Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Rakul Preet Singh Surpanakha: ସୁର୍ପଣଖା ଚରିତ୍ର କାହିଁକି ଚୟନ କଲେ ରକୁଲ? ଫ୍ୟାନଙ୍କ ଚିଠିର ଦେଲେ ଉତ୍ତର

Rakul Preet Singh Surpanakha: ସୁର୍ପଣଖା ଚରିତ୍ର କାହିଁକି ଚୟନ କଲେ ରକୁଲ? ଫ୍ୟାନଙ୍କ ଚିଠିର ଦେଲେ ଉତ୍ତର

ନୂଆଦିଲ୍ଲୀ ୦୫/୦୮: ନିକଟରେ ରିଲିଜ୍ ହୋଇଥିଲା ରଣବୀର କପୁରଙ୍କ ଆଗାମୀ ଫିଲ୍ମ 'ରାମାୟଣ'ର ଟ୍ରେଲର । ଚାହୁଁ ଚାହୁଁ ଏହା ସୋସିଆଲ ମିଡିଆରେ ଭାଇରାଲ ହେଲା । ରଣବୀରଙ୍କ ରାମ ଚରିତ୍ର, ସାଈ ପଲ୍ଲବୀଙ୍କ ସୀତା ଚରିତ୍ର ସମେତ ୟଶଙ୍କ ରାବଣ ଚରିତ୍ରକୁ ନେଇ ଖୁବ୍ ଚର୍ଚ୍ଚା ହେଲା । କିନ୍ତୁ ଗୋଟିଏ ଚରିତ୍ର ସମସ୍ତଙ୍କୁ ଚକିତ କଲା, ତାହା ଥିଲା ରାକୁଲ ପ୍ରୀତ ସିଂହଙ୍କ ସୁର୍ପଣଖା ଚରିତ୍ର ।

ଫିଲ୍ମରେ ତାଙ୍କ ଲୁକ୍ ଓ ପ୍ରଦର୍ଶନକୁ ଭଲ ପ୍ରତିକ୍ରିୟା ମିଳିଲା । ଏବେ ଜଣେ ଫ୍ୟାନ୍ ରାକୁଲଙ୍କୁ ଚିଠି ଲେଖି ଫିଲ୍ମ ରିଲିଜ୍ ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି । ଏଭଳି ଏକ ଚରିତ୍ରକୁ ସେ କାହିଁକି ଚୟନ କଲେ, ସେ କଥା ମଧ୍ୟ ରାକୁଲଙ୍କୁ ପଚାରିଛନ୍ତି ।

 ​​​​​​​

ତାଙ୍କ ଅନୁସାରେ, ରାବଣର ଭଉଣୀ ସୁର୍ପଣଖା ହିଁ କାହାଣୀରେ ଯୁଦ୍ଧର ସୂତ୍ରପାତ କରିଥିଲା । ଏଭଳି ଜଟିଳ ଚରିତ୍ରକୁ ରାକୁଲ କାହିଁକି ଗ୍ରହଣ କଲେ । ଏହି ଚିଠି ରାକୁଲଙ୍କ ଧ୍ୟାନ ଆକର୍ଷଣ କଲା । ସେ ନିଜ ଏକ୍ସ ଆକାଉଣ୍ଟରେ ଏହାର ଉତ୍ତର ଦେଲେ । ସୁର୍ପଣଖାର ଜଟିଳ ଚରିତ୍ର ପାଇଁ ହିଁ ସେ ଏହି ଭୂମିକାରେ ଅଭିନୟ କରିବାକୁ ରାଜି ହେଲେ । ସେ କହିଲେ, ସୁର୍ପଣଖାକୁ ଇତିହାସ ସେହି ଗୋଟିଏ ମୁହୂର୍ତ୍ତ ପାଇଁ ମନେରଖିଛି । କିନ୍ତୁ ତା'ର କାହାଣୀରେ ଆହୁରି ବହୁତ କଥା ଅଛି । ଜଣେ କଳାକାର ଭାବେ ଯେଉଁ ଭୂମିକା ଚିନ୍ତାଧାରାକୁ ଆହ୍ୱାନ ଦିଏ, ତାହା ସବୁଠୁ ଉତ୍ସାହଜନକ ଓ ମଜାଦାର । ଦର୍ଶକ ସୁର୍ପଣଖା ଚରିତ୍ରରେ ତାଙ୍କୁ ଖୋଲା ହୃଦୟରେ ଗ୍ରହଣ କରିବେ ବୋଲି ସେ ଆଶା କରିଛନ୍ତି । ଆସନ୍ତା ଦୀପାବଳିରେ ସିନେମା ଘରକୁ ଆସିବ 'ରାମାୟଣ' ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia