Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Sugar Purchase Limit : ଅନ୍‌ଲାଇନରୁ ଥରକେ କିଣିହେବ ୫ କିଲୋ ଚିନି, ଯୋଗାଣ ହ୍ରାସ ଓ ଦର ବୃଦ୍ଧିକୁ ଦେଖି ପଦକ୍ଷେପ

Sugar Purchase Limit : ଅନ୍‌ଲାଇନରୁ ଥରକେ କିଣିହେବ ୫ କିଲୋ ଚିନି, ଯୋଗାଣ ହ୍ରାସ ଓ ଦର ବୃଦ୍ଧିକୁ ଦେଖି ପଦକ୍ଷେପ

ନୂଆଦିଲ୍ଲୀ, ୨୮/୮ : ଚିନି କିଣାରେ କଟକଣା । ଉଭୟ ଅନ୍‌ଲାଇନ ଏବଂ ବଡ଼ ଫର୍ମାଟ ଅଫ୍‌ଲାଇନ ଷ୍ଟୋର ଗୁଡିକରେ ଏଭଳି କଟକଣା ଦେଖିବାକୁ ମିଳିଛି । ବ୍ଲିଙ୍କିଟ୍‌, ଜେପ୍ଟୋ ଭଳି କ୍ୱିକ କମର୍ସ ଆପ୍‌ଗୁଡିକରୁ ଏବେ ଗ୍ରାହକ ଗୋଟିଏ ଥରରେ ୨ରୁ ୫ କିଲୋ ଚିନି କିଣିପାରିବେ । ଦେଶରେ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଚିନି ଯୋଗାଣ ହ୍ରାସ ଏବଂ ଏହାର ଦର ଅଚାନକ ବଢ଼ିବା ଯୋଗୁ କ୍ୱିକ୍‌ କମର୍ସ କମ୍ପାନିଗୁଡିକ ଏଭଳି କଟକଣା ଲଗାଇଛନ୍ତି ।

ଡିମାର୍ଟ ଏବଂ ରିଲାଏନ୍ସ ମଧ୍ୟ ଚିନି କିଣାରେ କଟକଣା ଲଗାଇଛନ୍ତି । ଗ୍ରାହକ ଏହି କମ୍ପାନି ଗୁଡିକର ଷ୍ଟୋରରୁ ୨ରୁ ୩ କିଲୋ ଯାଏ ଚିନି କିଣିପାରିବେ ।

ପ୍ରମୁଖ ଚିନି ବ୍ରାଣ୍ଡ୍‌ ର ଜଣେ ବରିଷ୍ଠ ନିର୍ବାହୀ କହିଛନ୍ତି, ରିଟେଲର ମାନେ ଏବେ କଳାବଜାରୀ ରୋକିବା ଏବଂ ଗ୍ରାହକଙ୍କୁ ଚିନି ଉପଲବ୍ଧ କରାଇବା ଉପରେ ଏବେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ବିଗ୍‌ ବାସ୍କେଟରୁ ବିଭିନ୍ନ ବ୍ରାଣ୍ଡର ସର୍ବାଧିକ ୬ କିଲୋ ଯାଏ ଚିନି ନେଇପାରିବେ ଗ୍ରାହକ । ଇନ୍‌ଷ୍ଟାମାର୍ଟରୁ ୧ କିଲୋ ବିଶିଷ୍ଟ ୨ ପ୍ୟାକ ଏବଂ ୫ କିଲୋର ଗୋଟିଏ ପ୍ୟାକ୍‌ ନେଇପାରିବେ । ଖାଉଟି ବ୍ୟାପାର ବିଭାଗ ମୁତାବକ, ୨୬ ଅଗଷ୍ଟରେ ଦେଶରେ ଚିନିର ଖୁଚୁରା ମୂଲ୍ୟ ୬୫.୦୫ ଟଙ୍କା ଛୁଇଁଛି । ଗୋଟିଏ ମାସ ତଳେ ଏହାର ଦର ୪୮ ଟଙ୍କା ଥିଲା । ୩୦ ଦିନରେ ଚିନି ୩୫.୫% ମହଙ୍ଗା ହୋଇଛି । ଭୁବନେଶ୍ୱରରେ ଚିନିର ଖୁଚୁରା ଦର ୭୫ ଟଙ୍କା ଯାଏ ବିକ୍ରି ହେଉଛି । କୋଲକାତାରେ ଏହାର ଦର ୬୯ ଟଙ୍କା, ମୁମ୍ବାଇରେ ୬୮, ଭୋପାଳ ୬୭, ଜୟପୁର ୬୦ ଏବଂ ଲକ୍ଷ୍ନୌରେ ଦର ୬୪ ଟଙ୍କା ରହିଛି । ପାଇକାରୀ ବଜାରକୁ ଦେଖିଲେ, ଚିନି ଦର ୪୫ ଟଙ୍କାରୁ ୬୦.୩୬ ଟଙ୍କାକୁ ବଢ଼ିଛି ।

ପିଆଇବି ଆକଳନ ମୁତାବକ, ୨୦ ଜୁଲାଇରୁ ୨୦ ଅଗଷ୍ଟ ମଧ୍ୟରେ ଦର ୧୬% ବଢ଼ିଥିଲା । ଅଗଷ୍ଟ ମାସରେ ଗତ ଗୋଟିଏ ସପ୍ତାହରେ ଏହାର ଦର ଅହେତୁକ ବଢ଼ିଛି । ଚିନି ଦର ବଢ଼ିବା ଏବଂ ଯୋଗାଣ କମିବା ଲାଗି ୩ ପ୍ରମୁଖ କାରଣ ଦାୟୀ ରହିଛି । ଇଣ୍ଡିଆନ ସୁଗାର ଏବଂ ବାୟୋ ଏନର୍ଜି ମାନୁଫାକଚର୍ସ ଆସୋସିଏସନ (ଆଇଏସ୍‌ଏମ୍‌ଏ) ୨୦୨୫- ୨୬ ମାର୍କେଟିଂ ବର୍ଷ ଲାଗି ଇଥାନଲ ବ୍ଲେଣ୍ଡିଂ ପରେ ଚିନି ଉତ୍ପାଦନ ୨୭୯ ଲକ୍ଷ ଟନ୍‌ ରହିବା ନେଇ ଅନୁମାନ କରିଛି । ଘରୋଇ ବଜାରରେ ଚିନିର ବାର୍ଷିକ ଚାହିଦା ୨୮୦ ଲକ୍ଷ ଟନ୍‌ ରହିଥାଏ । ବର୍ଷ ଆରମ୍ଭରୁ ପ୍ରାୟ ୫୦ ଲକ୍ଷ ଟନ୍‌ ଚିନି ଉପଲବ୍ଧ ଥିଲା । ମାତ୍ର ଚାହିଦା ତୁଳନାରେ ଉତ୍ପାଦନ କମିବା ଆଶଙ୍କା ଯୋଗୁ ଯୋଗାଣ ଚେନ୍‌ ଉପରେ ଏହାର ବଡ଼ ପ୍ରଭାବ ରହିଛି ।

ଆହୁରି ପଢନ୍ତୁ- ଚିନି ୧୫ ଟଙ୍କା, ପିଆଜ ୮ ଟଙ୍କା ଶସ୍ତା; ସରକାରଙ୍କ କଡ଼ା ପଦକ୍ଷେପ ପରେ ଆସିଲା ନୂଆ ଦର

ଆଇଏସ୍‌ଏମ୍‌ଏ ମୁତାବକ, ସେପ୍ଟେମ୍ବର ସୁଦ୍ଧା ଦେଶରେ କ୍ଲୋଜିଂ ଷ୍ଟକ ୩୫ ଲକ୍ଷକୁ ହ୍ରାସ ହେବ । ଯାହା ଗତ ବର୍ଷ ତୁଳନାରେ ଢ଼େର କମ୍‌ । ରକ୍ଷାବନ୍ଧନ, ଗଣେଷ ଚତୁର୍ଥୀ, ନବରାତ୍ରି ଏବଂ ଦୀପାବଳୀ ସମୟରେ ମିଠା ଏବଂ ଚିନି ଆଧାରିତ ଖାଦ୍ୟ ସାମଗ୍ରୀ ଚାହିଦା ବଢ଼ିଥାଏ । ଏଭଳି ସମୟରେ କିଲୋ ପିଛା ଚିନି ଦର ୧୭ ଟଙ୍କା ବଢ଼ିବାରୁ ସାଧାରଣ ପରିବାର ଗୁଡିକ ଉପରେ ଏହାର ପ୍ରଭାବ ଦେଖାଯାଇଛି । ବଜାରରେ ଚିନି ଦର କମ୍‌ କରିବା ଲାଗି କେନ୍ଦ୍ର ସରକାର ଗତ ସପ୍ତାହରେ ୧୦ ଲକ୍ଷ ଟନ୍‌ ଚିନି ଆମଦାନିକୁ ମଞ୍ଜୁରି ଦେଇଛନ୍ତି । ଏହା ସହ ଅଧିକ ଚିନି କିଣୁଥିବା ବଡ ଗ୍ରାହକଙ୍କ ଲାଗି ଷ୍ଟକ ସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ସରକାର ରାଜ୍ୟ ଗୁଡିକୁ ନିର୍ଦ୍ଦେଶରେ କହିଛନ୍ତି ଯେ, ବଜାରର ସ୍ଥିତି ଉପରେ କଡା ନଜର ରଖାଯାଉ । କଳାବଜାରୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କୁହାଯାଇଛି । ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଚିନି ଡିଲର ଏବଂ ବ୍ୟବସାୟୀଙ୍କ ଲାଗି ଚିନି ଷ୍ଟକ ରଖିବା ନେଇ ସୀମା ନିର୍ଦ୍ଧାରଣ କରାଯାଇଛି । ମାସିକ ୧୦ ଟନ୍‌ ଯାଏ ଚିନି ବିକୁଥିବା ଡିଲର ୧୫ ଦିନରୁ ଅଧିକ ଷ୍ଟକ ରଖି ପାରିବେ ନାହିଁ । ଚିନି ଆମଦାନିକୁ ଟିକସ ମୁକ୍ତ କରାଯାଇଛି । ରପ୍ତାନି ଉପରେ ୩୦ ସେପ୍ଟେମ୍ବର ଯାଏ କଟକଣା ରହିଛି ।

ବାପଘରକୁ ଯିବାକୁ ଅନୁମତି ଦରକାର ନାହିଁ! | ପତ୍ନୀଙ୍କ ଉପରେ ଚାପ ପକାଇପାରିବେନି ସ୍ୱାମୀ​​​​​​​

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia