Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Red Sea Indian Ship Attack: ଲାଲ୍ ସାଗରରେ ଭାରତୀୟ ଜାହାଜ ଧ୍ୱଂସ, ଆକ୍ରମଣକାରୀଙ୍କ ନାଁ କାହିଁକି ନେଉନି ଭାରତ ?

Red Sea Indian Ship Attack: ଲାଲ୍ ସାଗରରେ ଭାରତୀୟ ଜାହାଜ ଧ୍ୱଂସ, ଆକ୍ରମଣକାରୀଙ୍କ ନାଁ କାହିଁକି ନେଉନି ଭାରତ ?

ନୂଆଦିଲ୍ଲୀ, ୫।୮: ଲାଲ ସାଗରରେ ଭାରତୀୟ ଜାହାଜ ଉପରେ କିଏ ଆକ୍ରମଣ କଲା ? ଆମେରିକା ନା ଇରାନ୍‌… କାହିଁକି ନାଁ ନେଉନି ଭାରତ ? ୟମନ ନିକଟସ୍ଥ ଲାଲ୍ ସାଗରରେ ଭାରତୀୟ ପତାକା ଉଡ଼ାଉଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ରକେଟ୍ କିମ୍ବା ମିସାଇଲ୍ ମାଡ଼ ହେବା ପରେ ଏହା ବୁଡ଼ିଯାଇଛି । 'MSV ଫୈଜେ ନୁରେ ଓଲିଆ' ନାମକ ଏହି ଜାହାଜଟି ସମୁଦ୍ର ପଥ ଦେଇ ଯାଉଥିବାବେଳେ ଏଭଳି ବଡ଼ ଧରଣର ଆକ୍ରମଣର ଶିକାର ହୋଇଛି ।

ତେବେ ଆଶ୍ୱସ୍ତିର କଥା ଏ ଯେ, ଜାହାଜରେ ଥିବା ସମସ୍ତ ୧୩ ଜଣ ଭାରତୀୟ କ୍ରୁ ମେମ୍ବର ଏବଂ ଜଣେ ବିଦେଶୀ ନାଗରିକଙ୍କୁ ୟମନ କୋଷ୍ଟ ଗାର୍ଡ ସୁରକ୍ଷିତ ଭାବେ ଉଦ୍ଧାର କରି ମୋଖା ବନ୍ଦରରେ ପହଞ୍ଚାଇଛନ୍ତି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରତିକ୍ରିୟା:

ଘଟଣା ପରେ ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଏହାକୁ ଏକ 'ଅସୁରକ୍ଷିତ ନାଗରିକ ଜାହାଜ ଉପରେ ବିନା ସଙ୍କେତରେ ହୋଇଥିବା ଆକ୍ରମଣ' ବୋଲି କହିଛି । ଏଥିସହ, ଅନ୍ତର୍ଜାତୀୟ ଜଳପଥରେ ଜାହାଜଗୁଡ଼ିକର ସୁରକ୍ଷିତ ଓ ଅବାଧ ଚଳାଚଳ ପାଇଁ ଦିଲ୍ଲୀ ପକ୍ଷରୁ ଦୃଢ଼ ଦାବି କରାଯାଇଛି । କଳା ସାଗର, ଲାଲ୍ ସାଗର ହେଉ କିମ୍ବା ହୋର୍ମୁଜ ପ୍ରଣାଳୀ ବିଭିନ୍ନ ସମୟରେ ଭାରତୀୟ ଜାହାଜ ଓ ନାଭିକମାନେ ଆକ୍ରମଣର ଶିକାର ହେଉଛନ୍ତି । ୟମନରେ ଏହି ଆକ୍ରମଣ ପାଇଁ 'ହୁତି ବିଦ୍ରୋହୀ'ଙ୍କୁ ସନ୍ଦେହ କରାଯାଉଥିଲେ ମଧ୍ୟ ଭାରତ ସରକାର କୌଣସି ନିର୍ଦ୍ଦିଷ୍ଟ ଦେଶ କିମ୍ବା ସଙ୍ଗଠନର ନାଁ ନେଇନାହାନ୍ତି ।

ଏହା ବି ପଢ଼ନ୍ତୁ... Meta Global Team : ଶିଶୁଙ୍କୁ ଯୌନ ଶୋଷଣ ବିଷୟବସ୍ତୁ ରୋକିବାରେ ବିଫଳ, ମେଟା ଗ୍ଲୋବାଲ ଟିମ୍‌କୁ କେନ୍ଦ୍ରର ସମନ

ବିଶେଷଜ୍ଞଙ୍କ ମତରେ ଏହା ପଛରେ ରହିଛି ଏକ ବଡ଼ କୂଟନୈତିକ ରଣନୀତି:

ଆମେରିକା ଓ ବ୍ରିଟେନ ଲାଲ୍ ସାଗରରେ ହୁତିମାନଙ୍କ ବିରୋଧରେ ସିଧାସଳଖ ଆକ୍ରମଣ କରୁଛନ୍ତି । ଭାରତ ନିଜ ନୌସେନାକୁ ସୁରକ୍ଷା ପାଇଁ ମୁତୟନ କରିଛି, କିନ୍ତୁ ପାଶ୍ଚାତ୍ୟ ମେଣ୍ଟର ଆନୁଷ୍ଠାନିକ ଅଂଶ ହୋଇନାହିଁ । ହୁତି ବିଦ୍ରୋହୀଙ୍କୁ ଇରାନର ପ୍ରତ୍ୟକ୍ଷ ସମର୍ଥନ ରହିଛି । ଭାରତ ଓ ଇରାନ ମଧ୍ୟରେ 'ଚାବହାର ବନ୍ଦର' ଏବଂ ବାଣିଜ୍ୟିକ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ସିଧାସଳଖ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା ମନୋଭାବ ପୋଷଣ କଲେ ଦିଲ୍ଲୀ-ତେହେରାନ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଭାରତ ମଧ୍ୟପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକର ଏହି ବିବାଦରେ ନିଜକୁ ନିରପେକ୍ଷ ରଖିବାକୁ ଚାହୁଁଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia