Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସମ୍ପତ୍ତି ପାଇଁ ଭାଉଜର ବେକ କାଟି ହତ୍ୟା କଲା ଦିଅର

ସମ୍ପତ୍ତି ପାଇଁ ଭାଉଜର ବେକ କାଟି ହତ୍ୟା କଲା ଦିଅର

‎ଆସିକା, ୧।୯: ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ ରାମଗିରୀ ଗ୍ରାମରେ ଅଭାବନୀୟ ଘଟଣା l ସମ୍ପତ୍ତି ପାଇଁ ଭାଉଜର ବେକ କାଟିଦେଲା ଦିଅର l ଘଟଣା ସ୍ଥଳରେ ଭାଉଜର ମୃତ୍ୟୁ l ମୃତ ଭାଉଜ ଜଣକ ହେଲେ ୩୫ ବର୍ଷୀୟ ମୀତା ସେଠୀ l

ସୂଚନା ଅନୁସାରେ ସାତ ମାସତଳେ କିଡନୀ ରୋଗରେ ପଡି ସ୍ବାମୀ ବୁଲୁସେଠୀଙ୍କ ମୃତ୍ୟୁ ହେବା ପରେ ଘରେ ଏକା ରହୁଥିଲେ ମୀତା ସେଠୀ l ସମ୍ପତ୍ତି ବାଡ଼ିକୁ କେନ୍ଦ୍ରକରି ଭାଉଜ ଓ ଦିଅର ଭିତରେ ଝଗଡ଼ା ଲାଗିରହିଥିଲା।

ମଙ୍ଗଳବାର ସନ୍ଧ୍ୟାରେ ସମ୍ପତ୍ତି ପାଇଁ ଭାଉଜର ଗଳା ଦିଅର କାଟି ଦେଇଥିବା କୁହାଯାଉଛି l ଖବର ପାଇ ଘଟଣା ସ୍ଥଳରେ ଶେରଗଡ଼ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ କରୁଛି।

ଆହୁରି ପଢନ୍ତୁ : ସୁରକ୍ଷା ଓ ସଶକ୍ତୀକରଣକୁ ଏକା ସାଙ୍ଗରେ ଆଗେଇ ନେବାକୁ ସମନ୍ୱିତ ଆଭିମୁଖ୍ୟ ଆବଶ୍ୟକ : ପ୍ରଭାତୀ ପରିଡ଼ା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia