Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Ravenshaw University: ଅଶାନ୍ତ ରେଭେନ୍ସା କ୍ୟାମ୍ପସ୍, ଧାରଣାରେ ବସିଲେ ଇଷ୍ଟ ହଷ୍ଟେଲର ଅନ୍ତେବାସୀ, ଡେପୁଟି ୱାର୍ଡେନ୍‌ଙ୍କୁ ଦାୟିତ୍ୱରୁ ହଟାଇବାକୁ ଦାବି

Ravenshaw University: ଅଶାନ୍ତ ରେଭେନ୍ସା କ୍ୟାମ୍ପସ୍, ଧାରଣାରେ ବସିଲେ ଇଷ୍ଟ ହଷ୍ଟେଲର ଅନ୍ତେବାସୀ, ଡେପୁଟି ୱାର୍ଡେନ୍‌ଙ୍କୁ ଦାୟିତ୍ୱରୁ ହଟାଇବାକୁ ଦାବି

ଟକ ୦୨/୦୮: ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲ୍ରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ରାତିରେ ହଷ୍ଟେଲ୍ରେ ଛାତ୍ରମାନେ ଏକାଠି ହେବାକୁ ନେଇ ରେଭେନ୍ସା ହଷ୍ଟେଲ୍ର ଡେପୁଟି ୱାର୍ଡେନ୍ ରବ୍ୟୁଲ ଅନ୍ସାରୀ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ଇଷ୍ଟ ହଷ୍ଟେଲ୍‌ ଛାତ୍ରମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଘଣ୍ଟ ବଜାଇ ଆମରଣ ଅନଶନରେ ହଷ୍ଟେଲ ଛାତ୍ର ବସିଛନ୍ତି। ଅଗଷ୍ଟ ୧ ତାରିଖ ରାତିରେ ଫ୍ରେଣ୍ଡସିପ ଡେ ସେଲିବ୍ରେସନ ପାଇଁ ହଷ୍ଟେଲରେ ଏକାଠି ହୋଇଥିଲେ ଅନ୍ତେବାସୀ । କିନ୍ତୁ ଗତକାଲି ସକାଳୁ ଦୁଇଟି ହଷ୍ଟେଲ ରୁମରେ ଡେପୁଟି ୱାର୍ଡେନ୍ ତାଲା ପକାଇଦେଇଥିଲେ। ଯାହାକୁ ବିରୋଧ କରି ହଷ୍ଟେଲ୍ ଅନ୍ତେବାସୀମାନେ ଧାରଣାରେ ବସିଛନ୍ତି । ଆନ୍ଦୋଳନକାରୀ ଛାତ୍ର ଡେପୁଟି ୱାର୍ଡେନ ରବୀଉଲ ଅନସାରିଙ୍କ ଇସ୍ତଫା ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ :- ବନ୍ୟା କ୍ଷୟକ୍ଷତି ଆକଳନ ଆରମ୍ଭ; ୨୨ ଜିଲ୍ଲାର ୮୫ ବ୍ଲକ୍ ପ୍ରଭାବିତ, ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ଲକ୍ଷେ ୨୦ ହଜାର ଟଙ୍କା

ଛାତ୍ରମାନେ କରିଥିବା ଅଭିଯୋଗ ଅନୁଯାୟୀ, ରବିବାର ହଷ୍ଟେଲ୍‌ରେ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଶନିବାର ରାତିରେ ୟୁଜି ଦ୍ୱିତୀୟ ଏବଂ ତୃତୀୟ ବର୍ଷ ଛାତ୍ରମାନେ ଏକାଠି ହୋଇଥିଲେ । ରବିବାର ବନ୍ଧୁତ୍ୱ ଦିବସ ସେଲିବ୍ରେସନ୍ କରିବାକୁ ଯୋଜନା କରୁଥିବା ବେଳେ ହଷ୍ଟେଲ୍ ସିକ୍ୟୁରିଟି ଗାର୍ଡ ଡେପୁଟି ୱାର୍ଡେନ୍ଙ୍କୁ ଫୋନ୍ କରିଥିଲେ । ସକାଳେ ଫୋନ୍ ଦେଖି ହଷ୍ଟେଲ ଡେପୁଟି ୱାର୍ଡେନ୍ ରବ୍ୟୁଲ୍ ଅନ୍ସାରୀ ହଷ୍ଟେଲ୍ରେ ଶୋଇଥିବା ଛାତ୍ରଙ୍କ କବାଟ ବାଡେଇବା ସହ ବାହାରିବାକୁ କହିଥିଲେ । ଏହାପରେ ୨ଟି ରୁମ୍କୁ ତାଲା ପକାଇ ହଷ୍ଟେଲ୍ ଛାଡିବାକୁ କହିଥିଲେ । ଯାହାକୁ ବିରୋଧ କରି ୟୁଜି ଦ୍ୱିତୀୟ ଏବଂ ତୃତୀୟ ବର୍ଷ ଛାତ୍ରମାନେ ଅପରାହ୍ନରେ ହଷ୍ଟେଲ୍ ସମ୍ମୁଖ ରାସ୍ତା ବନ୍ଦ କରି ଧାରଣାରେ ବସିଥିଲେ । ସମ୍ପୃକ୍ତ ହଷ୍ଟେଲ୍ ୱାର୍ଡେନଙ୍କୁ ଦାୟିତ୍ୱରୁ ହଟାଇବାକୁ ଛାତ୍ରମାନେ ଦାବିକରି ଧାରଣାରେ ବସିବା ସହ ଜିଦ୍ରେ ଅଟଳ ରହିଥିଲେ । ଏପରିକି ମେସ୍‌ରେ ଖାଦ୍ୟ ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ ଛାତ୍ରମାନେ ଖାଇ ନଥିଲେ ।

ଘଟଣା ସମ୍ପର୍କରେ ଖବର ପାଇଁ ଇଷ୍ଟ ହଷ୍ଟେଲ ୱାର୍ଡେନ୍ ଦାୟିତ୍ୱରେ ଥିବା ପ୍ରଫେସର ଶରତ ରାଉତ ଛାତ୍ରମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଧାରଣାରୁ ଉଠି ନଥିଲେ । ଅପରାହ୍ନରୁ ୨ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରମାନେ ଧାରଣାରେ ବସିବା ସହିତ ଘଣ୍ଟ ବାଡେଇ ଡେପୁଟି ୱାର୍ଡେନ୍‌ଙ୍କୁ ହଟାଇବାକୁ ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ । ତେବେ ଛାତ୍ରଙ୍କ ଅଭିଯୋଗ ସମ୍ପର୍କରେ ଡେପୁଟି ୱାର୍ଡେନ୍ ରବ୍ୟୁଲ ଅନ୍ସାରୀଙ୍କୁ ଏକାଧିକ ଥର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ନଦେଇ ଘଟଣାକୁ ଏଡାଇ ଯାଇଥିଲେ । ତେବେ ଇଷ୍ଟ ହଷ୍ଟେଲ ୱାର୍ଡେନ୍ ପ୍ରଫେସର ଶରତ ରାଉତ ଏହି ଘଟଣାକୁ ନେଇ ଭିନ୍ନ କଥା କହିଛନ୍ତି ।

ଆଜି ରେଭେନ୍ସା କର୍ତ୍ତୃପକ୍ଷ ଆନ୍ଦୋଳନସ୍ଥଳକୁ ଆସି ଛାତ୍ରମାନଙ୍କ ସହ ଆଲୋଚନା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ।ଅନ୍ୟପଟେ ଚିଫ ୱାର୍ଡେନ ହଷ୍ଟେଲ ରୁମ ତାଲା ପକାଇବା କଥାକୁ ସ୍ୱୀକାର କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia