Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୁନା ଅଳଙ୍କାର ସଫା  କରିବା ବାହାନାରେ ଲୁଟ୍ ଘଟଣା :  ୨ ଲୁଟେରା ଗିରଫ

ସୁନା ଅଳଙ୍କାର ସଫା କରିବା ବାହାନାରେ ଲୁଟ୍ ଘଟଣା : ୨ ଲୁଟେରା ଗିରଫ

ଡବିଲ, ୯।୨ : ସୁନା ଗହଣା ସଫା କରି ନୂଆ ଭଳି ଚକ୍‌ମକ୍ କରିଦେବାର ପ୍ରଲୋଭନ ଦେଖାଇ ସାଧାରଣ ଲୋକଙ୍କୁ ଠକିବା ସହ ଲୁଟ୍ କରୁଥିବା ୨ ଜଣ ବିହାରୀ ଅଭିଯୁକ୍ତଙ୍କୁ ଚମ୍ପୁଆ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ବିହାରର ବେଗୁସରାଇ ଜିଲ୍ଲାର ରାଜକୁମାର ସାହା ଏବଂ ସହରସା ଜିଲ୍ଲାର ଜୱାହାର ସ୍ୱର୍ଣ୍ଣକାର।

ପୋଲିସର ସୂଚନା ଅନୁଯାୟୀ, ଏହି ଦୁଇ ଅଭିଯୁକ୍ତ ଚମ୍ପୁଆ ଓ ଆଖପାଖ ଅଞ୍ଚଳରେ ଦୀର୍ଘ ଦିନ ହେବ ସକ୍ରିୟ ଥିଲେ। ଏମାନେ ସହର ତଥା ଗାଁଗୁଡ଼ିକରେ ବୁଲି ମହିଳାମାନଙ୍କୁ ଟାର୍ଗେଟ୍ କରୁଥିଲେ। ପୁରୁଣା ସୁନା ଗହଣାକୁ କେମିକାଲ୍ ଓ ପାଉଡର ପକାଇ ସଫା କରିଦେବା ନାଁରେ ବିଶ୍ୱାସ ଜନ୍ମାଉଥିଲେ ଏବଂ ହାତସଫେଇ କରି ସୁନା ଠକି ନେଉଥିଲେ। କେବଳ ଏତିକି ନୁହେଁ, ପରିସ୍ଥିତି ଏବଂ ସୁଯୋଗ ଦେଖି କେତେକ ସ୍ଥାନରେ ସେମାନେ ବଳପ୍ରୟୋଗ କରି ଲୋକଙ୍କଠାରୁ ଲୁଟ୍ କରିଥିବା ନେଇ ମଧ୍ୟ ପୋଲିସ୍ ନିକଟରେ ଖବର ରହିଥିଲା। ମଙ୍ଗଳବାର ଏହି ଦୁଇ ଲୁଟେରା ଚମ୍ପୁଆର ଗୋଧୂଳି ଅଞ୍ଚଳରେ ବୁଲୁଥିଲେ। ଏ ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ମାତ୍ରେ ଚମ୍ପୁଆ ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରି ଉଭୟଙ୍କୁ କାବୁ କରିବାରେ ସଫଳ ହୋଇଥିଲା।

​​​​​​​ଆହୁରି ପଢନ୍ତୁ : ସନ୍ତାନ ଆଶାରେ ଗୁଣିଆ ଠାରୁ ଔଷଧ ଖାଇ ଦମ୍ପତିଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia