Monday, 04 Jan, 6.27 pm ପ୍ରମେୟ

ହୋମ
ଶ୍ରୀନଗର ଏନକାଉଣ୍ଟରରେ ମୃତ ୩ ଯୁବକଙ୍କ ପରିବାର ଲୋକଙ୍କ ବିରୋଧ ପ୍ରଦର୍ଶନ - ଶବକୁ ଫେରେଇବାକୁ ଦାବି

Image Courtesy : https://www.aajtak.in/

ଶ୍ରୀନଗର - ଶ୍ରୀନଗରରେ ୩୦ ଡିସେମ୍ୱରରେ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ୩ଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏବେ ସେମାନଙ୍କ ପରିବାର ଲୋକ ଏହି ଏନକାଉଣ୍ଟରର ତଦନ୍ତ ଦାବିକୁ ନେଇ ସୋମବାର ଦିନ ସହରର ଲାଲ ଚୌକ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ସେମାନେ ଦାବି କରିଛନ୍ତି କି ତାଙ୍କର ପରିବାରର ଲୋକର ଶବକୁ ତାଙ୍କର ମୁଖ୍ୟ ସ୍ଥାନରେ କବର ଦେବା ପାଇଁ ଫେରେଇ ଦିଆଯାଉ । ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ଜଣେ ଯୁବକ ଅତହର ଭାନିଙ୍କର ପିତା ମୁସ୍ତାକ ଭାନି କହିଛନ୍ତି ମୁଁ ଭାବିଥିଲି କି ମୁଁ ବହୁତ ପରିଶ୍ରମ କରିବି , ଆଉ ମୋର ପୁଅକୁ ବଡ଼ ଅଫିସର କରିବି , ହେଲେ ତାକୁ ମାରି ଦିଆଗଲା । ସେ କେବଳ ୧୬ବର୍ଷର ଯୁବକ ଥିଲା । କିଛି ନହେଲେ ଏବେ ତାର ଶବଟି ଆମକୁ ଦେଇ ଦିଅ । ଏନ୍‌କାଉଣ୍ଟରରେ ମରିଥିବା ପୁଅର କବର ଖୋଳୁଛନ୍ତି ପିତା, କହିଲେ ଶବକୁ ଅପେକ୍ଷା କରିଛି .

ସୁରକ୍ଷାକର୍ମୀ ଗତ ସପ୍ତାହରେ ଘୋଷଣା କରିଥିଲେ କି ଶ୍ରୀନଗରର ବାହାର ଅଞ୍ଚଳ ସ୍ଥିତ ଲଭେପୋରାରେ ହୋଇଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ମରିଥିଲେ। ପୁଲିସ୍‌ ର ବୟାନ ଅନୁସାରେ ଏନକାଉଣ୍ଟର ୨୯ ଡିସେମ୍ୱର ସନ୍ଧ୍ୟାରେ ଆରମ୍ଭ ହୋଇଥିଲା । ଭାରତର ସେନାର ୦୨ରାଷ୍ଟ୍ରୀୟ ରାଇଫଲ ୟୁନିଟ୍‌ ଏକ ବିଶେଷ ଇନପୁଟ୍‌ ଆଧାରରେ ଏକ ଅପରେସନ ଆରମ୍ଭ କରିଥିଲେ ।

ସୁରକ୍ଷାକର୍ମୀଙ୍କର ବୟାନରେ କୁହାଯାଇଥିଲା କି ଏନକାଉଣ୍ଟର ସମୟରେ ଆତଙ୍କବାଦୀ ମାନେ ପଥର ମାଡ଼ କରିଥିଲେ ଏବଂ ତାଙ୍କ ଉପରେ ଫାୟାରିଂ କରିଥିଲେ। ମୃତକମାନେ ହେଲେ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ଅଜାଜ ମକବୁଲ ଗନି ଓ ଅତହର ମୁସ୍ତାକ ଓ ଶୋପିୟାଁର ଜୁବୈର ଅହମଦ ଲୋନ। ଏଥିରେ ଅତହର ୧୬ବର୍ଷିୟ, ୧୧ଶ୍ରେଣୀର ଛାତ୍ର ଥିଲା ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Prameya Odia
Top