Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Stock Market Crash: ଟ୍ରମ୍ପଙ୍କ ୱାର୍ ମୁଡରେ ସେୟାର ମାର୍କେଟ୍ କ୍ରାସ୍; ସେନସେକ୍ସ ୭୦୦ ପଏଣ୍ଟ ଡାଉନ୍,ବଡ଼ ଷ୍ଟକ୍ ଅବସ୍ଥା ଖରାପ

Stock Market Crash: ଟ୍ରମ୍ପଙ୍କ ୱାର୍ ମୁଡରେ ସେୟାର ମାର୍କେଟ୍ କ୍ରାସ୍; ସେନସେକ୍ସ ୭୦୦ ପଏଣ୍ଟ ଡାଉନ୍,ବଡ଼ ଷ୍ଟକ୍ ଅବସ୍ଥା ଖରାପ

ନୂଆଦିଲ୍ଲୀ,୦୨/୦୯; ମଧ୍ୟପ୍ରାଚ୍ୟ ଯୁଦ୍ଧ ନିଆଁରେ ବୁଡିଲା ସେୟାର ମାର୍କେଟ । ପୁଣି ଇରାନ୍ ଏବଂ ଆମେରିକା ମଧ୍ୟରେ ଯୁଦ୍ଧରେ ପ୍ରଭାବିତ ହୋଇଛି ସେୟାର ମାର୍କେଟ । ପଶ୍ଚିମ ଏସିଆ ଯୁଦ୍ଧ ପ୍ରଭାବରେ ବୁଧବାର ଷ୍ଟକ୍ ମାର୍କେଟ୍ ଖୋଲୁ ଖୋଲୁ କ୍ରାସ୍ ହୋଇଛି । ୭୦୦ ପଏଣ୍ଟ ହ୍ରାସ ପାଇ ୭୬୩୯୭.୨୪ ପଏଣ୍ଟରେ ପହଞ୍ଚିଛନ୍ତି ସେନସେକ୍ସ ।

ସେହିପରି ୨୦୩ ପଏଣ୍ଟ ହ୍ରାସ ପାଇବା ସହ ୨୩୮୫୨ ପଏଣ୍ଟରେ ରହିଛି ନିଫ୍ଟି । ଅଶୋଧିତ ତୈଳ ଦର ୨% ବୃଦ୍ଧିରୁ ସେୟାର ମାର୍କେଟ୍ କ୍ରାସ୍ ହୋଇଛି । ଇରାନ ଉପରେ ଆମେରିକାର ଆକ୍ରମଣ ପରେ ତୈଳ ଦର ବୃଦ୍ଧି ହୋଇଛି । ଆମେରିକା ଇରାନ୍ ମଧ୍ୟରେ ତିକ୍ତତା ପାଇଁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନସେକ୍ସ ୭୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିବା ବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ସୂଚକାଙ୍କ ମଧ୍ୟ ଖୋଲିବା ମାତ୍ରେ ୨୫୦ ପଏଣ୍ଟରୁ ଅଧିକ ହ୍ରାସ୍ ପାଇଛି । ଡୋନାଲ୍ଡ ଟ୍ରମ୍ପଙ୍କୁ ଯୁଦ୍ଧ ମୋଡରେ ଦେଖିବାକୁ ମିଳିଛି । ସେ ହୋର୍ମୁଜକୁ ନିୟନ୍ତ୍ରଣ କରିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଆମେରିକା ମଧ୍ୟ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛି । ଯାହାର ପ୍ରଭାବ ସେୟାର ବଜାରରେ ଦେଖିବାକୁ ମିଳିଛି ।

ମାର୍କେଟ୍ ଖୋଲୁ ଖୋଲ ସେନସେକ୍ସ-ନିପ୍ଟି କ୍ରାସ୍- ବୁଧବାର ବଜାର କାରବରା ଆରମ୍ଭ ହେବା ମାତ୍ରେ ବିଏସଇ ସେନସେକ୍ସ ଏହା ପୂର୍ବ ବନ୍ଦ ୭୬,୯୪୪ରୁ ୭୬୩୯୭.୨୪ ପଏଣ୍ଟକୁ ଖସି ଆସିଛି । ଏହା ପର ଆଖି ପିଛୁଳାକେ ୭୬, ୧୫୩ ସ୍ତରକୁ ଖସି ଆସିଥିଲା । ସେନସେକ୍ସ ପଛେ ପଛେ ନିଫ୍ଟି ମଧ୍ୟ ଖୋଲିବା ସହିତ ଏକ ବଡ଼ ପଏଣ୍ଟ ହ୍ରାସ ହୋଇଥିଲା । ୫୦ ସେୟାର ସୂଚକାଙ୍କ ରେଡ୍ ଜୋନରେ ୨୩,୮୫୮ରେ ଖୋଲିଥିଲା । ଏହାର ପୂର୍ବ କାରବାର ବନ୍ଦ ୨୪,୦୫୫ ଥିଲା ଏବଂ ପରେ ୨୩,୭୮୬ ସ୍ତରକୁ ଖସି ଆସିଥିଲା ।

୧୦ଟି ଷ୍ଟକର ଅବସ୍ଥା ଖରାପ- ଷ୍ଟକ୍ ବଜାରରେ ହଠାତ୍ ବଡ଼ ଭୂମିକମ୍ପ ମଧ୍ୟରେ ସବୁଠାରୁ ଖରାପ ସ୍ଥିତି ୧୦ଟି ଷ୍ଟକ୍ ଇଣ୍ଡିଗୋ ସେୟାର (୨.୭୦ ପ୍ରତିଶତ), ଇଟରନାଲ୍ ସେୟାର (୧.୯୦%) ହ୍ରାସ ସହିତ କାରବାର କରୁଥିଲା । ଯାହା ବିଏସଇର ଲାର୍ଜ କ୍ୟାପ୍ ବର୍ଗରେ ଅନ୍ତର୍ଭୁକ୍ତ । ଏହା ସହିତ ମିଡକ୍ୟାପ୍ ବର୍ଗରେ ଜିଭିଟି ଆଣ୍ଡ ଡି ସେୟାର (୩.୧୦%) ଗୋଦରେଜ ପ୍ରପର୍ଟିଜ୍ (୩%), ଏମଏଫଏସଏଲ୍ ସେୟାର (୨.୯୦%), ଟିଆଇ ଇଣ୍ଡିଆ ସେୟାର (୨.୫୦%) ଖସି ଯାଇଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସ୍ମଲ୍ କ୍ୟାପ୍ ବର୍ଗ ବିଷୟରେ କହିବାକୁ ଗଲେ, ଏଠାରେ ମଧ୍ୟ ଅଧିକାଂଶ ଷ୍ଟକ୍ ରେଡ୍ ଜୋନରେ କାରବରା କରୁଥିବା ଦେଖିବାକୁ ମିଳିଥିଲା । କେଏଫଆଇଏନ ସେୟାର (୩.୪୫%), ବ୍ରେଗେଡ୍ ସେୟାର (୩%) ଏବଂ ଚୋଲା ହୋଲ୍ଡିଂସ୍ ସେୟାର (୨.୫୦%) କାରବାର କରୁଥିଲା ।

ଏହା ବି ପଢନ୍ତୁ...US-Iran War: ଇରାନ୍- ଆମେରିକା ମଧ୍ୟରେ ଘମାଘୋଟ ଲଢେଇ,ଜଳୁଛି ଜୋର୍ଡାନ-ବାହାରିନ,ତେହେରାନର ୧୦ ଠିକଣା ଧ୍ୱସ୍ତ

ପୁଣି ଥିରେ ଯୁଦ୍ଧ ମୁଡରେ ଅଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହୋର୍ମୁଜ ଉପରେ ଆମେରିକା ପ୍ରୟା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିବା କହିବା ପରେ ବଜାରର ଉପରେ ପ୍ରଭାବ ପଡିଛି । ଷ୍ଟ୍ରେଟ୍ ଅଫ୍ ହୋମୁର୍ଜ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିର ସିଧାସଳଖ ପ୍ରଭାବ ଅଶୋଧିତ ତୈଳ ମୂଲ୍ୟ ଉପରେ ଦେଖିବାକୁ ମିଳିଛି । ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୬ ଡଲାରକୁ ବଢିଛି । ଡବ୍ଲୁଟିଆଇ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିତା ୯୨ ଡଲାରକୁ ବଢିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia