Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରିଲରେ ଭାଇ-ଭଉଣୀ, ରିୟଲରେ ପ୍ରେମିକ-ପ୍ରେମିକା: ନଜର ପକାନ୍ତୁ ଚର୍ଚ୍ଚିତ ଯୋଡ଼ିଙ୍କ ଉପରେ....

ରିଲରେ ଭାଇ-ଭଉଣୀ, ରିୟଲରେ ପ୍ରେମିକ-ପ୍ରେମିକା: ନଜର ପକାନ୍ତୁ ଚର୍ଚ୍ଚିତ ଯୋଡ଼ିଙ୍କ ଉପରେ....

ନୂଆଦିଲ୍ଲୀ: ଆଜି ପବିତ୍ର ରକ୍ଷାବନ୍ଧନ । ଭଉଣୀ ନିଜ ଭାଇ ହାତରେ ବାନ୍ଧୁଛନ୍ତି ରାକ୍ଷୀ । ଅନେକ ସମୟରେ ଭାଇ-ଭଉଣୀଙ୍କ ସମ୍ପର୍କକୁ ନେଇ ଅନେକ ସିନେମା ଏବଂ ସିରିଏଲ ମଧ୍ୟ ପ୍ରସ୍ତୁତ ହୋଇଥିବା ଆପଣମାନେ ଦେଖିଥିବେ । ଟେଲିଭିଜନ ପରଦାରେ ଅନେକ ସମୟରେ କିଛି କଳାକାରଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବାନ୍ଧି ରଖିଥାଏ । ସେମାନଙ୍କ ଜ୍ବଳନ୍ତ ଅଭିନୟ ଦେଖିଲେ ଏମିତି ଲାଗେ କି, ସେମାନେ ବାସ୍ତବରେ ଭାଇ-ଭଉଣୀ ହୋଇଥିବେ ।

ଟିଭି ପରଦାରେ ଭାଇ-ଭଉଣୀ ଯୋଡ଼ି ଭାବେ ପ୍ରଶଂସା ସାଉଣ୍ଟିଥିବା କିଛି କଳାକାର ବାସ୍ତବ ଜୀବନରେ କିନ୍ତୁ ପ୍ରେମରେ ପଡ଼ିଥିବା ଦେଖିବାକୁ ମିଳିଛି । ଯଦିଓ କିଛି ଯୋଡ଼ିଙ୍କର ବ୍ରେକଅପ୍ ତ ଆଉ କିଛି ବିବାହ ମଧ୍ୟ କରିଛନ୍ତି । ଆସନ୍ତୁ ଏମିତି କିଛି ଯୋଡ଼ିଙ୍କ ଉପରେ ପକାଇବା ନଜର...

ଲୋକପ୍ରିୟ ଧାରାବାହିକ 'ୟେ ରିଶ୍ତା କ୍ୟା କହଲାତା ହୈ'ରେ ରୋହନ୍ ମେହେରା (ନକ୍ଷ) ଓ କାଞ୍ଚି ସିଂ (ଗାୟୁ) ଅନ୍ସ୍କ୍ରିନ୍ ଭାଇ-ଭଉଣୀ ଭୂମିକାରେ ନଜର ଆସିଥିଲେ। ଶୁଟିଂ ସେଟ୍ରୁ ଦୁହିଁଙ୍କ ଦୋସ୍ତି ଗଭୀର ହୋଇ ପ୍ରେମରେ ବଦଳିଥିଲା। ଦୀର୍ଘ ଦିନ ଡେଟିଂ କରିଥିଲେ । ପରେ ଶୋ'ରୁ ବାହାରିବାର କିଛି ମାସ ପରେ ଦୁହିଁଙ୍କ ବ୍ରେକଅପ୍ ହୋଇଥିଲା।

ଜଣାଶୁଣା ଅଭିନେତା ଅମନ ବର୍ମା ଓ ବନ୍ଦନା ଲାଲୱାନୀ କ୍ରାଇମ୍ ଶୋ 'ଶପଥ'ରେ ଭାଇ-ଭଉଣୀ ଭୂମିକାରେ କାମ କରିଥିଲେ । ଅଭିନୟ କରୁ କରୁ ଦୁହେଁ ପରସ୍ପରର ନିକଟତର ହୋଇଥିଲେ ଏବଂ ୨୦୧୬ ମସିହାରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଆଇକୋନିକ୍ ସିରିଏଲ 'କାହାନୀ ଘର ଘର କୀ'ରେ କିରଣ କରମରକର 'ଓମ୍ ଅଗ୍ରୱାଲ' ଏବଂ ରିଙ୍କୁ ଧାୱନ ତାଙ୍କ ଭଉଣୀ 'ଛାୟା' ଭୂମିକାରେ ଅଭିନୟ କରିଥିଲେ। ଶୋ ଚାଲିଥିବା ସମୟରେ ହିଁ ଦୁହେଁ ବିବାହ କରିଥିଲେ। ତେବେ ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା ।

'ମେରେ ଅଙ୍ଗନେ ମେଁ'ସିରିଏଲରେ ଅନ୍ସ୍କ୍ରିନ୍ ଭାଇ-ଭଉଣୀ ଭୂମିକାରେ କାମ କରୁ କରୁ ନୀରଜ ଓ ଚାରୁଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ଉଭୟଙ୍କର ସଗାଇ/ନିର୍ବନ୍ଧ ମଧ୍ୟ ସରିଥିଲା, ମାତ୍ର ବିବାହ ପୂର୍ବରୁ କୌଣସି କାରଣରୁ ଏହି ସମ୍ପର୍କ ଭାଙ୍ଗିଯାଇଥିଲା।

ସୁପରହିଟ୍ ଧାରାବାହିକ 'କହିଁ କିସି ରୋଜ୍'ରେ ମଜହର ଓ ମୌଲି ଭାଇ-ଭଉଣୀ ଚରିତ୍ରରେ ଅଭିନୟ କରିଥିଲେ। ଭିନ୍ନ ଧର୍ମର ହୋଇଥିଲେ ସୁଦ୍ଧା ଉଭୟଙ୍କ ପ୍ରେମ ଗଭୀର ହୋଇଥିଲା ଏବଂ ପରେ ଦୁହେଁ ବିବାହ କରିଥିଲେ।

'ୟେ ହୈ ମୋହବତେଁ'ସିରିଏଲରେ ଅଭିଷେକ ଓ ଅଦିତି ଅନ୍ସ୍କ୍ରିନ୍ ଭାଇ-ଭଉଣୀ ଭାବେ ବେଶ୍ ଆଦୃତ ହୋଇଥିଲେ। ରିଅଲ ଲାଇଫରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା, ତେବେ ପରବର୍ତ୍ତୀ ସମୟରେ ଉଭୟ ଅଲଗା ହୋଇଯାଇଥିଲେ।

'ଇସ୍ ପ୍ୟାର କୋ କ୍ୟା ନାମ୍ ଦୂଁ-୨'ରେ ଅବିନାଶ ଓ ଶାଲ୍ମଲୀ ଅନ୍ସ୍କ୍ରିନ୍ରେ ଭାଇ ଏବଂ ଭାଉଜ ଭୂମିକାରେ ନଜର ଆସିଥିଲେ। ସେଟ୍ରୁ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। ତେବେ ବିବାହର ୩ ବର୍ଷ ପରେ ଉଭୟ ଛାଡ଼ପତ୍ର ନେଇ ଅଲଗା ହୋଇଥିଲେ।

'ତୂ ସୂରଜ ମୈ ସାଂଝ ପିୟା ଜୀ'ଶୋ'ରେ ମୟଙ୍କ ଓ ରିୟା ଭାଇ-ଭଉଣୀ ଭୂମିକାରେ ଅଭିନୟ କରୁଥିଲେ। ସେଟ୍ରେ ଏକାଠି କାମ କରୁ କରୁ ଦୁହେଁ ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia