Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Spain refugee crisis : ସ୍ପେନ୍‌ରେ ପଶିଗଲେ ୬୦ ହଜାର ଶରଣାର୍ଥୀ, ସେନା ରୋକିବା ପରେ ଧାଁଦୌଡ଼, ଦଳାଚକଟାରେ ୫୭ ମୃତ

Spain refugee crisis : ସ୍ପେନ୍‌ରେ ପଶିଗଲେ ୬୦ ହଜାର ଶରଣାର୍ଥୀ, ସେନା ରୋକିବା ପରେ ଧାଁଦୌଡ଼, ଦଳାଚକଟାରେ ୫୭ ମୃତ

ମାଦ୍ରିଦ୍‌, ୧/୮ : ସ୍ପେନ୍‌ରେ ଜବରଦସ୍ତି ଅନୁପ୍ରବେଶ କରିବା ଲାଗି ମରକ୍କୋ ପଟୁ ପ୍ରାୟ ହଜାର ହଜାର ଶରଣାର୍ଥୀ ସମୁଦ୍ରରେ ପହଁରି ଏବଂ ଦୀର୍ଘ ବାଟ ଚାଲି ଚାଲି ସୀମାରେ ଏକଜୁଟ ହୋଇଛନ୍ତି । ଅନୁପ୍ରବେଶ ଉଦ୍ୟମ ବେଳେ ସେଠାରେ ଦଳାଚକଟା ଯୋଗୁ ଅଣନିଃଶ୍ୱାସୀ ହୋଇ ଏବଂ ପାଣିରେ ବୁଡ଼ି ଅନ୍ୟୁନ ୫୭ ଜଣ ଆଫ୍ରିକୀୟ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି ।

ସୀମାରେ ପୁଲିସ ଘେରାବନ୍ଦୀ ଏବଂ ସୁରକ୍ଷା ବାଡ଼ ଭିତରେ ସଂକୀର୍ଣ୍ଣ ରାସ୍ତା ଥିବାରୁ ଲୋକେ ସେଠାରେ ପରସ୍ପର ଉପରେ ପଡ଼ି ଯାଇଥିଲେ । ଭିଡ଼ ଭିତରେ ଦବିଯିବା ଏବଂ ଅଣନିଃଶ୍ୱାସୀ ହୋଇ ଅନେକ ଲୋକ ପ୍ରାଣ ହରାଇଥିଲେ । ଏଥିସହ ସମୁଦ୍ରରୁ ପହଁରି ସୀମା ନିକଟରେ ପହଞ୍ଚିବା ଉଦ୍ୟମ ବେଳେ ଅନେକେ ବୁଡ଼ି ଯାଇଥିଲେ । ଅନୁପ୍ରବେଶକାରୀଙ୍କୁ ରୋକିବାକୁ ଉଦ୍ୟମ ବେଳେ ଶତାଧିକ ସୈନ୍ୟ ମଧ୍ୟ ଆହତ ହୋଇଛନ୍ତି ।

ସ୍ପେନ୍‌ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଗତ ୨୪ ଘଣ୍ଟାରେ ସିୟୁଟା ସହରରେ ପ୍ରାୟ ୬୦ ହଜାର ଲୋକ ଅନୁପ୍ରବେଶ କରିଛନ୍ତି । ସେଠାରେ ଅସମ୍ଭାଳ ଭିଡ଼ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ଏଥିସହ ଶରଣାର୍ଥୀ ଶିବିରଗୁଡ଼ିକରେ ମଧ୍ୟ ଅସ୍ୱାଭାବିକ ଭାବେ ଭିଡ଼ ହୋଇଛି । ଏଥିଯୋଗୁ ସ୍ପେନ୍‌ ଏବଂ ଇଟାଲୀ ସମେତ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକରେ ରାଜନୈତିକ ଉତ୍ତେଜନା ସୃଷ୍ଟି ହୋଇଛି । ୟୁରୋପର ବାହ୍ୟ ସୀମାକୁ ନେଇ ଇଟାଲୀ ଚିନ୍ତା ପ୍ରକଟ କରିବା ସହ ଏ ଦିଗରେ ତ୍ୱରିତ ଭିତ୍ତିରେ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା କହିଛି । ଏଥିସହ ଇଟାଲୀ ପ୍ରଧାନମନ୍ତ୍ରୀ ଜିର୍ଜିଆ ମେଲୋନି ସ୍ପେନ୍ ସହ ଶେଙ୍ଗେନ୍ ବୁଝାମଣା ରଦ୍ଦ କରିବାକୁ ଧମକ ଦେଇଛନ୍ତି। ସିୟୁଟାରେ ଏତେ ସଂଖ୍ୟାରେ ଅନୁପ୍ରବେଶକାରୀ ଧସେଇ ପଶିବା ୟୁରୋପର ସୁରକ୍ଷା ପ୍ରତି ଗମ୍ଭୀର ଚିନ୍ତାର କାରଣ । ସିୟୁଟା ଦୃଶ୍ୟରୁ ଏହା ସ୍ପଷ୍ଟ ହେଉଛି ଯେ ଅନୁପ୍ରବେଶକାରୀ ଅନିୟନ୍ତ୍ରିତ ଭାବେ ୟୁରୋପ ସୀମାରେ ପ୍ରବେଶ କରୁଛନ୍ତି । ଏଥିଯୋଗୁ ସ୍ପେନ୍‌ ସହ ଥିବା ଶେଙ୍ଗେନ୍‌ ବୁଝାମଣା ରୋକାଯାଇପାରେ । ଏହି ବୁଝାମଣା ରଦ୍ଦ ହେଲେ ସ୍ପେନ୍‌ ସହ ଇଟାଲୀର ଥିବା ଖୋଲା ସୀମାକୁ ବନ୍ଦ କରିଦିଆଯିବ ।

ପ୍ରକାଶଥାଉ କି, ଶେଙ୍ଗେନ୍‌ ଚୁକ୍ତି ହେଉଛି ୟୁରୋପର ଏକ ଐତହାସିକ ଚୁକ୍ତି । ଏହା ଇଟାଲୀ, ସ୍ପେନ୍‌କୁ ମିଶାଇ ୨୧ଟି ୟୁରେପୀୟ ଦେଶଗୁଡ଼ିକ ମଧ୍ୟରେ ବିନା ପାସପୋର୍ଟ ଏବଂ ଭିସାରେ ମୁକ୍ତ ଯାତାୟାତର ସୁବିଧା ପ୍ରଦାନ କରିଥାଏ । ଆଫ୍ରିକା ଏବଂ ଏସୀୟ ଦେଶଗୁଡ଼ିକରୁ ପ୍ରବାସୀମାନେ ଉନ୍ନତ ଜୀବନ ଆଶାରେ ୟୁରୋପୀୟ ଦେଶଗୁଡ଼ିକରେ ଅନୁପ୍ରବେଶ କରିବାକୁ ଚାହୁଁଛନ୍ତି।

ଆହୁରି ପଢନ୍ତୁ- ଇରାନ ଉପରେ ନୂଆ ଆକ୍ରମଣର ପ୍ରସ୍ତୁତି କରୁଛି ଆମେରିକା, ଟ୍ରମ୍ପଙ୍କ ନୂଆ ନିର୍ଦ୍ଦେଶକୁ ନେଇ ଚର୍ଚ୍ଚା

'ବେଳେବେଳେ ଦାନ୍ତ ତଳକୁ ଜିଭ ଚାଲିଆସେ '; ଗାଳି କରିଥିବା ପିଲାଙ୍କୁ କ୍ଷମା କଲେ ମୋଦି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia