Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
RBI's new FD rules: ଏଫ୍‌ଡିରେ ନୂଆ ପାରଦର୍ଶିତା ନିୟମ, ସ୍ମଲ ଫାଇନାନ୍ସ ବ୍ୟାଙ୍କକୁ RBIର କଡ଼ା ନିର୍ଦ୍ଦେଶ

RBI's new FD rules: ଏଫ୍‌ଡିରେ ନୂଆ ପାରଦର୍ଶିତା ନିୟମ, ସ୍ମଲ ଫାଇନାନ୍ସ ବ୍ୟାଙ୍କକୁ RBIର କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ, ୫।୮: ସ୍ମଲ ଫାଇନାନ୍ସ ବ୍ୟାଙ୍କର ଏଫ୍‌ଡିରେ ବଡ଼ ପରିବର୍ତ୍ତନ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦେଶର ପ୍ରମୁଖ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଗୁଡ଼ିକର ସ୍ଥାୟୀ ଜମା ବା ଟର୍ମ ଡିପୋଜିଟ୍ କ୍ଷେତ୍ରରେ ଅଧିକ ସ୍ୱଚ୍ଛତା, ପାରଦର୍ଶିତା ଏବଂ ନିରପେକ୍ଷତା ଆଣିବା ପାଇଁ ଏକ ନୂତନ ଏବଂ କଠୋର ମାର୍ଗଦର୍ଶିକା ଜାରି କରିଛି ।

ଆର୍‌ବିଆଇର ସେକେଣ୍ଡ ଆମେଣ୍ଡମେଣ୍ଟ ଡାଇରେକ୍ଟାନ୍ସ ୨୦୨୬ ଆଧାରରେ ଗୃହିତ ଏହି ପଦକ୍ଷେପ ୨୦୨୬ ଅକ୍ଟୋବରରୁ ସଫଳତାର ସହ ଲାଗୁ କରାଯାଇଛି । ଏହି ନୂତନ ନିୟମଗୁଡ଼ିକ ସାରା ଦେଶରେ ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡ଼ିକରେ ଟର୍ମ ଡିପୋଜିଟ୍ କରୁଥିବା କୋଟି କୋଟି ଜମାକାରୀଙ୍କ ସ୍ୱାର୍ଥରକ୍ଷା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।

ଜମାକାରୀମାନେ ଜମା କରିବା ପୂର୍ବରୁ ସୁଧହାର ଏବଂ ସେବା ସମ୍ବନ୍ଧୀୟ ସମସ୍ତ ସୂଚନା ସ୍ପଷ୍ଟ ଭାବରେ ପାଇପାରିବେ । ବ୍ୟାଙ୍କଗୁଡ଼ିକ ଯେପରି ଗ୍ରାହକଙ୍କୁ ଭ୍ରମିତ ନ କରନ୍ତି ଏବଂ ସବୁ ଜମାକାରୀଙ୍କ ପାଇଁ ସମାନ ନୀତି ଅବଲମ୍ବନ କରନ୍ତି, ତାହା ସୁନିଶ୍ଚିତ କରିବା । ସୁଧହାର ଏବଂ ଏହାର ପରିବର୍ତ୍ତନ ସମ୍ପର୍କିତ ସୂଚନା ସମୟୋଚିତ ଭାବେ ଅପଡେଟ୍ ହେବ । ଏହି ମାର୍ଗଦର୍ଶିକା ଅନ୍ତର୍ଗତ ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡ଼ିକୁ କିଛି ମୁଖ୍ୟ ଦିଗଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ । ବ୍ୟାଙ୍କଗୁଡ଼ିକ କୌଣସି ଜମା ଯୋଜନା ପ୍ରଦାନ କରିବା ପୂର୍ବରୁ ସେଥିରେ ମିଳିବାକୁ ଥିବା ସୁଧହାର ଏବଂ ସର୍ତ୍ତାବଳୀକୁ ସମ୍ପୂର୍ଣ୍ଣ ସ୍ପଷ୍ଟ କରିବା ବାଧ୍ୟତାମୂଳକ କରାଯାଇଛି । ବୃହତ ପରିମାଣର ଜମା ବା ବଲ୍‌କ ଡିପୋଜିଟ୍ କ୍ଷେତ୍ରରେ ସୁଧହାର ପରିବର୍ତ୍ତନକୁ ନିର୍ଦ୍ଧିଷ୍ଟ ସମୟସୀମା ଭୀତରେ ଅପଡେଟ୍ କରିବାକୁ ପଡ଼ିବ, ଯାହାଦ୍ୱାରା ଗ୍ରାହକମାନେ ପ୍ରକୃତ ସମୟର ସୂଚନା ପାଇପାରିବେ ।

ଏହା ବି ପଢ଼ନ୍ତୁ...Indian Economy: ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟରେ ଭାରତ, କେନ୍ଦ୍ର ସରକାରଙ୍କ ରୋଡମ୍ୟାପ୍ ଦେଲେ ଅର୍ଥମନ୍ତ୍ରୀ

ବ୍ୟାଙ୍କର ବିଭିନ୍ନ ଶାଖାମାନଙ୍କରେ ସ୍ଥାୟୀ ଜମା ଉପରେ ସୁଧହାର ପ୍ରଦାନ ବେଳେ ଏକରୂପତା ରକ୍ଷା କରାଯିବ । କୌଣସି ନିର୍ଦ୍ଦିଷ୍ଟ ଶାଖା ପାଇଁ ମନଇଚ୍ଛା ଭିନ୍ନ ହାର ଧାର୍ଯ୍ୟ କରାଯାଇପାରିବ ନାହିଁ । ସାଧାରଣ ଜମା ଏବଂ ବୃହତ ଜମାଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ରଖି ବୃହତ ଜମାଗୁଡ଼ିକ ପାଇଁ ସ୍ୱତନ୍ତ୍ର ସୁଧହାର ଅନୁମତିର ବ୍ୟବସ୍ଥାକୁ ସ୍ପଷ୍ଟ କରାଯାଇଛି, ଯାହା ବ୍ୟାଙ୍କଗୁଡ଼ିକର ଆର୍ଥିକ ପରିଚାଳନାକୁ ସହଜ କରିବ । ଏହି କଡ଼ା ନିୟମ ଯୋଗୁଁ ଛୋଟ ଏବଂ ମଧ୍ୟମ ସ୍ତରର ଜମାକାରୀମାନେ ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡ଼ିକ ଉପରେ ସୁରକ୍ଷିତ ଅନୁଭବ କରିବେ । ଲୁକ୍କାୟିତ ସର୍ତ୍ତାବଳୀ କିମ୍ବା ଶେଷ ମୁହୂର୍ତ୍ତରେ ସୁଧହାର ପରିବର୍ତ୍ତନଜନିତ ସମସ୍ୟାର ଅନ୍ତ ଘଟିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia