବଳିଆଙ୍କୁ ରାଖୀ ପିନ୍ଧାଇବେ ଭଉଣୀ ଦେବୀ ସୁଭଦ୍ରା, ଶ୍ରୀବଳଭଦ୍ର ଜନ୍ମ ଓ ଶ୍ରୀସୁଦର୍ଶନ ବିଜେ ନୀତି

Rakhi Purnima 2026: ଆଜି ଦୁଇ ଭାଇ ଜଗାବଳିଆଙ୍କୁ ରାଖୀ ପିନ୍ଧାଇବେ ଭଉଣୀ ଦେବୀ ସୁଭଦ୍ରା, ଶ୍ରୀବଳଭଦ୍ର ଜନ୍ମ ଓ ଶ୍ରୀସୁଦର୍ଶନ ବିଜେ ନୀତି

ପୁରୀ, ୨୮/୦୮: ଆଜି ବଡ଼ଦେଉଳରେ ଗହ୍ମାପୂର୍ଣ୍ଣମୀ ନୀତି । ଦୁଇ ଭାଇ ଜଗାବଳିଆ ତଥା ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁରାଖୀ ପିନ୍ଧାଇବେ ସାନ ଭଉଣୀ ଦେବୀ ସୁଭଦ୍ରା । ବୀରଡୋରିରେ ଶ୍ରୀବିଗ୍ରହ ପିନ୍ଧିବେ ୬ ଥାକିଆ ରାଖୀ । ମହାପ୍ରଭୁଙ୍କ ପାରମ୍ପରିକ ପାଟରା ବିଶୋୟୀ ସେବକ ଦୋଳ ମଣ୍ଡପ ସାହି ନିବାସୀ ସନ୍ତୋଷ କୁମାର ପାତ୍ର ଓ ପୁଅ ପ୍ରସାଦ ଠାକୁରଙ୍କ ପାଇଁ ୪ଟି ରାଖୀ ପ୍ରସ୍ତୁତ କରିଛନ୍ତି ।

ପୂର୍ଣ୍ଣିମା ଦିନ ଚର୍ଚ୍ଚା ଡାକିଗଲେ ରାଖୀ ଶ୍ରୀମନ୍ଦିର ଗାରଦ ଜିମା ଦିଆଯିବ । ଭଣ୍ଡାର ମେକାପ ସେଥିରେ ଚନ୍ଦନ କର୍ପୂର ଦେଇ ପ୍ରସ୍ତୁତ ରଖିବେ । ସିଂହାରୀ ସେବାୟତ ଠାକୁରଙ୍କୁ ଲାଗି କରିବେ । ଶ୍ରୀମନ୍ଦିର ପ୍ରଶାସନପକ୍ଷରୁ ୪ ସୁନା ଲାଗିଥିବା ପାଟ ରାଖୀ ଓ ଗୁଆର ମାଳି ଠାକୁରେ ଲାଗି ହେବେ ।

ଅଧିକ ପଢ଼ନ୍ତୁ :- Subhadra Installment: ଆଜି ରାଖୀ ପୂର୍ଣ୍ଣିମାରେ ମିଳିବ 'ସୁଭଦ୍ରା' ଯୋଜନାର ୫ମ କିସ୍ତି,ନୟାଗଡ଼ରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଠାକୁରଙ୍କ ଏହି ମାନବୀୟ ଲାଳାସହ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମ ଓ ଶ୍ରୀସୁଦର୍ଶନ ବିଜେ ନୀତି ହେବ । ଶ୍ରୀସୁଦର୍ଶନ ମାର୍କଣ୍ଡ ପୁଷ୍କରିଣୀକୁ ବିଜେ କରିବେ । ମାଟିରେ ଶ୍ରୀବଳଭଦ୍ରଙ୍କ ମୂର୍ତ୍ତି ତିଆରି କରାଯାଇ ଜୀବନ୍ୟା ସମନ୍ତ୍ରପାଠ କରାଯିବ । ଜାତକର୍ମ ପରେ ପୂଜାବିଧି ହେବ । ପରେ ଏହି ମୂର୍ତ୍ତିକୁ ଜଳରେ ବିସର୍ଜନ କରାଯିବ ।ଏହି ଅବସରରେ ଶ୍ରୀସୁଦର୍ଶନ ଦେବ ଶ୍ରୀକ୍ଷେତ୍ରର ଚାରି ଆଶ୍ରମରେ ବିଜେ କରିବେ । ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି ପରେ ଦଇତାପତିମାନେ ଶ୍ରୀସୁଦର୍ଶନଙ୍କୁ ଚଉଦୋଳରେ ବିଜେ କରାଇବେ । ଶ୍ରୀମନ୍ଦିରରୁ ସୁଦର୍ଶନ ମହାପ୍ରଭୁଙ୍କୁ ଏକ ପଟୁଆରରେ ନେଇ ସେବାୟତମାନେ ମାର୍କଣ୍ଡ ପୁଷ୍କରିଣୀ ପରିସରସ୍ଥିତ ମଣ୍ଡପରେ ବିଜେ କରାଇବେ । ସେଠାରେ ଶ୍ରୀବଳଭଦ୍ର ଜନ୍ମ ନୀତି ସମ୍ପନ୍ନ ପରେ ବିମାନ ବଡ଼ୁମାନେ ସୁଦର୍ଶନ ଠାକୁରଙ୍କୁ ଅନ୍ୟ ତିନି ଆଶ୍ରମରେ ବିଜେ କରାଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।ପରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ବଢ଼ିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia