Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Shah Rukh Khan Kashmir visit : କାଶ୍ମୀରକୁ ଛାଡ଼ି ପୂରା ଦୁନିଆ ବୁଲିଥିଲେ ଶାହରୁଖ , ବାପା ରଖି ଥିବା ସେହି ସର୍ତ୍ତ ଥିଲା କି କାରଣ ?

Shah Rukh Khan Kashmir visit : କାଶ୍ମୀରକୁ ଛାଡ଼ି ପୂରା ଦୁନିଆ ବୁଲିଥିଲେ ଶାହରୁଖ , ବାପା ରଖି ଥିବା ସେହି ସର୍ତ୍ତ ଥିଲା କି କାରଣ ?

ମୁମ୍ୱାଇ : ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ଓ ମହାନାୟକ ଅମିତାଭ ବଚ୍ଚନଙ୍କ ମଧ୍ୟରେ ବହୁତ ନିବିଡ଼ ସଂପର୍କ ରହିଛି । ଶାହରୁଖ ଖାନ ବିଗ୍ ବିଙ୍କ ବହୁତ ସମ୍ମାନ କରନ୍ତି ଏବଂ ଅମିତାଭ ମଧ୍ୟ ତାଙ୍କର ପ୍ରଶଂସା ନକରି ରହି ପାରନ୍ତି ନାହିଁ । ଏହି କାରଣ ଯେ, ଶାହରୁଖ ଖାନ ମହାନାୟକଙ୍କ ସାମ୍ନାରେ ନିଜ ଜୀବନର ସେହି ରହସ୍ୟକୁ ମଧ୍ୟ କହି ଦିଅନ୍ତି , ଯାହାକୁ ବୋଧେ ସେ ଆଉ କାହା ଆଗରେ ଖୁବ୍ କମ୍ କହି ଥିବେ ।

କିଛି ଏମିତି ହିଁ ହୋଇଥିଲା ରିଆଲିଟି ଟିଭି ଶୋ' 'କୌନ ବନେଗା କରୋଡପତି'ର ସେଟରେ , ଯେବେ ଶାହରୁଖ ଖାନ ନିଜ ଜୀବନର ଅନେକ ବ୍ୟକ୍ତିଗତ କଥା ସେୟାର କରିଥିଲେ । ଏବେ ଏହି ପୁରୁଣା ଭିଡ଼ିଓ ଇଣ୍ଟରନେଟରେ ଭାଇରାଲ ହେଉଛି ।

ଶାହରୁଖଙ୍କ ବାପା ତାଙ୍କୁ କହିଥିଲେ ଏହି କଥା -

ଶାହରୁଖ ଖାନ କହିଥିଲେ ଯେ, ସେ ପ୍ରତି ସ୍ଥାନ ବୁଲି ଥିଲେ , ହେଲେ କେବେ କାଶ୍ମୀର ଯାଇ ନଥିଲେ । ଏହା ପଛରେ ଥିବା କାରଣଟି ଏହା ଥିଲା ଯେ, ତାଙ୍କ ବାପା ଜୀବନରେ ତିନୋଟି ସ୍ଥାନକୁ ଯିବା ପାଇଁ ତାଙ୍କୁ ପ୍ରେରିତ କରି ଥିଲେ, କିନ୍ତୁ କାଶ୍ମୀର ଯିବାକୁ ନେଇ ତାଙ୍କର ଏକ ବଡ଼ ସର୍ତ୍ତ ଲୁଚି ରହି ଥିଲା । ଶାହରୁଖ ଖାନ କେବିସିର ସେଟରେ କହିଥିଲେ - ଏହା ବହୁତ ଭାବବିହ୍ୱଳର କଥା ଅମିତ୍ ଜୀ । ମୋ ବାପାଙ୍କ ମାଆ କାଶ୍ମୀରରୁ ଥିଲେ । ସେ ମୋତେ କହିଥିଲେ ଯେ, ମୁଁ ବଞ୍ଚି ଥାଏ ବା ନଥାଏ , ଜୀବନରେ ୩ଟି ସ୍ଥାନ ଦେଖିବାକୁ କହି ଥିଲେ । ସେ କହି ଥିଲେ - ଇସ୍ତାନବୁଲ ଦେଖ , ଇଟାଲୀ ଦେଖ , ରୋମ୍ ଦେଖ ଓ କାଶ୍ମୀର ଦେଖ । ଏହି ସବୁ ଦୁଇ ସ୍ଥାନକୁ ମୋ ବିନା ଦେଖି ପାର । ହେଲେ କାଶ୍ମୀରକୁ ମୋ ବିନା ଦେଖିବ ନାହିଁ ।

କାହାଣୀର ଦୁଃଖଦ ଭାଗ ଏହା ଯେ, ଶାହରୁଖ ଖାନଙ୍କ ବାପାଙ୍କର ଖୁବ୍ ଶୀଘ୍ର ଦେହାନ୍ତ ହୋଇଥିଲା । ଶାହରୁଖ କହିଥିଲେ - ତ ଏହା ହେଲା ଯେ, ସେ ବହୁତ ଶୀଘ୍ର ଆମକୁ ଛାଡ଼ି ଚାଲି ଗଲେ ଏବଂ ମୁଁ ପୂରା ଦୁନିଆ ବୁଲି ସାରିଲିନି। କିନ୍ତୁ କାଶ୍ମୀର ଯାଇ ନାହିଁ । କାରଣ ଏହା ଯେ, ଶାହରୁଖ ଖାନଙ୍କ ବାପା ତାଙ୍କୁ କହି ଥିଲେ ଯେ, ମୋ ବିନା କାଶ୍ମୀରକୁ ଦେଖିବ ନାହିଁ । ଶାହରୁଖ ଖାନ କହିଥିଲେ - ତାଙ୍କୁ ଏ ମଧ୍ୟରେ ଅନେକ ଥର ସେଠାକୁ ଯିବାକୁ ସୁଯୋଗ ମିଳିଛି । କେବେ ତାଙ୍କ ପରିବାର ସେଠାକୁ ବୁଲିବାକୁ ଯାଆନ୍ତି , କେବେ ତାଙ୍କୁ ସେଠାରୁ କୌଣସି ନିମନ୍ତ୍ରଣ ଆସିଥାଏ ତ କେବେ କୌଣସି ଟ୍ରିପରେ ଯିବାକୁ ଯୋଜନା ହୁଏ , ହେଲେ ସେ ସର୍ବଦା ନିଜକୁ ସେଠାକୁ ଯିବାକୁ ନିବୃତ୍ତ ରହୁ ଥିଲେ ।

ଆହୁରି ମଧ୍ୟ ପଢନ୍ତୁ : ୬୫ ବର୍ଷ ବୟସରେ ବି ବଲିଉଡରେ କାହିଁକି ରହିଛି 'ଅନ୍ନା'ଙ୍କ ଚାହିଦା ? ନିଜ ସଫଳତାର ରହସ୍ୟ କହିଲେ ସୁନୀଲ ଶେଟ୍ଟୀ

କିନ୍ତୁ ପୁଣି ଆସେ କାହାଣୀରେ ସେହି ଟ୍ୱିଷ୍ଟ , ଯାହାର ଆଶା ବୋଧହୁଏ ଶାହରୁଖ ଖାନ ମଧ୍ୟ କରି ନଥିଲେ। ଫିଲ୍ମମେକର ୟଶ ଜୋହର ତାଙ୍କ ତାହା କରାଇ ନେଲେ , ଯାହାକୁ ଶାହରୁଖ ବର୍ଷ ବର୍ଷ ଧରି କରୁ ନଥିଲେ। ୟଶ ଜୋହର ଶାହରୁଖ ଖାନଙ୍କୁ ଲିଡ୍ ହିରୋ ସାଇନ କଲେ ଏବଂ ତାଙ୍କ ସହ 'ଜବ୍ ତକ୍ ହୈ ଜାନ୍' କାଶ୍ମୀରରେ ଶୁଟ୍ କଲେ । ଶାହରୁଖ ଖାନଙ୍କ କାଶ୍ମୀର ଯିବା କେବଳ କାମ ସମ୍ୱନ୍ଧିତ ନଥିଲା , ବରଂ ଏହା ତାଙ୍କ ପାଇଁ ସେହି ସ୍ୱପ୍ନ ଥିଲା ,ଯାହାକୁ ସେ ତାଙ୍କ ବାପାଙ୍କ ସହ ପୂରଣ କରିବାର ଥିଲା । ୟଶ ଚୋପ୍ରା ଶାହରୁଖ ଖାନଙ୍କୁ ଶୁଟିଂ ବେଳେ କାଶ୍ମୀର ବୁଲିବା ଓ ଏକ୍ସପ୍ଲୋର କରିବାକୁ ଅନୁମତି ଦେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia