Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସିରିୟଲ 'ବିକ୍ରମ ଔର୍ ବେତାଲ'ର ବେତାଳର ଏମିତି କ୍ୟାରିୟର ହୋଇଗଲା ନଷ୍ଟ , ମେକର୍ସ କହି ଦେଇଥିଲେ ଏହି କଥା ...

ସିରିୟଲ 'ବିକ୍ରମ ଔର୍ ବେତାଲ'ର ବେତାଳର ଏମିତି କ୍ୟାରିୟର ହୋଇଗଲା ନଷ୍ଟ , ମେକର୍ସ କହି ଦେଇଥିଲେ ଏହି କଥା ...

ମୁମ୍ୱାଇ : ରାମାନନ୍ଦ ସାଗରଙ୍କ ପ୍ରସିଦ୍ଧ ଧାର୍ମିକ ଶୋ' 'ରାମାୟଣ' ଆଜି ମଧ୍ୟ ଦର୍ଶକଙ୍କୁ ମଧ୍ୟରେ ଖୁବ୍ ପସନ୍ଦ କରାଯାଏ। ୧୯୮୭ ମସିହାରେ ଆସିଥିବା ଏହି ଟିଭି ଶୋ'ରେ ରାମଙ୍କ ରୋଲରେ ଅରୁଣ ଗୋଭିଲ ,ସୀତାଙ୍କ ଚରିତ୍ରରେ ଦୀପିକା ଚିଖଲିଆ ଓ ଲକ୍ଷ୍ମଣଙ୍କ ରୋଲରେ ସୁନୀଲ ଲହରୀ ନଜର ଆସି ଥିଲେ। ଏହି ସିରିୟଲରୁ ଏମିତି ଲୋକପ୍ରିୟତା ମିଳିଲା ଯେ, ଏହାର ସବୁ କଳାକାର ନିଜ ନିଜର ଚରିତ୍ରରେ ସବୁଦିନ ପାଇଁ ଅମର ହୋଇ ଗଲେ।

କିନ୍ତୁ ଆପଣ କ'ଣ ଜାଣନ୍ତି ଯେ, 'ରାମାୟଣ' ପୂର୍ବରୁ ରାମାନନ୍ଦ ସାଗର ଆଉ ଏକ ସିରିୟଲ କରିଥିଲେ 'ବିକ୍ରମ ଔର ବେତାଲ'। ତାହା ପ୍ରଥମ ଟିଭି ଶୋ ଥିଲା, ଯାହା ରାମାନନ୍ଦ ସାଗରଙ୍କ ପ୍ରଡକ୍ସନ ହାଉସ୍ କରି ଥିଲା। ଉକ୍ତ ଶୋ'ରେ ବିକ୍ରମ ଚରିତ୍ରରେ ଅରୁଣ ଗୋଭିଲ ନଜର ଆସିଛନ୍ତି ଏବଂ ବେତାଲ ଅର୍ଥାତ୍ ପିଶାଚର ଚରିତ୍ରରେ ଅଭିନେତା ସଜ୍ଜନ ଲାଲ ପୁରୋହିତ ନଜର ଆସି ଥିଲେ। କିନ୍ତୁ ଏହି ଶୋ ବେଳେ ସେ ପ୍ରଯୋଜକଙ୍କୁ କିଛି ଏମିତି କହିଲେ , ଯାହା ପରେ ତାଙ୍କର କ୍ୟାରିୟର ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଗଲା। ଆସନ୍ତୁ ଜାଣିବା ଘଟଣାଟି କଣ ?

ସଜ୍ଜନ ଲାଲ ପୁରୋହିତଙ୍କୁ 'ବିକ୍ରମ ଔର ବେତାଲ' ରେ ନିଜର ପିଶାଚ ରୋଲରେ ଘରେ ଘରେ ଖୁବ୍ ଲୋକପ୍ରିୟତା ମିଳି ଥିଲା। କେବଳେ ଏତିକି ନୁହେଁ, ଶୋ' ଆରମ୍ଭ ହେବା ସହ କିଏ ଅପେକ୍ଷା କରୁଥିଲେ କେତେବେଳେ ବେତାଲ ଆସିବ , ବିକ୍ରମର ପିଠିରେ ବସି ତାକୁ ପ୍ରଶ୍ନ ପଚାରିବ ଏବଂ ତାର ସେହି ପ୍ରସିଦ୍ଧ ଡାଏଲଗ୍ କହିବ 'ତୁ ବୋଲା , ତୋ ମୈଁ ଚଲା ଜା ରହା ହୁଁ। ମୈଁ ତୋ ଚଲା ...' ।

ଏମିତି ମିଳିଥିବା ବେତାର ରୋଲ -

'ବିକ୍ରମ ଔର ବେତାଲ'ରେ ସଜ୍ଜନ ଲାଲ ପୁରୋହିତଙ୍କୁ ବେତାଳର ରୋଲ ମିଳିବାକୁ ନେଇ ଥରେ ପ୍ରେମ ସାଗର 'ହିନ୍ଦୁସ୍ତାନ ଟାଇମ୍ସ' କହିଥିଲେ , ସଜ୍ଜନ ତାଙ୍କର ପାରିବାରିକ ବନ୍ଧୁ ଥିଲେ। ତାଙ୍କ ପରିବାର ଓ ପିତା ରାମାନନ୍ଦ ସାଗରଙ୍କୁ କେବେ କେବେ ସଜ୍ଜନଙ୍କ ଘରେ ରହିବାକୁ ପଡ଼ୁଥିଲା। ସେବେଠାରୁ ତାଙ୍କର ବନ୍ଧୁତା ହୋଇ ଯାଇ ଥିଲା। ଏଥିପାଇଁ ରାମାନନ୍ଦ ସାଗର ଓ ପ୍ରେମ ସାଗର ସଜ୍ଜନଙ୍କୁ ବେତାଲର ରୋଲ୍ ଦେଇଥିଲେ , ଯେଉଁଥିରେ ଅଭିନେତା ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ।

ହେଲେ, ଯେବେ 'ବିକ୍ରମ ଔର ବେତାଲ' ହିଟ୍ ହେଲା, ସେତେବେଳେ ସଜ୍ଜନ ତାଙ୍କର ଫି' ବଢାଇ ଦେଲେ। ସାଗର ୱାର୍ଲ୍ଡ ମୁତାବିକ , ସଜ୍ଜନ ଅଧିକ ଫି' ଦାବି କଲେ , କିନ୍ତୁ ପ୍ରଡ୍ୟୁସର ମନା କରି ଦେଲେ। ଏହାପରେ ସଜ୍ଜନ ଶୋ ମଝିରେ ହିଁ ଛାଡ଼ି ଦେଲେ।

ଯେବେ ମେକର୍ସ ସଜ୍ଜନଙ୍କୁ ସୁଟ୍ କରିବାକୁ କହୁଥିଲେ ,ସଜ୍ଜନ କହୁଥିଲେ ଫି ନବଢାଇଲେ ମୋର ପୁରୁଣା ଶୋ ପୁଣି ଥରେ ଚଲାଇ ଦିଅ। ଏହି ସ୍ଥିତିରେ ମେକର୍ସ ସଜ୍ଜନଙ୍କ ଶୋ ଛାଡ଼ିବା ପରେ ଶୋ'କୁ ବନ୍ଦ କଲେ ନାହିଁ। ସେ ଏକ ଉପାୟ କଲେ, ସବୁ ସିନ୍ ତାଙ୍କ ବିନା ହିଁ ସୁଟ୍ କଲେ। ସେ ସଜ୍ଜନଙ୍କ ସ୍ଥାନରେ ଆଉ କୌଣସି କଳାକାରଙ୍କୁ ନେଲେ ନାହିଁ। ସେ ଏକ ଉପାୟ ଆପଣାଇ ପ୍ରତି ଏପିସୋଡରେ କିଛି ସିନ୍ସ ପରେ ବେତାଲର ପୁରୁଣା ଫୁଟେଜକୁ ରିପିଟ କଲେ ଏବଂ ଡବିଂ ସେହି ଭଏସ ଓଭର ଆର୍ଟିଷ୍ଟଙ୍କ ଦ୍ୱାରା କରାଇଲେ , ଯିଏ ପୂର୍ବରୁ କରୁଥିଲେ। ଏହିପରି ସଜ୍ଜନଙ୍କ ବିନା ପୂରା ଶୋ ଆଗକୁ ଚାଲି ଥିଲା।

ଆହୁରି ମଧ୍ୟ ପଢନ୍ତୁ : 'ରାମାୟଣ' ବଦଳାଇ ଦେଲା ରଣବୀର କପୁରଙ୍କ ଖରାପ ଅଭ୍ୟାସ , କହିଲେ - ଧର୍ମକୁ ନେଇ ବଦଳିଲା ଦୃଷ୍ଟିକୋଣ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia