ସମ୍ବଲପୁର, ୧।୯: ସମ୍ବଲପୁର ଜିଲ୍ଲାରୁ ଏକ ମର୍ମନ୍ତୁଦ ତଥା ଅଭାବନୀୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜିଲ୍ଲାର ଗୋବିନ୍ଦପୁର ଥାନା ଅନ୍ତର୍ଗତ ମସନିକାନୀ ଗାଁରେ ଏକ ସାମାନ୍ୟ ବଚସାକୁ କେନ୍ଦ୍ର କରି ଶଳା ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଶୋକର ପରିବେଶ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ମସନିକାନୀ ଗାଁର ଦାଣ୍ଡରେ କୌଣସି ଏକ କଥାକୁ ନେଇ ସମ୍ପର୍କୀୟ ଶଳା ଏବଂ ଭିଣୋଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କଥା କଟାକଟି କ୍ରମଶଃ ଉଗ୍ର ରୂପ ନେଇଥିଲା ଏବଂ ଉତ୍କ୍ଷିପ୍ତ ହୋଇ ଶଳା ଏକ ବାରିସୀରେ ନିଜ ଭିଣୋଇଙ୍କୁ ଆକ୍ରମଣ କରିଥିଲେ । ଏହି ଅଚାନକ ଏବଂ ଜଳକା ମାଡ଼ ଫଳରେ ଭିଣୋଇ ଜଣକ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା ।
Anganwadi: ଚାଉଳ ନାହିଁ, ଜାଳେଣି ନାହିଁ; ମାସେ ହେଲା ଅଙ୍ଗନବାଡ଼ିରେ ଜଳୁନି ଚୁଲି ! ତାତିଲେ ଗ୍ରାମବାସୀ
ନିହତ ବ୍ୟକ୍ତି ଜଣକ ଚାରଲେସ ଲୁଗୁନ ବୋଲି ପରିଚୟ ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ଗୋବିନ୍ଦପୁର ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହିତ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତ ସମ୍ପର୍କୀୟ ଶଳାକୁ ପୁଲିସ କବ୍ଜା କରି ଥାନାରେ ଅଟକ ରଖିଛି । ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବଂ ପଛର ପୃଷ୍ଠଭୂମି ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି ।

