Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Salman & Sanjay Dutt Movies: ବକ୍ସ ଅଫିସରେ ଧମାଲ୍ କରୁଥିଲା ସଞ୍ଜୟ-ସଲମାନଙ୍କ ଯୋଡ଼ି,ବାବାଙ୍କୁ ଭାଇ ମାନନ୍ତି ଭାଇଜାନ୍

Salman & Sanjay Dutt Movies: ବକ୍ସ ଅଫିସରେ ଧମାଲ୍ କରୁଥିଲା ସଞ୍ଜୟ-ସଲମାନଙ୍କ ଯୋଡ଼ି,ବାବାଙ୍କୁ ଭାଇ ମାନନ୍ତି ଭାଇଜାନ୍

ମୁମ୍ବାଇ,୦୧ \୮ : ସଲମାନ ଖାନ୍ ଏବଂ ସଞ୍ଜୟ ଦତ୍ତ, ବଲିଉଡର ସବୁଠାରୁ ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଗୋଟିଏ । ଯେବେ ପରଦାରେ ଏକାଠି ହୋଇଥିଲେ ସଲମାନ୍ ଏବଂ ସଞ୍ଜୟ ,ଭାଙ୍ଗି ଥିଲା ବକ୍ସ ଅଫିସ ରେକର୍ଡ । ଭାରତୀୟ ସିନେମା ଇତିହାସରେ, ଯେତେବେଳେ ଦୁଇ ଜଣ ସୁପରଷ୍ଟାର ପରଦାରେ ଏକାଠି ନଜର ଆସନ୍ତି, ସେତେବେଳେ ଥିଏଟର ବାହାରେ ଦର୍ଶକଙ୍କ ଭିଡ଼ ଜମେ ।

କିନ୍ତୁ ନବେ ଦଶକରେ ଯେତେବେଳେ ସଲମାନ୍ ଖାନ ଏବଂ ସଞ୍ଜୟ ଦତ୍ତ ପ୍ରଥମ ଥର ପାଇଁ ବଡ଼ ପରଦାରେ ନଜର ଆସିଥିଲେ ଏହା କେବଳ ହଇଚଇ ସୃଷ୍ଟି କରିନଥିଲା ବରଂ ବକ୍ସ ଅଫିସରେ ସୁନାମୀ ସୃଷ୍ଟି କରିଥିଲା ।

ପରଦାରେ ସଲମାନ ଏବଂ ସଞ୍ଜୟଙ୍କ ବନ୍ଧୁତା ଜବରଦସ୍ତ

ସଲମାନଙ୍କ ଚକୋଲେଟି ଏବଂ ଡ୍ୟାସିଂ ଅନ୍ଦାଜ ବେଳେ ସଞ୍ଜୟ ଦତ୍ତଙ୍କ ଫିଟ୍ ବଡି ସହ ଆଙ୍ଗ୍ରୀ ୟଙ୍ଗ ମ୍ୟାନ୍ ଲୁକ୍ । ଏହି ଦୁଇ ଜଣଙ୍କ ଯୋଡ଼ି ଅଲଗା ଯାଦୁ ସୃଷ୍ଟି କରିଥିଲା । ପରଦାରେ ସେମାନଙ୍କର କେମେଷ୍ଟ୍ରି ଏତେ ଜବରଦସ୍ତ ଥିଲା ଯେ ଲୋକେ ଭାବନ୍ତି, ସେମାନେ କେବଳ ଅଭିନୟ ନୁହେଁ, ବରଂ ପ୍ରକୃତରେ ଭଲ ବନ୍ଧୁ । ଏବଂ ଉଭୟଙ୍କ ବଣ୍ଡିଂ ବି ଚମତ୍କାର । ବାସ୍ତବ ଜୀବନରେ ମଧ୍ୟ 'ସଞ୍ଜୁ ବାବା' ଏବଂ 'ସଲ୍ଲୁ ଭାଇ'ଙ୍କ ବନ୍ଧୁତା ଖୁବ୍ ଚର୍ଚ୍ଚାରେ । ଯେତେବେଳେ ଏହି ବନ୍ଧୁତା ବଡ଼ ପରଦାରେ ପ୍ରଦର୍ଶିତ ହୋଇଥିଲା, ସେତେବେଳେ ଥିଏଟରରେ କରତାଳି ଏବଂ ସିଟି ବନ୍ଦ ହୋଇ ନଥିଲା ।

'ସାଜନ୍'ରେ ହିଟ୍ ହୋଇଥିଲା କେମେଷ୍ଟ୍ରୀ

୧୯୯୧ ମସିହାରେ ରିଲିଜ୍ ହୋଇଥିବା 'ସାଜନ୍' ଫିଲ୍ମ ଦ୍ବାରା ସଲମାନ ଏବଂ ସଞ୍ଜୟ ଦତ୍ତ ଏକାଠି ପରଦାରେ ନଜର ଆସିଥିଲେ । ପ୍ରଥମ ଥର ପାଇଁ ଏହି ଯୋଡ଼ି ଲୋକଙ୍କ ସାମ୍ନାକୁ ଆସିଥିଲା । ଲରେନ୍ସ ଡି'ସୁଜାଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ-ନାଟକରେ ମାଧୁରୀ ଦୀକ୍ଷିତ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ଦୁଇ ବନ୍ଧୁ (ଅମନ ଏବଂ ଆକାଶ)ଙ୍କ କାହାଣୀକୁ ନେଇ ରଚନା ହୋଇଥିଲା । ଯେଉଁମାନେ ପରସ୍ପର ପାଇଁ ନିଜ ପ୍ରେମକୁ ବଳିଦାନ ଦେବାକୁ ବି ପ୍ରସ୍ତୁତ। ସଞ୍ଜୟ ଦତ୍ତ ଜଣେ ଅକ୍ଷମ ଏବଂ ସାୟର୍ 'ଅମନ' ଭୂମିକାରେ ଅଭିନୟ କରିଥିଲେ । ହେଲେ ସଲମାନ୍ ଚୁଲବଲ୍ ଓ ନଟଖଟ୍ ଅନ୍ଦାଜର ଯୁବକ 'ଆକାଶ' ଭୂମିକାରେ ଅଭିନୟ କରିଥିଲେ।
ବକ୍ସ ଅଫିସରେ କରିଥିଲା ରେକର୍ଡ
ଏହି ଫିଲ୍ମଟି ମୁକ୍ତିଲାଭ କରିବା ପରେ ସୁପରହିଟ୍ ପ୍ରମାଣିତ ହୋଇଥିଲା । ୧୯୯୧ ର ସର୍ବାଧିକ ଆୟକାରୀ ଫିଲ୍ମ ମଧ୍ୟରୁ ଗୋଟିଏ ହୋଇଥିଲା । ନଦୀମ-ଶ୍ରବଣଙ୍କ ସଙ୍ଗୀତ ଏହି ଫିଲ୍ମର ସବୁଠାରୁ ବଡ଼ ଶକ୍ତି ଥିଲା । "ଦେଖା ହେ ପେହଲି ବାର," "ତୁଝସେ ମିଲନେ କି ତଡ଼ପ," "ବହୁତ ପ୍ୟାର କରତେ ହେ", ଏବଂ "ଜୀ ତୋ ଜୀଏ କୈସେ" ଭଳି ଗୀତଗୁଡ଼ିକ ଦେଶରେ ଧୁମ୍ ମଚାଇ ଥିଲା ।ଥିଏଟର ବାହାରେ ଟିକେଟ କାଉଣ୍ଟରରେ ଲମ୍ବା ଧାଡ଼ି ଲାଗି ରହୁଥିଲା । ରିପୋର୍ଟ ଅନୁଯାୟୀ, "ସାଜନ୍" ସାରା ବିଶ୍ୱରେ ୧୮ କୋଟି ରୋଜଗାର କରିଥିଲା ।


କମେଡ଼ି ତଡ଼କା ସହ ଫେରିଥିଲା ଏହି ସୁପରହିଟ୍ ଯୋଡ଼ି
"ସାଜନ୍" ର ଇମୋସନାଲ୍ କାହାଣୀର ପ୍ରାୟ ନଅ ବର୍ଷ ପରେ, ଅର୍ଥାତ ୨୦୦୦ ମସିହାରେ ଡେଭିଡ୍ ଧାୱନ ଏହି ଯୋଡ଼ିକୁ ବଡ଼ ପରଦାକୁ ଫେରାଇ ଆଣିଥିଲେ। ଏଥର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଫିଲ୍ମଟି ଥିଲା "ଚଲ୍ ମେରେ ଭାଇ"। ଏହି ରୋମାଣ୍ଟିକ-କମେଡିରେ କରିସ୍ମା କପୁର ମଧ୍ୟ ଅଭିନୟ କରିଥିଲେ । ସଞ୍ଜୟ ଦତ୍ତ (ଭିକି) ପରିବାର ବଡ଼ ଭାଇ ଭୂମିକାରେ ଅଭିନୟ କରିଥିଲେ, ଏବଂ ସଲମାନ ଖାନ (ପ୍ରେମ୍) ଦୁଷ୍ଟ ଏବଂ ମଜାଳିଆ ସାନ ଭାଇ ଭୂମିକାରେ ଅଭିନୟ କରିଥିଲେ ।

 ​​​​​​​

ପରସ୍ପରର ଫିଲ୍ମରେ କରିଛନ୍ତି କାମ

ସଲମାନ ଖାନ ଏବଂ ସଞ୍ଜୟ ଦତ୍ତଙ୍କ ମଧ୍ୟରେ ଥିବା ବନ୍ଧୁତାକୁ ବଲିଉଡର "ଜୟ-ଭୀରୁ" ଭାବରେ ବିବେଚନା କରାଯାଏ । ଦୁଇ ଅଭିନେତାଙ୍କ ପରସ୍ପର ପ୍ରତି ପ୍ରେମ ଏତେ ଗଭୀର ଯେ ସେମାନେ ପ୍ରାୟତଃ ପରସ୍ପରର ଫିଲ୍ମରେ କାମ କରିବାକୁ କେବେ ପଛଘୁଞ୍ଚା ଦେଇ ନାହାଁନ୍ତି । ସଲମାନ ଖାନଙ୍କ ଫିଲ୍ମ "ରେଡି" ରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ସଞ୍ଜୟ ଦତ୍ତ । ଏହାକୁ ଦେଖି ଦର୍ଶକ ଖୁସି ହେବା ସହ ଉଭୟଙ୍କ ଦୋସ୍ତି କେତେ ଗଭୀର ତାହା ସ୍ପଷ୍ଟ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଫିଲ୍ମଟି ସାରା ବିଶ୍ୱରେ ୧୮୫.୧୦ କୋଟି ଟଙ୍କା ଆୟ କରିଥିଲା ।

ସଲମାନ ଖାନ ସଞ୍ଜୟ ଦତ୍ତଙ୍କୁ କହିଲେ "ବଡ଼ ଭାଇ"

ସଲମାନ ଖାନ୍ ସୋସିଆଲ ମିଡିଆରେ ସଞ୍ଜୟ ଦତ୍ତଙ୍କୁ ଆଲିଙ୍ଗନ କରୁଥିବାର ଏକ ଫଟୋ ସେୟାର କରିଛନ୍ତି । ସେ ସଞ୍ଜୁ ବାବାଙ୍କୁ ତାଙ୍କର ବଡ଼ ଭାଇ ବୋଲି ଉଲ୍ଲେଖ କରିଛନ୍ତି । ସଲମାନ ଖାନ ଲେଖିଛନ୍ତି, "ବାବା ହମିସା ବାବା... ଓର୍ ବାବା ତୋ ବାବା ହି ହୋତା ହେ । ସଞ୍ଜୁ ବାବା ହମ୍ ସବକା୍ ବାବା ହେ, ଔର ଅବ୍ ସଞ୍ଜୁ ବାବା ଆପନି ବଚୋକା ବାବା ହେ । ମେରେ ବଡ଼େ ଭୟା ସଞ୍ଜୟ ଦତ୍ତ । ଆଲ୍ଲା, ଭଗବାନ ଅର୍ ଯୀଶୁ ଇସ୍ ଇନସାନ୍ କୋ ହମିସା ଖୁସ୍ ରଖେ । ଆଇ ଲଭ୍ ୟୁ ବାବା।" ଏହି ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ଏହି ଯୋଡ଼ି କାହିଁକି ସ୍ୱତନ୍ତ୍ର?

​​​​​​​ସଲମାନ ଏବଂ ସଞ୍ଜୟଙ୍କ ଯୋଡ଼ି କେବଳ ସେମାନଙ୍କର ଷ୍ଟାରଡମ୍ ପାଇଁ ହିଟ୍ ନୁହେଁ, ବରଂ ସେମାନଙ୍କ ଅଫସ୍କ୍ରିନ୍ ବଣ୍ଡିଂ ପାଇଁ ମଧ୍ୟ ହିଟ୍ ହୋଇଥିଲା । ସେମାନେ ନିଜ ଭାଇ ପରି ପରସ୍ପରକୁ ଭଲ ପାଆନ୍ତି । ଯେଉଁଠାରେ ସଞ୍ଜୟ ଦତ୍ତଙ୍କ ସ୍କ୍ରିନ୍ ଉପସ୍ଥିତି ଜଣେ ଭାରୀ ଏବଂ ଗମ୍ଭୀର ନାୟକର ଥିଲା, ସେଠାରେ ସଲମାନ ଖାନଙ୍କ ବିଉଟିଫୁଲ ଏନର୍ଜି ଓ ଦମଦାର ଅଭିନୟ, ପରଦାରେ ଚାରଚାନ୍ଦ ଲଗାଉଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia