ହୋମ
ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ କାର୍ଯ୍ୟାଳୟର ଏନଫୋର୍ସମେଣ୍ଟ୍ ସ୍କ୍ୱାଡଙ୍କ ଚଢଉ- ଧାନ ବୋଝେଇ ଟ୍ରକ ଜବତ

ବୀରମହାରାଜପୁର ୨୭/୧ (ଆ.ପ୍ର)- ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ କାର୍ଯ୍ୟାଳୟର ଏନଫୋର୍ସମେଣ୍ଟ୍ ସ୍କ୍ୱାଡଙ୍କ ଦ୍ୱାରା ଜାନୁଆରୀ ୨୬ ତାରିଖରେ ରାତ୍ରୀକାଳୀନ ଚଢ଼ାଉ କରାଯାଇଥିଲା । ଏହି ସମୟରେ ନୟାଗଡ଼ ଜିଲ୍ଲାରୁ ଆସୁଥିବା ଏକ ଧାନ ବୋଝେଇ ଗାଡ଼ି (ନଂ OD 07F 9259 ) କୁ ଜବତ କରାଯାଇଛି । ଏଥିରୁ ୩୭୦ ବସ୍ତା ଧାନ ଜବତ କରାଯାଇଛି।
ଏହି ଧାନ ନୟାଗଡ଼ ଜିଲ୍ଲାରୁ ଲୋଡ଼ ହୋଇ କଦଳୀଗଡ଼ ଦେଇ ବରଗଡ଼ ଯାଉଥିବା ସମୟରେ ବୀରମହାରାଜପୁର ନିକଟସ୍ଥ ପିପିଲିକାନୀଠାରେ ଗାଡିକୁ ଯାଞ୍ଚ କରାଯାଇଥିବା ଜଣାପଡିଛି।ଏହି ଧାନ କାରବାରରେ ଅନିୟମିତତା ଦର୍ଶାଇ ବିନୋଦ ସାହୁଙ୍କଠାରୁ ୨୨୮.୧୦ କୁଇଣ୍ଟାଲ ଧାନ ଜବତ କରାଯାଇ ଗାଡି ସହ ଉଲୁଣ୍ଡା ସ୍ଥିତ ଏକ ରାଇସ ମିଲରେ ଜିମା ଦିଆଯାଇଛି।
ସୁବର୍ଣ୍ଣପୁର ଜିଲ୍ଲାରେ ଅନ୍ୟ ଜିଲ୍ଲାର ଧାନ ବେନିୟମଭାବେ ପଶୁଥିବା ଆଶଙ୍କା କରି ଏହି ଯାଞ୍ଚ ପ୍ରକ୍ରିୟା ବିଗତ କିଛି ଦିନ ହେଲା ଚାଲୁ ରହିଛି।ଏହି ଚଢ଼ାଉରେ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ ,ଅତିରିକ୍ତ ଯୋଗାଣ ଅଧିକାରୀ ସୁବୋଧ ହୋତା,ସହକାରୀ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ,ଉଲୁଣ୍ଡା ଯୋଗାଣ ନିରୀକ୍ଷକ ଶ୍ରୀ ରାଜ କିଶୋର ନାୟକ,ବୀରମହରାଜପୁର ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ ପ୍ରମୁଖ ସାମିଲ ଥିଲେ।