ବୌଦ୍ଧ, ୧/୯(ଆପ୍ର):ବୌଦ୍ଧ ଥାନା ହରଭଙ୍ଗା ବ୍ଲକର ହରେକୃଷ୍ଣପୁର ରେଳଧାରଣା ନିକଟରେ ଅଘଟଣ ଘଟିଛି। ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହରେକୃଷ୍ଣପୁର ଗ୍ରାମର ପଦିଆ ସାହୁ(୫୦)।
ଟ୍ରେନ ଆସୁଥିବା ସମୟରେ ପଦିଆ ସାହୁ ରେଳଧାରଣା ଅତିକ୍ରମ କରୁଥିଲେ। ହଠାତ୍ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା।
ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲିଯାଇଥିଲା।ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି।
ଆହୁରି ପଢନ୍ତୁ : ସୁରକ୍ଷା ଓ ସଶକ୍ତୀକରଣକୁ ଏକା ସାଙ୍ଗରେ ଆଗେଇ ନେବାକୁ ସମନ୍ୱିତ ଆଭିମୁଖ୍ୟ ଆବଶ୍ୟକ : ପ୍ରଭାତୀ ପରିଡ଼ା

