Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Seasonal Flu : ଭାଇରାଲ୍ ଫିଭର୍ ହୋଇଛି କି  ?  ଜାଣନ୍ତୁ କ'ଣ ଖାଇଲେ ହେବ ଶିଘ୍ର ସୁସ୍ଥ ..

Seasonal Flu : ଭାଇରାଲ୍ ଫିଭର୍ ହୋଇଛି କି ? ଜାଣନ୍ତୁ କ'ଣ ଖାଇଲେ ହେବ ଶିଘ୍ର ସୁସ୍ଥ ..

ନୂଆଦିଲ୍ଲୀ,୦୨ \୮ : ପାଗ ପରିବର୍ତ୍ତନ ହେବା ସହିତ, ଅନେକ ଲୋକ ଋତୁକାଳୀନ ସଂକ୍ରମଣରେ ପୀଡିତ ହୁଅନ୍ତି । ଏହା ଜ୍ୱର, ଥଣ୍ଡା, କାଶ, ଗଳା ଯନ୍ତ୍ରଣା, ଶରୀର ଯନ୍ତ୍ରଣା ଏବଂ ଦୁର୍ବଳତା ଭଳି ଲକ୍ଷଣ ସୃଷ୍ଟି କରିପାରେ । ଲୋକେ ପ୍ରାୟତଃ ଏହା ଋତୁ ପରିବର୍ତ୍ତନ ଜନିତ ସଂକ୍ରମଣ ବା ଭାଇରାଲ୍ ଫିଭର ବୋଲି ଧରି ନିଅନ୍ତି । ଏବଂ ଏହାକୁ ଅଣଦେଖା କରନ୍ତି, ଯାହା ଠିକ୍ ନୁହେଁ ।

ଏହି ସମୟରେ, କେବଳ ଔଷଧ ନୁହେଁ ବରଂ ଏକ ହେଲଦି ଡାଏଟ୍ ମଧ୍ୟ ଜରୁରୀ । ଯାହା ଶୀଘ୍ର ଆରୋଗ୍ୟ କରିବାରେ ସାହାଯ୍ୟ କରି ପାରିବ । ଯଦି ଆପଣ ମଧ୍ୟ ଋତୁକାଳୀନ ଫ୍ଲୁରେ ପୀଡିତ, ତେବେ ଆପଣଙ୍କ ଖାଦ୍ୟରେ କିଛି ସରଳ ଏବଂ ସୁସ୍ଥ ଖାଦ୍ୟ ସାମିଲ କରନ୍ତୁ ।

ଡିହାଇଡ୍ରେସନ୍ ଏଡାନ୍ତୁ

ପାଗ ପରିବର୍ତ୍ତନ ସମୟରେ ଶରୀରରେ ପାଣିର କମି ହୋଇ ପାରେ । ଯାହା ଡିହାଇଡ୍ରେସନ୍ ସୃଷ୍ଟି କରି ପାରେ। ତେଣୁ, ଦିନସାରା ଅଳ୍ପ ଅଳ୍ପ ପାଣି ପିଇବାର ଅଭ୍ୟାସ ଜାରି ରଖନ୍ତୁ । ନଡ଼ିଆ ପାଣି, ଲେମ୍ବୁ ପାଣି, ସୁପ୍ ଏବଂ ଗରମ ହର୍ବାଲ ଡ୍ରିଙ୍କସ୍ ନେଇ ପାରିବେ । ଏହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ ଏବଂ ଶରୀରର ଦୁର୍ବଳତା କମ୍ କରେ ।

ହାଲୁକା ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ

ଭାଇରାଲ୍ ସଂକ୍ରମଣ ସମୟରେ,ଫାଷ୍ଟଫୁଡ କିମ୍ବା ଅଧିକ ଚଟପଟା ଖାଦ୍ୟ ଖାଇବାରୁ ଦୁରେଇ ରୁହନ୍ତୁ । ଏହା ବଦଳରେ, ଖିଚଡି, ଦଲିଆ, ମୁଗ ଡାଲି, ସାଦା ରୋଟି ଏବଂ ସିଝା ପନିପରିବା,ସନ୍ତୁଳା ଆଦି ଖାଆନ୍ତୁ । ଏହି ଖାଦ୍ୟ ଗୁଡ଼ିକ ସହଜରେ ହଜମ ହୁଏ ଏବଂ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ । ଏହା ରୋଗକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ ।

ଡାଏଟରେ ଫଳ ଓ ପନିପରିବା ସାମିଲ କରନ୍ତୁ

କମଳା, ମୌସୁମୀ, କିୱି ଏବଂ ଅମୃତଭଣ୍ଡା ଭଳି ଫଳ ଶରୀରକୁ ଭିଟାମିନ୍ ସି ପ୍ରଦାନ କରେ । ଏଥିରେ ରୋଗ ପ୍ରତିରୋଧକ କ୍ଷମତା ଥାଏ । ଯାହା ଶରୀରକୁ ରୋଗ ସହ ଲଢିବାରେ ସାହାଯ୍ୟ କରେ । ସାଥିରେ ପାଳଙ୍ଗ, ଗାଜର, ଟମାଟୋ ଏବଂ କ୍ୟାପିସମ୍ ଭଳି ପନିପରିବା ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ ।

ଗରମ ସୁପ୍ ଏବଂ କାଢା ପିଅନ୍ତୁ

ଯଦି ଆପଣଙ୍କର ଗଳା ଯନ୍ତ୍ରଣା କିମ୍ବା ନାକ ବନ୍ଦ ଅଛି, ତେବେ ଗରମ ପନିପରିବାର ସୁପ୍ ପିଅନ୍ତୁ । ଅଦା, ତୁଳସୀ ଏବଂ କଳା ଗୋଲମରିଚ ସହିତ ତିଆରି ଏକ ହାଲୁକା କାଢା ମଧ୍ୟ ପିଇ ପାରିବେ, ଯାହା ଆରାମ ଦେଇପାରେ । ଆବଶ୍ୟକତା ଠାରୁ ଅଧିକ ପିଅନ୍ତୁ ନାହିଁ । ଏହା ପେଟ ଗରମ ମଧ୍ୟ କରିପାରେ ।

ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ

ଫଭର ବେଳେ ଶରୀରକୁ ଶକ୍ତିର ଆବଶ୍ୟକତା ପଡ଼ିଥାଏ । ତେଣୁ, ଆପଣଙ୍କ ଖାଦ୍ୟରେ ଡାଲି, ପନିର, ଦହି, କ୍ଷୀର, ଅଣ୍ଡା କିମ୍ବା ସୋୟାବିନ ଭଳି ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଏହା ଶରୀରକୁ ଶୀଘ୍ର ସୁସ୍ଥ କରିବାରେ ସାହାଯ୍ୟ କରେ ।

ଫ୍ଲୁ ସମୟରେ କଣ ସବୁ ଏଡାଇବେ

ଥଣ୍ଡା ପାନୀୟ, ଜଙ୍କଫୁଡ୍, ଅତ୍ୟଧିକ ମିଠା ଏବଂ ଫାଷ୍ଟଫୁଡ୍ ଖାଆନ୍ତୁ ନାହିଁ । ଏଗୁଡ଼ିକ ଆପଣଙ୍କ ଶରୀରର ସୁସ୍ଥତାକୁ ଧୀର କରି ପାରେ । ପର୍ଯ୍ୟାପ୍ତ ବିଶ୍ରାମ ନିଅନ୍ତୁ ଏବଂ ଡାକ୍ତରଙ୍କ ଦ୍ୱାରା ନିର୍ଦ୍ଦେଶିତ ଔଷଧ ଖାଆନ୍ତୁ । ଭାଇରାଲ୍ ଫେଭର ପାଇଁ ଉପଯୁକ୍ତ ଖାଦ୍ୟ, ପ୍ରଚୁର ପାଣି, ଭଲ ନିଦ ଏବଂ ବିଶ୍ରାମ ଅତ୍ୟନ୍ତ ଜରୁରୀ । ଯଦି ଉଚ୍ଚ ଜ୍ୱର ଅନେକ ଦିନ ଧରି ଲାଗି ରହେ, କିମ୍ବା ଆପଣଙ୍କ ଅବସ୍ଥା ଆହୁରି ଖରାପ ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia