Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶିବ ମନ୍ଦିରରୁ ଚୋରି ଘଟଣାର ପର୍ଦ୍ଦାଫାସ : ଶିବ ଓ ପାର୍ବତୀଙ୍କ ଧାତୁ ମୂର୍ତ୍ତି ଜବତ, ୩ ଗିରଫ

ଶିବ ମନ୍ଦିରରୁ ଚୋରି ଘଟଣାର ପର୍ଦ୍ଦାଫାସ : ଶିବ ଓ ପାର୍ବତୀଙ୍କ ଧାତୁ ମୂର୍ତ୍ତି ଜବତ, ୩ ଗିରଫ

ରାୟଗଡା, ୨୭।୮ : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ପେଣ୍ଟା ଶିବ ମନ୍ଦିରରୁ ଚୋରି ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି । ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୂଆପଡ଼ାର ମନୋଜ ଦୁର୍ଗା ଏବଂ ପଦନ ଗଣ୍ଡାଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ। ଅଗଷ୍ଟ ୨୪ ତାରିଖ ମଧ୍ୟରାତ୍ରିରେ ପେଣ୍ଟା ଶିବ ମନ୍ଦିରରୁ ଶିବ ଓ ପାର୍ବତୀଙ୍କ ଧାତୁ ମୂର୍ତ୍ତି ସମେତ ବିଭିନ୍ନ ପୂଜା ସାମଗ୍ରୀ ଚୋରି ହୋଇଥିଲା।

ମନ୍ଦିରର ପୂଜକ ସି.ଏନ୍. ନାଗରାଜୁ ୨୪ ତାରିଖ ସକାଳେ ମନ୍ଦିରରେ ତାଲା ପକାଇ ନିଜ ଘରକୁ ଯାଇଥିଲେ। ତେବେ ୨୫ ତାରିଖ ସକାଳେ ମନ୍ଦିରକୁ ଆସି ଦେଖିବା ବେଳକୁ ମୁଖ୍ୟ ଦ୍ୱାରର ତାଲା ଭଙ୍ଗା ଯାଇଥିଲା।ମନ୍ଦିର ଭିତରକୁ ଯାଇ ଦେଖିବା ବେଳେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଧାତୁ ମୂର୍ତ୍ତି ସମେତ ଅନ୍ୟାନ୍ୟ ପୂଜା ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଥିଲା। ଏନେଇ ପୂଜକ ଚାନ୍ଦିଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ୧୩.୯୭ କିଲୋଗ୍ରାମ ଓଜନର ଭଗବାନ ଶିବଙ୍କ ଧାତୁ ମୂର୍ତ୍ତି, ୬.୧୧ କିଲୋଗ୍ରାମ ଓଜନର ମାତା ପାର୍ବତୀଙ୍କ ଧାତୁ ମୂର୍ତ୍ତି, ୪.୧୧ କିଲୋଗ୍ରାମ ଓଜନର ପିତଳ ପଞ୍ଚମୁଖୀ ନାଗ ମୂର୍ତ୍ତି, ନଗଦ ୧,୯୪୦ ଟଙ୍କା ସମେତ କିଛି ଭଙ୍ଗା ତମ୍ବା ଓ ପିତଳ ସାମଗ୍ରୀ ଓ ବାଇକ ଜବତ କରିଛି।

ଆହୁରି ପଢନ୍ତୁ :ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା, ଘର ଭିତରୁ ୨ ମୃତଦେହ ଉଦ୍ଧାର

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia