Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Religious Controversy : ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ, ଲୋକେ ଅଳିଆ ପକାଇବେନି ବୋଲି ହସ୍ପିଟାଲ କାନ୍ଥରେ ଲାଗିଛି ଲକ୍ଷ୍ମୀ ଏବଂ ମହାଦେବଙ୍କ ଫଟୋ

Religious Controversy : ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ, ଲୋକେ ଅଳିଆ ପକାଇବେନି ବୋଲି ହସ୍ପିଟାଲ କାନ୍ଥରେ ଲାଗିଛି ଲକ୍ଷ୍ମୀ ଏବଂ ମହାଦେବଙ୍କ ଫଟୋ

ଗ୍ରା, ୩୦/୦୫ : ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ। ଲୋକେ ଅଳିଆ ପକାଇବେନି ବୋଲି ଆଗ୍ରା ସ୍ଥିତ ଶାହଗଞ୍ଜ ହସ୍ପିଟାଲ କାନ୍ଥରେ ଲାଗିଥିଲା ଲକ୍ଷ୍ମୀ ଏବଂ ମହାଦେବଙ୍କ ଫଟୋ ଥିବା ଟାଇଲ୍ସ । ହେଲେ ଏହି ଟାଇଲ୍ସ ଆଗରେ କୁଢ କୁଢ ଅଳିଆ ଜମା ହୋଇଥିଲା। ଏହା ଦେଖି ହିନ୍ଦୁବାଦୀଙ୍କ ମଧ୍ୟରେ ଆକ୍ରୋଶ ବଢିଥିଲା। ଅଖିଳ ଭାରତ ହିନ୍ଦୁ ମହାସଭାର ମୀରା ରାଠୋରଙ୍କ ନେତୃତ୍ଵରେ କିଛି କାର୍ଯ୍ୟକର୍ତ୍ତା ଘଟଣାସ୍ଥଳରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତାମାନେ ଫଟୋ ଲଗାଇଥିବା ହସ୍ପିଟାଲର ସଞ୍ଚାଳକଙ୍କୁ ଫୁଲ ମାଳ ପକାଇ ସ୍ଵାଗତ କରିଥିଲେ ଏବଂ ହିନ୍ଦୁ ଦେବାଦେବୀଙ୍କ ସହ ଅନ୍ୟ ଧର୍ମର ପ୍ରତୀକ ଥିବା ଟାଇଲ୍ସ ଲଗାଇବାକୁ କହିଥିଲେ। ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଖବର ପାଇ ପୁଲିସ ପହଞ୍ଚି ବୁଝାସୁଝା କରିଥିଲା।

ଆହୁରି ପଢନ୍ତୁ- ହଲାଲ ଦେଖିବାକୁ ମନା କରିବାକୁ ହିନ୍ଦୁ ଯୁବକଙ୍କୁ ଛୁରି ଭୁସି ହତ୍ୟା, ୨୦୦ ମିଟର ଯାଏଁ ଗୋଡାଇ ଗୋଡାଇ ମାରିଲେ

ଏହି ଘଟଣା ପରେ ହସ୍ପିଟାଲ ସଞ୍ଚାଳକ ହିନ୍ଦୁ ଦେବାଦେବୀଙ୍କ ଫଟୋ ହଟାଇ ଦେଇଛନ୍ତି। ମୀରା ରାଠୋରଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନ ପୂର୍ବରୁ ସେ ସୋସିଆଲ ମିଡିଆରେ ହସ୍ପିଟାଲ କାନ୍ଥରେ ଦେବାଦେବୀଙ୍କ ଚିତ୍ରିତ ଟାଇଲ୍ସ ଲଗାଯାଇଥିବା ଦେଖିଥିଲେ। ହେଲେ ଏହି ସ୍ଥାନରେ ସବୁବେଳେ ଅଳିଆ ଆବର୍ଜନା ପଡି ରହୁଥିଲା। ମହିଳା ଏବଂ ପିଲାମାନେ ସକାଳେ ସେଠାରେ ପରିସ୍ରା ମଧ୍ୟ କରନ୍ତି। ଯାହାକି ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅସମ୍ମାନ।

ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପରେଡ୍ ସମୀକ୍ଷା କରିଛନ୍ତି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia