ଲକ୍ଷ୍ନୌ,୨୮/୦୮: ଜଣଙ୍କ ଘରୁ ଯଦି ଚୋରି ହୁଏ । ତେବେ ଚୋର କଣ ଚୋରି କରିଥିବ ବୋଲି ଆପଣଙ୍କ ମନକୁ ପ୍ରଥମେ ଆସେ ? ସୁନା ଗହଣ, ଟଙ୍କା ଅତି ବେଶୀରେ ଦାମୀ ଜିନିଷ ଚୋରି କରି ନେଇଥାନ୍ତି ଚୋର । ହେଲେଉତ୍ତରପ୍ରଦେଶର ସୀତାପୁରରେ ଏଭଳି ଏକ ଚୋରି ଘଟଣା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଚକିତ କରିଛି । ଇମଲିୟା ସୁଲତାନପୁର ଥାନା କ୍ଷେତ୍ରର ଉଦୟପୁର ଗାଁର ମଜରା କୋରିଆରେ ଚୋର ଏକ ଘରୁ ମୂଲ୍ୟବାନ ସାମଗ୍ରୀ ସହିତ ୩୦ କିଲୋ ଚିନି ଚୋରି କରିନେଇଛନ୍ତି ।
ସ୍ଥାନୀୟ ଅଞ୍ଚଳରେ ଏହି ଅଜବ ଚୋରିକୁ ନେଇ ଚର୍ଚ୍ଚା ଚାଲିଛି । ଏହି ଚୋରିକୁ ଚିନିର ବୃଦ୍ଧି ପାଉଥିବା ମୂଲ୍ୟ ସହିତ ଏହି ଅଞ୍ଚଳର ଲୋକମାନେ ଯୋଡ଼ୁଛନ୍ତି ।
ଗାଁର ବାସିନ୍ଦା ଚନ୍ଦ୍ରପାଲଙ୍କ ଅନୁସାରେ, ଦୁଇ ଦିନ ତଳେ ରାତିରେ ତାଙ୍କ ଘରେ ସମସ୍ତେ ଶୋଇଥିଲେ । ଏହି ସମୟରେ ଚୋର ଘରେ ପ୍ରବେଶ କଲେ ଏବଂ ପ୍ରଥମେ ମୂଲ୍ୟବାନ ସାମଗ୍ରୀ ସବୁକୁ ନେଲେ । ତା'ପରେ ରୁପା ଗହଣା, ହଳେ ରୁପା ପାଉଁଜି ଓ ହଳେ ସୁନାର ପେଣ୍ଡି ନେଇଗଲେ । କିନ୍ତୁ ଏତିକିରେ ସେମାନଙ୍କ ମନ ମାନିଲାନି । ଘରେ ଥିବା ପ୍ରାୟ ୩୦ କିଲୋ ଚିନି ବି ସାଙ୍ଗରେ ନେଇଗଲେ । ପରିବାର ସଦସ୍ୟ ସକାଳେ ଉଠି ଦେଖିଲେ, ଘରର ଜିନିଷପତ୍ର ଏଣେତେଣେ ପଡ଼ିଥିଲା । ଘରେ ଗହଣା ଓ ଚିନି ନ ଥିଲା । ଚନ୍ଦ୍ରପାଲ ତୁରନ୍ତ ପୁଲିସକୁ ସୂଚନା ଦେଲେ । ପୁଲିସ ଆଖପାଖ ଅଞ୍ଚଳରେ ଚୋରଙ୍କୁ ଖୋଜାଖୋଜି କରୁଛି । ୩୦ କିଲୋ ଚିନି ଚୋରି ସବୁଠୁ ଚର୍ଚ୍ଚାର ବିଷୟ ହୋଇଛି । ଗତ କିଛି ଦିନରେ ଚିନି ମୂଲ୍ୟ ବଢ଼ିବା ଯୋଗୁ ଚୋର ଏହି କାଣ୍ଡ କରିଥିବା ଲୋକେ ଆଲୋଚନା କରୁଛନ୍ତି ।
ଏହା ବି ପଢନ୍ତୁ...Sugar Purchase Limit : ଅନ୍ଲାଇନରୁ ଥରକେ କିଣିହେବ ୫ କିଲୋ ଚିନି, ଯୋଗାଣ ହ୍ରାସ ଓ ଦର ବୃଦ୍ଧିକୁ ଦେଖି ପଦକ୍ଷେପ
ଏହି ଘଟଣାରେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ୩୦ କିଲୋଗ୍ରାମ ଚିନି ଚୋରି । ସାଧାରଣତଃ ଚୋରି ଘଟଣାରେ ନଗଦ ଟଙ୍କା, ଅଳଙ୍କାର ଏବଂ ଦାମୀ ଜିନିଷକୁ ଟାର୍ଗେଟ କରାଯାଏ, କିନ୍ତୁ ଏହି ମାମଲା ଟିକେ ଅଲଗା । ଦୁର୍ବୃତ୍ତ ଚିନି ଚୋରି କରିବାକୁ ବି ପଛାଇନଥିଲେ । ଗତ କିଛି ଦିନ ମଧ୍ୟରେ ଚିନି ମୂଲ୍ୟ ବୃଦ୍ଧି ପାଇଁ ସ୍ଥାନୀୟ ଲୋକମାନେ ଏହି ଘଟଣାକୁ ଦାୟୀ କରୁଛନ୍ତି । ତେବେ ଚୋରମାନେ କାହିଁକି ଚିନି ଚୋରି କଲେ ତାହାର ପ୍ରକୃତ କାରଣ ପୁଲିସ ତଦନ୍ତ ପରେ ହିଁ ଜଣାପଡିବ । ବର୍ତ୍ତମାନ ଗାଁ ଓ ଆଖପାଖ ଅଞ୍ଚଳରେ ଚିନି ଚୋରି ଚର୍ଚ୍ଚାର ବିଷୟ ପାଲଟିଛି ।

