Dailyhunt
Subhadra Yojana: ବଞ୍ଚିତ ସୁଭଦ୍ରା ହିତାଧିକାରୀଙ୍କୁ ଖାତାକୁ ଗଲା ଟଙ୍କା, ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ବାଣ୍ଟିଲେ ଉପମୁଖ୍ୟମନ୍ତ୍ରୀ

Subhadra Yojana: ବଞ୍ଚିତ ସୁଭଦ୍ରା ହିତାଧିକାରୀଙ୍କୁ ଖାତାକୁ ଗଲା ଟଙ୍କା, ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ବାଣ୍ଟିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୪/୦୫: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର। ବ୍ୟାଙ୍କ ଖାତାକୁ ଗଲା ସୁଭଦ୍ରା କିସ୍ତି। ବଞ୍ଚିତ ସୁଭଦ୍ରା ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ଟଙ୍କା ବଣ୍ଟାଯାଇଛି। ପ୍ରଥମ, ଦ୍ବିତୀୟ ଓ ତୃତୀୟ କିସ୍ତିରୁ ବଞ୍ଚିତ ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ମିଳିଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ପଠାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଆହୁରି ଲକ୍ଷେରୁ ଅଧିକ ହିତାଧିକାରୀଙ୍କ ପାଇଁ ବିଚାର ଚାଲିଛି। ଆଗକୁ ସେମାନଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା ପଠାଯିବ ବୋଲି ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୋମବାର ଦିନ ପାଖାପାଖି ୬୨ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ପଠାଯାଇଛ ଟଙ୍କା । ଏବେବି କିଛି ଫିଲ୍ଡ ଭେରିଫିକସନ ପାଇଁ ଅଟକି ରହିଛି । ପାଖାପାଖି ଏକ ଲକ୍ଷ ଫିଲ୍ଡ ଭେରିଫିକେସନ ଚାଲିଛି । ସେହିପରି ୩ ଲକ୍ଷ ୨୬ ହଜାର ନୂଆ ଆବେଦନ ଆମ ପାଖକୁ ଆସିସାରିଛି । ସୁଭଦ୍ରା ହେଲ୍ପ ଡେସ୍କରେ ଥିବା ଦୁଇ ଜଣଙ୍କ କର୍ମଚାରୀଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସବୁ ମହିଳାଙ୍କ ପାଖରେ ସୁଭଦ୍ରା ରାଶି ପହଞ୍ଚିଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ବାକି ପଡିଥିବା ସୁଭଦ୍ରା ଟଙ୍କା ଆଜି ମହିଳାଙ୍କ ଖାତାକୁ ଗଲା । ଆଜି ବହୁତ ବଡ଼ ଦିନ। ବିଜେପିର ସରକାର ତିନି ରାଜ୍ୟରେ ଆସିଛି ଓ ଆଜି ଆମ ରାଜ୍ୟରେ ବକେୟା ସୁଭଦ୍ରା ଟଙ୍କା ମହିଳାଙ୍କ ଖାତାକୁ ଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia