Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ଦିଆଯିବ ୧ କୋଟି ୮ଲକ୍ଷ ଟଙ୍କା ଅନୁଦାନ

ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ଦିଆଯିବ ୧ କୋଟି ୮ଲକ୍ଷ ଟଙ୍କା ଅନୁଦାନ

ଭୁବନେଶ୍ୱର,୩୦।୫ : ସମ୍ବଲପୁର ଜିଲ୍ଲା ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ୧ କୋଟି ୮ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅନୁଦାନ ପ୍ରଦାନ କରାଯିବ। ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାର ସର୍ବମୋଟ ୨୧ଟି କମିଟିଙ୍କୁ ୧ କୋଟି ୮ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ବାଗତ କରିଛନ୍ତି। ଏଥିସହ ମନ୍ତ୍ରୀ ସୂରଜ ସୂରଜ କହିଛନ୍ତି ଯେ, "ସମ୍ବଲପୁରର ଶୀତଳ ଷଷ୍ଠୀ ପର୍ବ ଆମ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶୀତଳ ଷଷ୍ଠୀକୁ ଭବ୍ୟତାର ସହ ପାଳନ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆମ ଓଡ଼ିଶାର ପର୍ବପର୍ବାଣୀ ଓ ଯାନିଯାତ୍ରାକୁ ବିଶ୍ୱ ଦରବାରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିବା ନିମନ୍ତେ ଆମ ସରକାର ପ୍ରତିଶ୍ରୁତିବଦ୍ଧ" ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia