Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରିଲିଜ ହେବ 'KING' ନାଁରେ ଦୁଇଟି ଫଲ୍ମ, ଶାହରୁଖଙ୍କ ଟକ୍କର ନାଗାର୍ଜୁନଙ୍କ ସହ

ରିଲିଜ ହେବ 'KING' ନାଁରେ ଦୁଇଟି ଫଲ୍ମ, ଶାହରୁଖଙ୍କ ଟକ୍କର ନାଗାର୍ଜୁନଙ୍କ ସହ

ମୁମ୍ବାଇ,୨୯/୮ : ସାଉଥ ସିନେମାର ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନି ୨୯ ଅଗଷ୍ଟରେ ନିଜ ଜନ୍ମଦିନର ଏକ ଖାସ୍ ଅବସରରେ ଫ୍ୟାନ୍ସଙ୍କୁ ଏକ ବଡ଼ ସରପ୍ରାଇଜ ଦେଇଛନ୍ତି । ସେ ନିଜ କ୍ୟାରିୟରର ୧୦୦ତମ ଫିଲ୍ମ 'KING 100'ର ପ୍ରଥମ ଝଲକ ଅଫିସିଆଲ ଭାବେ ଜାରି କରିଛନ୍ତି । ଏହାସହ ମେକର୍ସ ଫିଲ୍ମର ରିଲିଜ ଡେଟର ବି ଘୋଷଣା କରି ଦେଇଛନ୍ତି, ଯାହା ୨୪ଡିସେମ୍ବର ୨୦୨୬ରେ ସୁନିଶ୍ଚିତ କରାଯାଇଛି ।

ଏହି ଘୋଷଣା ସହ ବକ୍ସ ଅଫିସରେ ଏକ ବହୁତ ବଡ଼ ଲଢେଇର ନିଅଁ ପଡ଼ିଛି ।

ପ୍ରକାଶ ଯେ, ଏହି ଦିନ ବଲିଉଡ଼ର 'କିଙ୍ଗ' ତଥା ଶାହରୁଖ ଖାନଙ୍କ ମୋଷ୍ଟ ଆଓ୍ବେଟେଡ ଫିଲ୍ମ 'କିଙ୍ଗ' ବି ଫିଲ୍ମ ହଲରେ ରିଲିଜ ହେବାକୁ ଯାଉଛି । ଏଭଳି ସ୍ଥଳେ ୨୦୨୬ର ଖ୍ରୀଷ୍ଟମାସ ଓ୍ବିକେଣ୍ଡରେ ଦର୍ଶକଙ୍କୁ ଦୁଇ ଭେଟରାନ କଳାକାର ଏବଂ ଦୁଇ ବଡ଼ ଫିଲ୍ମ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିବ । ଏହି କ୍ଲାଶ ଏଥିଲାଗି ବି ବହୁତ ଖାସ୍ କୁହାଯାଉଛି କାରଣ ଶାହରୁଖ ଖାନଙ୍କ 'କିଙ୍ଗ' ଏହି ସମୟରେ ହିନ୍ଦୀ ସିନେମାର ସବୁଠାରୁ ଚର୍ଚ୍ଚିତ ଏବଂ ମୋଷ୍ଟ ଆଓ୍ବେଟେଡ ଫିଲ୍ମରୁ ଗୋଟିଏ ଅଟେ । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଆକ୍ସନ- ଥ୍ରୀଲର ଫିଲ୍ମରେ ଶାହରୁଖ ଖାନ ଲିଡ୍ ରୋଲରେ ଅଛନ୍ତି । ଏହି ଫିଲ୍ମର ସବୁଠାରୁ ବଡ଼ ୟୁଏସପି ଏହା ଅଟେ କି ଶାହରୁଖ ପ୍ରଥମ ଥର ନିଜ ଝିଅ ସୁହାନା ଖାନଙ୍କ ସହ ବଡ଼ ପରଦାରେ ସ୍କ୍ରିନ ସେୟାର କରୁଥିବା ନଜର ଆସିବେ । ଜୋୟା ଅଖତରଙ୍କ ନେଟଫ୍ଲିକ୍ସ ଫିଲ୍ମ ' ଦ ଆର୍ଚିଜ'ରୁ ନିଜ ଆକ୍ଟିଂ କ୍ୟାରିୟରର ଆରମ୍ଭ କରିବା ପରେ ସୁହାନାଙ୍କ ଏହା ପ୍ରଥମ ଥିଏଟ୍ରିକଲ ରିଲିଜ ହେବାରେ ଅଛି ।

ଅନ୍ୟପଟେ 'କିଙ୍ଗ୍ ୧୦୦'ର ସୁଟିଂ ସମୟରେ ମେକର୍ସ ଏହା ବିଷୟରେ ଗୋପନୀୟତା ରଖିଥିଲେ, କାରଣ ନାଗାର୍ଜୁନଙ୍କ ଜନ୍ମଦିନରେ ଅନ୍ନପୂର୍ଣ୍ଣା ଷ୍ଟିଡିଓ ଦ୍ବାରା ଜାରି କରାଯାଇଥିବା ପ୍ରଥମ ଝଲକ ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଛି । ଏହି କ୍ଲିପରେ ନାଗାର୍ଜୁନ ବହୁତ ଷ୍ଟାଇଲିଶ ଏବଂ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି । ଏହି ଝଲକରେ ନାଗାର୍ଜୁନଙ୍କ ଚରିତ୍ର ଟଙ୍କା, ସଫଳତା ଏବଂ ନିଜ ପରିଚୟ ଉପରେ କଥା କହୁଛନ୍ତି । ଏହି ଦୁନିଆରେ ଦୁଇ ପ୍ରକାରର ଲୋକ ଅଛନ୍ତି ଜଣେ ଯାହା ପାଖରେ ଟଙ୍କା ଅଛି ଏବଂ ଅନ୍ୟ ଜଣେ ଯାହାଙ୍କ ପାଖରେ ନାହିଁ । ଯେତେବେଳେ ମୋ ପାଖରେ ଟଙ୍କା ନ ଥିଲା ତ ଲୋକ ମୋତେ ଲୁଜର କହୁଥିଲେ। ଯେତେବେଳେ ମୋ ପାଖରେ ଟଙ୍କା ଆସିଲା ତ ସେମାନେ ମୋତେ 'କିଙ୍ଗ୍' କହିଲେ । କିନ୍ତୁ ଏହି ପରିଚୟ ଟଙ୍କାଠାରୁ ଆହୁରି ଶକ୍ତିଶାଳୀ ଅଟେ । ଏହି ପରିଚୟକୁ ଜାରି ରଖିବା ଲାଗି ମୋତେ ଦୌଡ଼ିବାକୁ ପଡ଼ିବ ।

ଆର.ଏ.କାର୍ତ୍ତିକଙ୍କ ଦ୍ବାରା ଲିଖିତ ଏବଂ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଅନ୍ନପୂର୍ଣ୍ଣା ଷ୍ଟୁଡିଓଜ ବ୍ୟାନରରେ ପ୍ରଡ୍ୟୁସ କରାଯାଇଛି । ନାଗାର୍ଜୁନଙ୍କ ବ୍ୟତୀତ ଫିଲ୍ମରେ ଆଉ କେଉଁ କଳାକାର ନଜର ଆସିବେ ଏହାର ସୂଚନା ଏବେ ସାମ୍ନାକୁ ଆସିବା ବାକି ରହିଛି । ମାତ୍ର ଫିଲ୍ମର ପରଦା ପଛର ଟିମ୍ ବହୁତ ମଜବୁତ ଅଟେ । ସିନେମାଟୋଗ୍ରାଫି ରାଜା ମହାଦେବନ ସମ୍ଭାଳୁଛନ୍ତି । ଯାହାକି ପ୍ରଡକ୍ସନ ଡିଜାଇନନିଂର କାମ ସତୀଶ କୁମାର ଏନ ଦେଖୁଛନ୍ତି । ଏବେ ଏହା ଦେଖିବାକୁ ବାକି ରହିଲା କି ଯେତେବେଳେ ୨୪ଡିସେମ୍ବର ୨୦୨୬ରେ ନାଗାର୍ଜୁନଙ୍କ 'କିଙ୍ଗ୍ ୧୦୦' ଏବଂ ଶାହରୁଖ ଖାନଙ୍କ 'କିଙ୍ଗ୍' ଏକ ସାଥିରେ ଫିଲ୍ମ ହଲରେ ରିଲିଜ ହେବ ବକ୍ସ ଅଫିସରେ ବାଜି କିଏ ମାରିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia