ହୋମ
ରେଳବାଇର ନୂଆ ଏକକ ହେଲ୍ପଲାଇନ୍ ନମ୍ବର: ଏଣିକି ୧୩୯ରେ କଲ୍ କଲେ ମିଳିବ ସବୁ ସୁବିଧା

ଭୁବନେଶ୍ୱର,୨୪/୦୧: ରେଳ ବିଭାଗରେ ଥିବା ସମସ୍ତ ହେଲ୍ପଲାଇନ୍ ନମ୍ୱରକୁ ମିଶାଇ ଦିଆଯାଇଛି । କେବଳ ୧୩୯ ଏକ ମାତ୍ର ହେଲ୍ପଲାଇନ୍ ନମ୍ୱର ରଖାଯାଇଛି । ଏହି ନମ୍ବର ମିଶ୍ରଣ କରାଯିବା ଦ୍ୱାରା ଯାତ୍ରୀମାନେ ଏହି ନମ୍ୱରକୁ ମନେ ରଖିବା ପାଇଁ ଏବଂ ରେଳ ବିଭାଗ ସହିତ ଯୋଗାଯୋଗ କରିବା ସହଜ ହୋଇପାରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀଙ୍କ ସୁବିଧା ଏବଂ ଏକ ଐକିକ ନମ୍ୱରକୁ ମନେ ରଖି ରେଳ ସହ ଯୋଗାଯୋଗ ସହଜ ପାଇଁ ଏକ ଲକ୍ଷ୍ୟ ସହିତ ରେଳ ହେଲ୍ପଲାଇନ୍ ନମ୍ୱର ୧୩୯ ସହିତ ସୁରକ୍ଷା, ସାଧାରଣ ଅଭିଯାଗ, କ୍ୟାଟେରିଂ, ଭିଜିଲାନ୍ସ ଭଳି ସମସ୍ତ ହେଲ୍ପଲାଇନ୍ ନମ୍ୱରକୁ ମିଶ୍ରଣ କରାଯାଇଛି । ଏହି ଐକିକ ହେଲ୍ପଲାଇନ୍ ନମ୍ୱର ୧୩୯ ଏଣିକି ଯାତ୍ରା ସମୟରେ ଅନୁସନ୍ଧାନ ଏବଂ ଅଭିଯୋଗ ପାଇଁ ବ୍ୟବହୃତ ହେବ ।
ହେଲ୍ପଲାଇନ ନମ୍ୱର ୧୩୯ ରେଳ ବ୍ୟବହାରକାରୀଙ୍କୁ ଏକୀକୃତ ସେବା ପ୍ରଦାନ କରିବା ପୂର୍ବରୁ ହେଲ୍ପଲାଇନ୍ ନମ୍ୱରଗୁଡ଼ିକ ନିର୍ଦ୍ଦିଷ୍ଟ ସମସ୍ୟା ଓ ବିଷୟ ପାଇଁ ଉତ୍ସର୍ଗୀକୃତ ହେଉଥିଲା । ସାଧାରଣ ଅଭିଯୋଗ ଏବଂ କ୍ଲିନ ପାଇଁ-୧୩୮, ଦୁର୍ଘଟଣା ଏବଂ ନିରାପତ୍ତା ପାଇଁ-୧୦୭୨, ସୁରକ୍ଷା/ନିରାପତ୍ତା ସମସ୍ୟା-୧୮୨ ବର୍ତ୍ତମାନ ଏକୀକୃତ ହୋଇଛି । ଯାତ୍ରା ସମୟରେ ଶୀଘ୍ର ଅଭିଯାଗ ସମାଧାନ ଏବଂ ଅନୁସନ୍ଧାନରେ ସାହାଯ୍ୟ କରିବ ୧୩୯ । ଟ୍ରେନ୍ ଚଳାଚଳର ମୁଖ୍ୟ ଦରକାରୀ ଅନୁସନ୍ଧାନ ଯଥା ସଂରକ୍ଷଣ ସମ୍ୱନ୍ଧୀୟ ଅନୁସନ୍ଧାନଗୁଡ଼ିକର ସ୍ଥିତି, ଟିକେଟ୍ (ଜେନେରାଲ୍ ଏବଂ ତତ୍କାଳ) ଉପଲବ୍ଧତା, ଟ୍ରେନ୍ ଆଗମନ, ପ୍ରସ୍ଥାନ, ମାର୍ଗ ପରିବର୍ତ୍ତନ ଏବଂ ବାତିଲ କାର୍ଯ୍ୟସୂଚୀ, ବର୍ଥ ଉପଲବ୍ଧତା, ଟିକେଟ୍ ବାତିଲ୍, ଭଡ଼ା, ଗନ୍ତବ୍ୟ ସ୍ଥଳ ଜାଣିବା ପାଇଁ ଉପଭୋକ୍ତାମାନେ ଏଥିରେ କଲ୍ କରିବା ସହିତ ଏସ୍ଏମ୍ଏସ୍ ମଧ୍ୟ କରିପାରିବେ ।