Dailyhunt
Subhadra Yojana: ସୁଭଦ୍ରା ନୂଆ ପଞ୍ଜୀକରଣ ପାଇଁ ଆଜି ଶେଷ ତାରିଖ, ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ମିଳିବ ଡବଲ କିସ୍ତି

Subhadra Yojana: ସୁଭଦ୍ରା ନୂଆ ପଞ୍ଜୀକରଣ ପାଇଁ ଆଜି ଶେଷ ତାରିଖ, ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ମିଳିବ ଡବଲ କିସ୍ତି

ଭୁବନେଶ୍ୱର, ୩୦/୦୪: ଏପ୍ରିଲ ୧ରୁ ଚାଲିଥିବା ସୁଭଦ୍ରା ନୂତନ ପଞ୍ଜୀକରଣ ପ୍ରକ୍ରିୟା ଆଜି ଶେଷ ହେବ । ଯେଉଁମାନେ କୌଣସି କାରଣରୁ ଆବେଦନ କରିପାରି ନାହାନ୍ତି, ସେମାନେ କେବଳ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ନୂତନ ଆବେଦନ କରିବେ ।

ମାନଦଣ୍ଡ ଅନୁଯାୟୀ, ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା ସୁଭଦ୍ରାରେ ପଞ୍ଜୀକରଣ କରିପାରିବେ ।

ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣ କରାଯିବନାହିଁ । ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ସହାୟତା ପ୍ରଦାନ କରାଯିବ । ନୂଆ ଆବେଦନ ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି), ଆମ ସେବା କେନ୍ଦ୍ର (ଏଏସ୍‌କେ) ମାଧ୍ୟମରେ ପଞ୍ଜିକୃତ କରାଯାଉଛି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର (ଏଡବ୍ଲୁସି) ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ମିଳୁଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia