Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Seema Haider : କୋଳରେ ପିଲା , ଅସୁସ୍ଥ ଚେହେରା ; ନିଜର ପ୍ରଶଂସକଙ୍କୁ ଅନୁରୋଧ କଲେ ସୀମା ହାଇଦର .

Seema Haider : କୋଳରେ ପିଲା , ଅସୁସ୍ଥ ଚେହେରା ; ନିଜର ପ୍ରଶଂସକଙ୍କୁ ଅନୁରୋଧ କଲେ ସୀମା ହାଇଦର .

ନୂଆଦିଲ୍ଲୀ : ସୀମା ହାଇଦର ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ଏହି ଭାଇରାଲ ପଛର କାରଣ ତାଙ୍କର ଏକ ଫେସବୁକ୍ ଭିଡିଓ ,ଯେଉଁଥିରେ ସେ ନିଜର ଛୋଟ ପିଲାକୁ ଛାତିରେ ଜାବୁଡ଼ି ଧରି ଥିବାର ନଜର ଆସୁଛି । ଭିଡିଓରେ ସୀମା ପିଲାର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି । ମାଆ କୋଳରେ ଶୋଇଥିବା ପିଲା ଓ ସୀମାଙ୍କ ମୁହଁରେ ଦେଖାଯାଉ ଥିବା ଚିନ୍ତା ଉକ୍ତ ଭିଡିଓକୁ ଭାବପ୍ରବଣ କରି ଦେଇଛି ।

ଭିଡିଓରେ ସୀମା ନିଜ ପିଲାକୁ ଛାତିରେ ଲଗେଇ ଧରି ଥିବାର ଦେଖାଯାଉଛି । ସେ କ୍ୟାମେରା ସାମ୍ନାରେ ପିଲାର ଥଣ୍ଡା ହେବା ବିଷୟରେ କହୁଛନ୍ତି ଏବଂ ନିଜର ବନ୍ଧୁ ଓ ପ୍ରଶଂସକଙ୍କୁ କିଛି ଘରୋଇ ଉପଚାର କହିବାକୁ ଅନୁରୋଧ କରୁଛନ୍ତି । ଭିଡିଓରେ ତାଙ୍କର ପୂରା ଧ୍ୟାନ ପିଲା ଉପରେ ଥିବାର ଦେଖିବାକୁ ମିଳୁଛି । ପିଲାର ସ୍ୱାସ୍ଥ୍ୟକୁ ନେଇ ସୀମା ଖୁବ୍ ଚିନ୍ତିତ ଥିବାର ଜଣାପଡ଼ୁଛି ଏବଂ ନିଜ ପ୍ରଶଂସକଙ୍କୁ ସାହାଯ୍ୟ ଓ ପ୍ରାର୍ଥନା କରିବାକୁ ଅନୁରୋଧ କରିବା ନଜର ଆସୁଛି । ମାଆର କୋଳରେ ଶୋଇଥିବା ପିଲା ଓ ସୀମାଙ୍କ ଚେହେରାରେ ଦେଖିବାକୁ ମିଳୁଥିବା ଚିନ୍ତିତ ଭାବ ଏହି ଭିଡିଓକୁ ଭାବପ୍ରବଣ କରିଦେଉଛି ।

କହି ରଖୁଛୁ କି , ସୋସିଆଲ ମିଡିଆରେ ସୀମା ଓ ସଚିନଙ୍କ ଜୀବନ ସହ ଜଡ଼ିତ ଭିଡ଼ିଓ ପୂର୍ବରୁ ମଧ୍ୟ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । କିନ୍ତୁ ଉକ୍ତ ଭିଡିଓରେ କାହାଣୀର କେନ୍ଦ୍ର ତାଙ୍କର ବ୍ୟକ୍ତିଗତ ଜୀବନ ନୁହେଁ , ବରଂ ତାଙ୍କର ପିଲା ଓ ତାର ସ୍ୱାସ୍ଥ୍ୟ ରହିଛି ।

ଅନ୍ୟପଟେ ସୀମା ହାଇଦରଙ୍କ ଏହି ଭିଡିଓରେ ୟୁଜରମାନେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି । କିଛି ଲୋକ ପିଲା ପାଇଁ ଦେଶୀ ଉପଚାର କହୁଥିବା ବେଳେ ଆଉ କିଛି ମଜାଳିଆ ଅନ୍ଦାଜରେ ପ୍ରତିକ୍ରିୟା ଦେଉଛନ୍ତି।

ଉଲ୍ଲେଖନୀୟ ଯେ, ସୀମା ହାଇଦର ପାକିସ୍ତାନରୁ ନିଜର ଚାରି ଜଣ ପିଲାଙ୍କ ସହ ଭାରତ ଚାଲି ଆସି ଥିଲେ । ତାଙ୍କର ସାକ୍ଷାତ୍ ଗ୍ରେଟର ନୋଏଡାର ସଚିନଙ୍କ ସହ ଅନଲାଇନ ଗେମ୍ ପବଜୀ ମାଧ୍ୟମରେ ହୋଇଥିଲା । ଏହାପରେ ଉଭୟଙ୍କ କାହାଣୀ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଲା ଏବଂ ସୀମା ଭାରତ ଆସିବାକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା । ଭାରତ ଆସିବା ପରେ ସୀମା ଓ ସଚିନ ଗ୍ରେଟର ନୋଏଡାରେ ରହୁଛନ୍ତି । ଦୁହିଁଙ୍କର ଜୀବନ ସହ ଜଡ଼ିତ ଛୋଟ ବଡ଼ କଥା ଅନେକ ସମୟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି । ୨୦୨୫ ମସିହାରେ ସୀମା ଓ ସଚିନଙ୍କ ଘରେ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ଏହାପରେ ଫେବ୍ରୁଆରୀ ୨୦୨୬ ରେ ସୀମା ଏକ ଶିଶୁପୁତ୍ରକୁ ଜନ୍ମ ଦେଲେ , ଯାହା ସଚିନଙ୍କ ସହ ତାଙ୍କ ଦ୍ୱିତୀୟ ସନ୍ତାନ । ଏହିପରି ଭାବେ ସୀମା ମୋଟ ଛଅଟି ପିଲାର ମାଆ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia