Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସର୍କିଟ୍ ହାଉସ୍ ବନ୍ଧୁକ ଜବତ ମାମଲା: ୨ ଦିନିଆ ରିମାଣ୍ଡରେ ପ୍ରକାଶ ପାସୱାନ, ଅନେକ ରହସ୍ୟ ପଦାକୁ ଆସିବ

ସର୍କିଟ୍ ହାଉସ୍ ବନ୍ଧୁକ ଜବତ ମାମଲା: ୨ ଦିନିଆ ରିମାଣ୍ଡରେ ପ୍ରକାଶ ପାସୱାନ, ଅନେକ ରହସ୍ୟ ପଦାକୁ ଆସିବ

ରାଉରକେଲା, ୨୯/୦୮: ଦୁଇ ଦିନିଆ ରିମାଣ୍ଡରେ ପ୍ରକାଶ ପାସୱାନ। ରାଉରକେଲା ସର୍କିଟ୍ ହାଉସ୍ ବନ୍ଧୁକ ଜବତ ମାମଲାରେ ପୂର୍ବତନ ଯୁବ ନେତା ପ୍ରକାଶ ପାସୱାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ରଘୁନାଥପାଲି ପୁଲିସ । ରାଉରକେଲା ଏସ୍‌ଡିଜିଏମ୍‌ଙ୍କ ନିକଟରେ ୪ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୁଲିସ। ୨ ଦିନ ପାଇଁ ମିଳିଛି ଅନୁମତି।

ଆଜି ରାଉରକେଲା ସ୍ୱତନ୍ତ୍ର କାରାଗାରରୁ ପ୍ରକାଶ ପାସୱାନଙ୍କୁ ଆଣି ରାଉରକେଲା ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ପଚରା ଉଚରା ପାଇଁ ଅଜଣା ସ୍ଥାନକୁ ନେଇଛି ପୁଲିସ। ଏହାପରେ ଘଟଣା ପଛରେ ଥିବା ଅନେକ ରହସ୍ୟ ପଦାକୁ ଆସିପାରେ ।

ରାଉରକେଲା ପାନପୋଷ ସର୍କିଟ୍ ହାଉସ୍‌ରେ ଅପରାଧୀ ମେଳି ଏବଂ ଚୋରା ବନ୍ଧୁକ ଜବତ ଘଟଣାରେ ସମ୍ପୃକ୍ତ ପ୍ରକାଶଙ୍କୁ ବିହାରରୁ ଧରିଥିଲା ସ୍ୱତନ୍ତ୍ର ଟାକ୍ସ ଫୋର୍ସ (ଏସ୍ଟିଏଫ୍) ଟିମ୍ । କଡ଼ା ସୁରକ୍ଷା ବଳୟରେ ତାଙ୍କୁ ଗୁରୁବାର ରାତିରେ ରାଉରକେଲା ଅଣାଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ ସ୍ଥାନୀୟ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଲାଗିଥିବାରୁ ସେଠାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଭିଯୋଗ ଆସିବା ପରେ ପ୍ରାୟ ଦୁଇ ସପ୍ତାହ ହେଲା ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମହାନଗର ନିଗମ ପ୍ରତିନିଧି ପ୍ରକାଶ । ଗତ ୧୪ ତାରିଖ ରାତିରେ ସର୍କିଟ୍ ହାଉସ୍ ଘଟଣା ପରଠାରୁ ସେ ଫେରାର ଥିଲେ । ତାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି କରାଯାଇଥିଲା । ଇତିମଧ୍ୟରେ ବିହାର ଏସ୍‌ଟି ଏଫ୍ ଟିମ୍ ତାଙ୍କୁ ବରୌନି ରେଳଷ୍ଟେସନରୁ ଧରିଥିଲା । ସେ ନେପାଳ ପଳାଇଯିବା ଲାଗି ଯୋଜନା କରୁଥିବା ଜଣାପଡ଼ିଛି ।

ସ୍କ୍ରବ ଟାଇଫସ୍ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ, ୫ ଅସୁସ୍ଥ; ଗାଁରୁ ରକ୍ତ ନମୁନା ସଂଗ୍ରହ କଲା ସ୍ୱାସ୍ଥ୍ୟ ବିଭାଗ ଟିମ୍

ଉଲ୍ଲେଖ ଯୋଗ୍ୟ, ଗତ୧୪ ତାରିଖ ବିଳମ୍ବିତ ରାତିରେ ରାଉରକେଲା ରଘୁନାଥପାଲି ପୁ ସର୍କିଟ ହାଉସରୁ ୪ଟି ମାଉଜର ୧୧ ରାଉଣ୍ଡ ଗୁଳି, ତିନୋଟି ମାଗାଜିନ୍ ଜବତ କରିଥିଲା। ଏହି ଘଟଣାରେ ୯ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ। ଫେରାର ହୋଇଯାଇଥିଲା ମୁଖ୍ୟ ଅଭିଯୁକ୍ତ ପୂର୍ବତନ ଯୁବ ନେତା ପ୍ରକାଶ ପାସୱାନ। ଗତ ୨୬ ତାରିଖରେ ବିହାର ସମଷ୍ଟିପୁରରୁ ରାଉରକେଲା ପୋଲିସ ପ୍ରକାଶ ପାସୱାନଙ୍କୁ ଗିରଫ କରି ୨୭ ତାରିଖରେ କୋର୍ଟ ଚାଲାଣ କରିଥିଲା। ଆଜି ଦୁଇ ଦିନିଆ ରିମାଣ୍ଡରେ ନେଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia