Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
RBI Credit Card Rules: କ୍ରେଡିଟ୍ କାର୍ଡ ୟୁଜର୍ସଙ୍କୁ ଆରବିଆଇର ବଡ଼ ଆଶ୍ୱସ୍ତି, ବିଳମ୍ବ ହେଲେ ବି କଟିବନି ଟଙ୍କା

RBI Credit Card Rules: କ୍ରେଡିଟ୍ କାର୍ଡ ୟୁଜର୍ସଙ୍କୁ ଆରବିଆଇର ବଡ଼ ଆଶ୍ୱସ୍ତି, ବିଳମ୍ବ ହେଲେ ବି କଟିବନି ଟଙ୍କା

ମୁମ୍ବାଇ, ୩୦।୪: ଆଧୁନିକ ଜୀବନଶୈଳୀରେ କ୍ରେଡିଟ୍ କାର୍ଡ ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି । ସପିଂ ହେଉ କିମ୍ବା ବିଜୁଳି-ପାଣି ବିଲ୍, କ୍ରେଡିଟ୍ କାର୍ଡ ସବୁଠି ସହାୟକ ହେଉଛି । କିନ୍ତୁ ଅନେକ ସମୟରେ ବ୍ୟସ୍ତତା କାରଣରୁ ଗ୍ରାହକମାନେ ବିଲ୍ ପୈଠ କରିବାର ଶେଷ ତାରିଖ ଅର୍ଥାତ୍ ଡ୍ୟୁ ଡେଟ୍ ଭୁଲିଯାଆନ୍ତି, ଯାହାଫଳରେ ସେମାନଙ୍କୁ ଭାରି ପରିମାଣର ଲେଟ୍ ପେମେଣ୍ଟ୍ ଚାର୍ଜ ବହନ କରିବାକୁ ପଡ଼େ ।

ଗ୍ରାହକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଐତିହାସିକ ନିଷ୍ପତ୍ତି ନେଇଛି ।

ମିଳିବ ୩ ଦିନର ଅତିରିକ୍ତ ସମୟ (Grace Period):

ଆରବିଆଇର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଡ୍ୟୁ ଡେଟ୍ ଶେଷ ହେବା ମାତ୍ରେ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ ଜରିମାନା ଆଦାୟ କରିପାରିବେ ନାହିଁ । ବ୍ୟାଙ୍କଗୁଡ଼ିକୁ ଏବେ ଅତିକମରେ ୩ ଦିନର ଗ୍ରେସ୍ ପିରିୟଡ୍ ବା ଅତିରିକ୍ତ ସମୟ ଦେବାକୁ ପଡ଼ିବ । ମନେକରନ୍ତୁ, ଯଦି ଆପଣଙ୍କର ବିଲ୍ ପୈଠର ଶେଷ ତାରିଖ ୫ ତାରିଖ, ତେବେ ଆପଣ ୮ ତାରିଖ ପର୍ଯ୍ୟନ୍ତ ବିନା କୌଣସି ଜରିମାନାରେ ଟଙ୍କା ଜମା କରିପାରିବେ । ୩ ଦିନ ପୂର୍ବରୁ ଆପଣଙ୍କ ଆକାଉଣ୍ଟକୁ 'ଓଭରଡ୍ୟୁ' କୁହାଯାଇପାରିବ ନାହିଁ ।

କେବଳ ବାକି ରାଶି ଉପରେ ଲାଗିବ ଜରିମାନା:

ପୂର୍ବରୁ ବ୍ୟାଙ୍କଗୁଡ଼ିକ ସମ୍ପୂର୍ଣ୍ଣ ବିଲ୍ ରାଶି ଉପରେ ଜରିମାନା ଲଗାଉଥିଲେ । କିନ୍ତୁ ନୂଆ ନିୟମ ଅନୁଯାୟୀ, ଜରିମାନା କେବଳ ବାକି ଥିବା ରାଶି ଅର୍ଥାତ୍ ଆଉଟ୍ଷ୍ଟାଣ୍ଡିଂ ଆମାଉଣ୍ଟ ଉପରେ ହିଁ ଲାଗିବ । ଏହାଦ୍ୱାରା ଗ୍ରାହକଙ୍କ ଉପରେ ପଡ଼ୁଥିବା ସୁଧ ବୋଝ ବହୁ ମାତ୍ରାରେ ହ୍ରାସ ପାଇବ ।

ସୁରକ୍ଷିତ ରହିବ କ୍ରେଡିଟ୍ ସ୍କୋର:

ଅଳ୍ପ ଦିନର ବିଳମ୍ବ ଯୋଗୁଁ ଗ୍ରାହକଙ୍କ କ୍ରେଡିଟ୍ ସ୍କୋର ଖରାପ ହେଉଥିଲା । ଏବେ ଆରବିଆଇ କହିଛି ଯେ, ଯଦି ଜଣେ ଗ୍ରାହକ ୩ ଦିନର ଅତିରିକ୍ତ ସମୟ ମଧ୍ୟରେ ପେମେଣ୍ଟ କରିଦିଅନ୍ତି, ତେବେ ତାହାକୁ 'ପାଷ୍ଟ ଡ୍ୟୁ' ଭାବେ ରିପୋର୍ଟ କରାଯାଇପାରିବ ନାହିଁ । ଫଳରେ ଗ୍ରାହକଙ୍କ ସିବିଲ୍ (CIBIL) ସ୍କୋର ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ ।

କେବେଠାରୁ ଲାଗୁ ହେବ ଏହି ନିୟମ ?

ଆରବିଆଇ ଏହି ପରିବର୍ତ୍ତନକୁ 'କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ନିର୍ଦ୍ଦେଶାବଳୀ, ୨୦୨୬' ଅଧୀନରେ ଆଣିଛି । ଏହି ନୂତନ ନିୟମ ୧ ଏପ୍ରିଲ ୨୦୨୭ରୁ ସାରା ଦେଶରେ କାର୍ଯ୍ୟକାରୀ ହେବ । ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ସିଷ୍ଟମରେ ପରିବର୍ତ୍ତନ ଆଣିବା ପାଇଁ ଏହି ସମୟ ଦିଆଯାଇଛି । ସେ ପର୍ଯ୍ୟନ୍ତ ବର୍ତ୍ତମାନର ପୁରୁଣା ନିୟମ ହିଁ ବଳବତ୍ତର ରହିବ । ଯଦିଓ ଆରବିଆଇ ୩ ଦିନର ଆଶ୍ୱସ୍ତି ଦେଇଛି, ତଥାପି ଗ୍ରାହକମାନେ ସମୟାନୁସାରେ ବିଲ୍ ପୈଠ କରିବା ଉଚିତ୍ । ଏହି ସୁବିଧା କେବଳ ସେହିମାନଙ୍କ ପାଇଁ ଯେଉଁମାନେ ଭୁଲବଶତଃ ଡ୍ୟୁ ଡେଟ୍ ମିସ୍ କରିଦିଅନ୍ତି । ଅଧିକ ବିଳମ୍ବ କଲେ ପୁରୁଣା ହାରରେ ଜରିମାନା ଏବଂ ସୁଧ ଦେବାକୁ ପଡ଼ିପାରେ ।

ଆହୁରି ପଢ଼ନ୍ତୁ... MP Tragedy: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପିକଅପ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୧୬ ମୃତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia