Dailyhunt
ସୋଆ ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ସମାରୋହ 'ଅର୍ଣ୍ଣ' ଉଦଘାଟିତ

ସୋଆ ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ସମାରୋହ 'ଅର୍ଣ୍ଣ' ଉଦଘାଟିତ

ଭୁବନେଶ୍ୱର, ୮/୪ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅର୍ଣ୍ଣ ଉଦଘାଟିତ ହୋଇଯାଇଛି। ବୁଧବାର ପୂର୍ବାହ୍ନରେ ଉଦଘାଟନ ସମାରୋହରେ ଓୟୁଏଟିର ପ୍ରାକ୍ତନ କୁଳପତି ପ୍ରଫେସର ମନୋରଞ୍ଜନ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଯୁବପିଢ଼ିଙ୍କ ଯୋଗଦାନ ସହ ନୂଆନୂଆ ଜ୍ଞାନ କୌଶଳ ଆପଣାଇବାକୁ ଆହ୍ୱାନ କରିଥିଲେ।

ଅନ୍ୟ ଅତିଥିଙ୍କ ମଧ୍ୟରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ସୋଆ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଡ. ମଞ୍ଜୁଳା ଦାସ, ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ଡିନ ପ୍ରଫେସର ସନ୍ତୋଷ କୁମାର ରାଉତ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ପ୍ରଭାତ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଅର୍ଣ୍ଣ ସମାରୋହ ଆସନ୍ତାକାଲି ଉଦଯାପିତ ହେବ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ।​​​​​​​

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia