Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Rath khala Update: ରଥ ବ୍ରେକରେ ଲାଗୁଛି ୬ଟି ବଳା, ତିନି ରଥର ୬ ଓଲଟ ଶୁଆରେ ଚାଲିଛି ରଙ୍ଗବୋଳା

Rath khala Update: ରଥ ବ୍ରେକରେ ଲାଗୁଛି ୬ଟି ବଳା, ତିନି ରଥର ୬ ଓଲଟ ଶୁଆରେ ଚାଲିଛି ରଙ୍ଗବୋଳା

ପୁରୀ, ୦୪/୦୭: ରଥ ବ୍ରେକରେ ଲାଗୁଛି ୬ଟି ବଳା । ନଟ୍‌ବୋଲ୍ଟ ଦ୍ୱାରା ବ୍ରେକ୍ କାଠରେ ଲଗାଯାଉଛି । ଆୟତାଘନାକାର କାଠର ଦୁଇ ପାର୍ଶ୍ବରେ ୨ଟି ବଳା ଲାଗୁଛି । ଭୋଇ ସେବକମାନେ ବ୍ରେକ୍ କାଠ ନେବା ଆଣିବା କରିବାରେ ଏହା ସହାୟକ ହେବ । ଆଉ ଚାରିଟି ବଳାରେ ଚେନ୍ ଓ ଦଉଡ଼ି ମାଧ୍ୟମରେ ଭିଡ଼ା ହୋଇ ବ୍ୟବହାର ହେବ । ରଥ ଟଣା ସମୟରେ ସମ୍ମୁଖ ଭାଗରେ ଓ ଦକ୍ଷିଣ ମୋଡ଼ ସମୟରେ ଆବଶ୍ୟକ ସ୍ଥଳେ ପଛ ଭାଗରେ ବ୍ରେକ୍ ଲାଗୁଥିବା କୁହନ୍ତି ତାଳଧ୍ୱଜ ରଥ ମୁଖ୍ୟ ବିଶ୍ୱକର୍ମାଙ୍କ ପୁଅ ବଳରାମ ମହାପାତ୍ର ।

ରଥରେ ୪ଟି ଲେଖାଏଁ ଦୁଆରଘଡ଼ା ଉଠିବା ପରେ ତାହାକୁ ମଜଭୁତ୍ କରିବାକୁ ଦୁଆର ବାଣିଆ କାମ ହେଉଛି । ରଥରେ କଣ ପଟା ଆଦି ପଡ଼ୁଛି । ବିଶ୍ୱକର୍ମା ଓ ଭୋଇ ସେବକମାନେ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । କାର୍ଯ୍ୟାଳୟରେ ଦର୍ଜି ସେବକ, ରୂପକାର ଆଦି ସେବକ ରଥ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟ ପଛ ପାଶ୍ୱର୍ ଟେଣ୍ଟରେ ଚିତ୍ରକର ସେବକଙ୍କ ଦ୍ୱାରା ତିନି ରଥର ୬ ଓଲଟ ଶୁଆ ସୁନ୍ଦର ରୂପ ନେଉଛନ୍ତି ।

ଅଧିକ ପଢ଼ନ୍ତୁ :- Gundicha Temple : ଶ୍ରୀଗୁଣ୍ଡିଚା ମନ୍ଦିରରେ ଗୁଳୁଗୁଳି ପାଇଁ ବାତାନୁକୂଳ ବ୍ୟବସ୍ଥା, ଏବର୍ଷ ନୀଳାଦ୍ରି ବିଜେ ପରେ ବର୍ଷସାରା ଖୋଲା ରହିବ

ଗବେଷକ ଡ. ନରେଶ ଦାଶ କୁହନ୍ତି, ରଥ କଳସ ଉଭୟ ପାର୍ଶ୍ବରେ ବିପରୀତ ଦିଗକୁ ମୁହଁ କରି ୨ଟି ଓଲଟ ଶୁଆ ରହିଥାନ୍ତି । ଏହାର ତତ୍ତ୍ୱ ହେଉଛି ସେମାନେ ଈଶ୍ୱରଙ୍କ ଠାରେ ଧ୍ୟାନ ନରଖି ସଂସାର ମୁହାଁ ହେବାରେ ବନ୍ଧନରେ ପଡ଼ିଛନ୍ତି । ତାଳଧ୍ୱଜର ଦୁଇ ଶୁଆ ହେଉଛନ୍ତି ଶ୍ରଦ୍ଧା ଓ ବିଶ୍ୱାସ, ନନ୍ଦିଘୋଷର ଦୁଇ ଶୁଆ ହେଉଛନ୍ତି ଜୀବ ଓ ପରମ ଏବଂ ଦେବଦଳନର ଦୁଇ ଶୁଆଙ୍କ ନାମ ହେଉଛି ସୁପର୍ଣ୍ଣା ଓ ଦ୍ୱାସୁପର୍ଣ୍ଣା । ଏମାନେ ଏକ ମୁଖ ତଥା ଈଶ୍ୱରାଭିମୁଖୀ ହେଲେ ହିଁ ଭବସାଗର ମାୟାରୁ ମୁକ୍ତି ପାଇବେ । ସଂସାରରେ ଭଗବତ୍ ଚିନ୍ତାର ଉଦ୍ରେକ ପାଇଁ ଠାକୁରଙ୍କ ଏସବୁ ପରମ୍ପରା ବୋଲି କହନ୍ତି ଡ. ଦାଶ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia