ହୋମ
ସୋନୁ ସୁଦଙ୍କୁ ଝଟକା : ବିଏମସି ନୋଟିସ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ୨୧।୧: କରୋନା ଲକଡାଉନ୍ ବେଳେ ଶ୍ରମିକଙ୍କ ପାଇଁ ଏବଂ ଅନ୍ୟ ଅସହାୟ ଲୋକଙ୍କ ପାଇଁ କୌଣସି ଭଗବାନଙ୍କଠାରୁ କମ୍ ନଥିଲେ ବଲିଉଡ ଅଭିନେତା ସୋନୁ ସୁଦ୍। ଶ୍ରମିକଙ୍କୁ ନିଜ ଟଙ୍କାରେ ଗାଡିଭଡା କରି ତାଙ୍କର ଘରେ ପହଁଞ୍ଚାଇଥିଲେ। ରୋଜଗାର ହରାଇଥିବା ବହୁ ଅସହାୟ ଲୋକଙ୍କୁ ସେ ଖୁବ୍ ସାହାଯ୍ୟ କରିଛନ୍ତି। ଏସବୁ ପରେ ସୋନୁ ସାରା ଦେଶରେ ପୂର୍ବ ଅପେକ୍ଷା ଆହୁରି ଲୋକପ୍ରିୟ ହୋଇଥିଲେ। ଏବେ ଖୋଦ୍ ନିଜେ ପଡିଯାଇଛନ୍ତି ଅଡୁଆରେ। ଗୁରୁବାର ଦିନ ଅଭିନେତା ସୋନୁ ସୁଦ୍ଙ୍କୁ ଝଟକା ଦେଲେ ବମ୍ବେ ହାଇକୋର୍ଟ।
ଅବୈଧ ନିର୍ମାଣ ମାମଲାରେ ସୋନୁଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ବିଏମ୍ସି ଅବୈଧ ନିର୍ମାଣକୁ ନେଇ ଅଭିନେତାଙ୍କୁ ନୋଟିସ ଜାରି କରିଥିଲା। ୧୩ ଜାନୁଆରୀରେ ହୋଇଥିବା ଶୁଣାଣି ସମୟରେ ବିଏମସି ସୋନୁ ସୁଦ୍ଙ୍କୁ ଏକ ଅଭ୍ୟାସଗତ ଅପରାଧୀ ବୋଲି କହିଥିଲା। ମ୍ୟୁନିସିପାଲିଟି କୋର୍ଟରେ କହିଥିଲେ ଯେ, ବେଆଇନ ନିର୍ମାଣ ମାମଲାରେ ଅଭିନେତା କ୍ରମାଗତ ଭାବରେ ନିୟମ ଭାଙ୍ଗୁଛନ୍ତି।
ବିଏମସି ନଜରରେ ପଡିଥିଲା ସୋନୁଙ୍କର ଜୁହୁ ସ୍ଥିତ ୬ ମହଲା ବିଶିଷ୍ଠ ଆବାସିକ କୋଠା, ଯାହାକୁ ସେ ହୋଟେଲ କରିଦେଇଛନ୍ତି। ଏହା ପରେ ବିଏମସି ତାଙ୍କୁ ନୋଟିସ ଜାରି କରିଥିଲା। ବିଏମସିର ନୋଟିସ ବିରୋଧରେ ସୋନୁ ବମ୍ବେ ହାଇକୋର୍ଟରେ ପହଞ୍ଚିଥିଲେ। ସୋନୁ ସୁଦ ଗତ ସପ୍ତାହରେ ଓକିଲ ଡି.ପି ସିଂଙ୍କ ଜରିଆରେ ଦାଖଲ କରିଥିବା ପିଟିସନରେ କହିଛନ୍ତି ଯେ ସେ ୬ ମହଲା ବିଶିଷ୍ଟ ଶକ୍ତି ସାଗର ବିଲଡିଂରେ କ କୌଣସି ବେଆଇନ ନିର୍ମାଣ କରିନାହାଁନ୍ତି।
ସୋନୁଙ୍କୁ ପ୍ରଥମ ନୋଟିସ୍ ଗତ ବର୍ଷ ୨୭ ଅକ୍ଟୋବରରେ ଦିଆଯାଇଥିଲା। ସେତେବେଳେ ତାଙ୍କୁ ୧ ମାସ ଭିତରେ ଜବାବ୍ ଦାଖଲ କରିବାକୁ କୁହାଯାଇଥିଲା, କିନ୍ତୁ ସେ କିଛି ଉତ୍ତର ଦେଇନଥିଲେ। ଏହାପରେ ଚଳିତ ବର୍ଷ ୪ ଜାନୁଆରୀରେ ଦ୍ବିତୀୟ ଥର ପାଇଁ ବିଏମସି ପକ୍ଷରୁ ବିଲ୍ଡିଂର ସ୍ଥିତି ଜାଣିବ ପାଇଁ ଅଧିକାରୀମାନେ ଯାଇଥିଲେ। ଅଧିକାରୀଙ୍କ କହିବା ଅନୁସାରେ, ସୋନୁ ଆହୁରି ଅଧିକ ଅବୈଧ ନିର୍ମାଣ କରିଛନ୍ତି ଓ ନୋଟିସର ଜବାବ୍ ଦେବାକୁ ମଧ୍ୟ ଜରୁରୀ ଭାବିଲେନି।
Bombay High Court dismisses actor Sonu Sood's petition challenging BMC notice on illegal construction at his residence https://t.co/NchYcpQmLW
- ANI (@ANI) January 21, 2021