Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସବୁକିଛି ଠିକ୍ ଅଛି, କିନ୍ତୁ ଟ୍ରମ୍ପଙ୍କ ହେଲଥ୍ ରିପୋର୍ଟରେ ବାହାରିଲା ଏଭଳି:  ଡାକ୍ତର କହିଲେ  ତୁରନ୍ତ ଓଜନ ହ୍ରାସ କରିବା ଉଚିତ

ସବୁକିଛି ଠିକ୍ ଅଛି, କିନ୍ତୁ ଟ୍ରମ୍ପଙ୍କ ହେଲଥ୍ ରିପୋର୍ଟରେ ବାହାରିଲା ଏଭଳି: ଡାକ୍ତର କହିଲେ ତୁରନ୍ତ ଓଜନ ହ୍ରାସ କରିବା ଉଚିତ

ନୂଆଦିଲ୍ଳୀ,୩୦।୫: ଆସନ୍ତା ମାସରେ ୮୦ ବର୍ଷ ବୟସରେ ପାଦ ଥାପିବାକୁ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ହ୍ୱାଇଟ୍ ହାଉସ୍ ଏକ ନୂତନ ମେଡିକାଲ୍ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ଭଲ ଅଛି ଏବଂ ସେ ରାଷ୍ଟ୍ରପତି ଏବଂ କମାଣ୍ଡର-ଇନ୍-ଚିଫ୍ ଭାବରେ ତାଙ୍କର ଦାୟିତ୍ୱ ଜାରି ରଖିବା ପାଇଁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ତଥାପି, ଡାକ୍ତର ତାଙ୍କୁ ଓଜନ ହ୍ରାସ କରିବା, ଅଧିକ ବ୍ୟାୟାମ କରିବା ଏବଂ ତାଙ୍କ ଖାଦ୍ୟ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ଟ୍ରମ୍ପ ଚଳିତ ସପ୍ତାହରେ ୱାଶିଂଟନ୍ ନିକଟସ୍ଥ ୱାଲ୍ଟର ରିଡ୍ ନ୍ୟାସନାଲ୍ ମିଲିଟାରୀ ମେଡିକାଲ୍ ସେଣ୍ଟରରେ ଏକ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ ହ୍ୱାଇଟ୍ ହାଉସ୍ ଡାକ୍ତର ଏବଂ ଆମେରିକୀୟ ନୌସେନା କ୍ୟାପଟେନ୍ ସିଆନ୍ ବାର୍ବାବେଲା ପରବର୍ତ୍ତୀ ସମୟରେ ଏକ ତିନି ପୃଷ୍ଠାର ଡାକ୍ତରୀ ରିପୋର୍ଟ ପ୍ରକାଶ କରିଥିଲେ। ରିପୋର୍ଟରେ କୁହାଯାଇଛି, 'ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ଅଛି। ତାଙ୍କର ହୃଦୟ, ଫୁସଫୁସ, ସ୍ନାୟୁ ପ୍ରଣାଳୀ ଏବଂ ସାମଗ୍ରିକ ଶାରୀରିକ କାର୍ଯ୍ୟକ୍ଷମତା ମଜବୁତ ରହିଛି।'

ଟ୍ରମ୍ପଙ୍କୁ କ'ଣ ପରାମର୍ଶ ଦେଇଛନ୍ତି ଡାକ୍ତର?

ଯଦିଓ ରିପୋର୍ଟରେ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ବୋଲି କୁହାଯାଇଛି, ଡାକ୍ତର କିଛି ସତର୍କତାମୂଳକ ପରାମର୍ଶ ମଧ୍ୟ ଦେଇଥିଲେ। ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା। ଶାରୀରିକ କାର୍ଯ୍ୟକଳାପ ବୃଦ୍ଧି କରିବା। ଓଜନ ହ୍ରାସ କରିବା ଜାରି ରଖିବା। ହୃଦୟ ସମ୍ପର୍କିତ ସୁରକ୍ଷା ପାଇଁ କମ୍ ଡୋଜ୍ ଆସ୍ପିରିନ୍ ନେବା।

ଟ୍ରମ୍ପଙ୍କ ଓଜନ କେତେ ?

ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ବର୍ତ୍ତମାନର ଓଜନ ୨୩୮ ପାଉଣ୍ଡ (ପ୍ରାୟ ୧୦୮ କିଲୋଗ୍ରାମ)। ଗତ ଏପ୍ରିଲରେ ଡାକ୍ତରୀ ପରୀକ୍ଷା ସମୟରେ ତାଙ୍କ ଓଜନ ୨୨୪ ପାଉଣ୍ଡ (ପ୍ରାୟ ୧୦୧.୬ କିଲୋଗ୍ରାମ) ରେକର୍ଡ କରାଯାଇଥିଲା। ଟ୍ରମ୍ପଙ୍କ ଉଚ୍ଚତା ୬ ଫୁଟ ୩ ଇଞ୍ଚ (୧୯୧ ସେଣ୍ଟିମିଟର)। ସେ ବର୍ତ୍ତମାନ ତିନୋଟି ଔଷଧ ଖାଉଛନ୍ତି: କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ପାଇଁ ଦୁଇଟି, ସେଭଳି ତୃତୀୟଟି ହେଉଛି ଆସ୍ପିରିନ୍, ଯାହା ହୃଦରୋଗ ରୋକିବା ପାଇଁ ବ୍ୟବହାର କରାଯାଏ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia