୨୮।୮: ରକ୍ଷା ବନ୍ଧନ । ମୁସଲିମ୍ ବାଦଶାହଙ୍କୁ ରାକ୍ଷୀ ବାନ୍ଧୁଥିଲେ ଜଣେ ହିନ୍ଦୁ ରାଣୀ । ରାକ୍ଷୀ ପଠାଇ ଦେଇଥିଲେ ଭାଇର ମାନ୍ୟତା । ଆଉ ନିଜ ରାଜ୍ୟକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ମାଗିଥିଲେ ସହାୟତା । କିଏ ସେହି ହିନ୍ଦୁ ରାଣୀ ? ଆସନ୍ତୁ ଜାଣିବା ଏହି ରୋମାଞ୍ଚକର ଇତିହାସର ସମ୍ପୂର୍ଣ୍ଣ ସତ । ମୋଗଲ ବାଦଶାହ ହୁମାୟୁନ ।
ଯାହାଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ଭାଇ କରିଥିଲେ ରାଣୀ କର୍ଣ୍ଣାବତୀ । କିଏ ଥିଲେ ରାଣୀ କର୍ଣ୍ଣାବତୀ ଏବଂ ସେ ହୁମାୟୁନ୍ଙ୍କୁ କାହିଁକି ପଠାଇଥିଲେ ରାକ୍ଷୀ ? ଆଜିର ଏ ସ୍ୱତନ୍ତ୍ର ଉପସ୍ଥାପନାରେ ଆମେ ଇତିହାସର ଛବି ଦେଖାଇବୁ, ଯେଉଁଥିରେ ରହିଛି ମେୱାଡ଼ର ରାଣୀ କର୍ଣ୍ଣାବତୀ ଏବଂ ମୋଗଲ ବାଦଶାହ ହୁମାୟୁନଙ୍କ କାହାଣୀ । ମେୱାଡ଼ର ପ୍ରସିଦ୍ଧ ଶାସକ ରାଣା ସାଙ୍ଗାଙ୍କ ପତ୍ନୀ ଥିଲେ ରାଣୀ କର୍ଣ୍ଣାବତୀ । ରାଣା ସାଙ୍ଗାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ମେୱାଡ଼ର ସିଂହାସନରେ ବସିଥିଲେ । କିନ୍ତୁ, ସେ କମ୍ ବୟସର ହୋଇଥିବାରୁ ରାଣୀ କର୍ଣ୍ଣାବତୀଙ୍କ ହାତକୁ ଆସିଥିଲା ରାଜ୍ୟର ଦାୟିତ୍ୱ । ଜଣେ ରାଜମାତା ଭାବେ ମେୱାଡ଼ର ଶାସନ ସମ୍ଭାଳୁଥିଲେ ରାଣୀ । ଏହି ସମୟରେ ମେୱାଡ଼ ଉପରେ ମାଡ଼ି ଆସିଥିଲା ଏକ ବଡ଼ ସଙ୍କଟ ।
ଗୁଜରାଟର ସୁଲତାନ ବାହାଦୂର ଶାହ ମେୱାଡ଼ ଉପରେ ଆକ୍ରମଣ କରି ଚିତ୍ତୋଡ଼ଗଡ଼ କିଲ୍ଲାକୁ ଘେରିଥିଲେ । ଶତ୍ରୁ ସେନାର ଚାପ ବଢ଼ିବା ସହ ମେୱାଡ଼ର ପରିସ୍ଥିତି ଧୀରେ ଧୀରେ ଗମ୍ଭୀର ହୋଇଥିଲା । କୁହାଯାଏ, ଏହି ଭୟଙ୍କର ସଙ୍କଟ ସମୟରେ ରାଣୀ କର୍ଣ୍ଣାବତୀ ଏକ ବଡ଼ ପଦକ୍ଷେପ ନେଇଥିଲେ । ସେ ମୁଗଲ ବାଦଶାହ ହୁମାୟୁନଙ୍କ ନିକଟକୁ ଏକ ଚିଠି ସହ ରାକ୍ଷୀ ପଠାଇଥିଲେ । ସାହାଯ୍ୟର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ । ରାଣୀ ତାଙ୍କୁ ଭାଇର ମାନ୍ୟତା ଦେଇଥିବାରୁ ରାକ୍ଷୀ ପାଇ ମେୱାଡ଼ ଅଭିମୁଖେ ବାହାରିଥିଲେ ହୁମାୟୁନ । କିମ୍ବଦନ୍ତୀ କହେ, ହୁମାୟୁନ ଏହି ରାକ୍ଷୀକୁ ଗ୍ରହଣ କରି ତୁରନ୍ତ ନିଜ ସେନାକୁ ମେୱାଡ଼ର ସାହାଯ୍ୟ ପାଇଁ ପଠାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ, ହୁମାୟୁନଙ୍କ ସେନା ସମୟ ଭିତରେ ଚିତ୍ତୋରଗଡ଼ ପହଞ୍ଚି ପାରିନଥିଲା । ସେତେବେଳକୁ ବାହାଦୂର ଶାହା ଦୁର୍ଗକୁ ଅଧିକାର କରିସାରିଥିଲେ ।
Raksha Bandhan: ରକ୍ଷାବନ୍ଧନରେ ଭାଇ ପୂର୍ବରୁ କାହାକୁ ବନ୍ଧାଯାଏ ପ୍ରଥମ ରାକ୍ଷୀ ? ଜାଣନ୍ତୁ ଏହି ପ୍ରାଚୀନ ପରମ୍ପରା
ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା । ୧୫୩୫ ମସିହା ମାର୍ଚ୍ଚ ୮ ତାରିଖ । ଅନ୍ୟ ରାଜପୁତ ମହିଳାମାନଙ୍କ ସହିତ ମିଶି ନିଜକୁ ଅଗ୍ନିରେ ସମର୍ପଣ କରିଦେଇଥିଲେ ରାଣୀ କର୍ଣ୍ଣାବତୀ । ତ୍ୟାଗ ଓ ବଳିଦାନର ଏହା ହେଉଛି ସବୁଠୁ ବଡ଼ ଉଦାହରଣ । ତେବେ ଏ ରାକ୍ଷୀର କାହାଣୀ କେତେ ସତ ? ଏଇଠି ହିଁ ରହିଛି ସବୁଠାରୁ ବଡ଼ ପ୍ରଶ୍ନ । ଇତିହାସ ହେଉ କି ଲୋକକଥା, ବାର୍ତ୍ତା ଆଜି ବି ସମାନ । ଧର୍ମର ସୀମାକୁ ଅତିକ୍ରମ କରି ଭାଇ-ଭଉଣୀର ସମ୍ପର୍କ, ବିଶ୍ୱାସ ଓ ପରସ୍ପରର ସୁରକ୍ଷାର ପ୍ରତିଶ୍ରୁତି ଏହି କାହାଣୀର ସବୁଠାରୁ ବଡ଼ ବାର୍ତ୍ତା ଭାବେ ଆଜି ମଧ୍ୟ ଏହାକୁ ମନେ ପକାଯାଏ । ଏହି କାହାଣୀ ଶତାବ୍ଦୀ ଶତାବ୍ଦୀ ଧରି ଲୋକଙ୍କ ମନରେ ସାମ୍ପ୍ରଦାୟିକ ସଦଭାବ, ସମ୍ମାନ ଏବଂ ରକ୍ଷାର ପ୍ରତିଜ୍ଞା ଭାବେ ନିଜ ସ୍ଥାନ ବଜାୟ ରଖିଛି । ଇତିହାସର ପୃଷ୍ଠା ଯାହା ବି କହୁ ନା କାହିଁକି, ଏଭଳି କାହାଣୀଗୁଡ଼ିକ ଆମ ସଂସ୍କୃତିର ମୂଲ୍ୟବୋଧକୁ ଆଜି ବି ଜୀବନ୍ତ ରଖିଛି । ଆପଣଙ୍କୁ ଏହି ଐତିହାସିକ କାହାଣୀଟି କେମିତି ଲାଗିଲା, ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

