Dailyhunt
ସୁନ୍ଦରପଦାରେ ବିଭତ୍ସ ହତ୍ୟା, ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ବାମୀ

ସୁନ୍ଦରପଦାରେ ବିଭତ୍ସ ହତ୍ୟା, ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ବାମୀ

ଭୁବନେଶ୍ବର ୮।୪: ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ସ୍ତ୍ରୀ ତଣ୍ଟିକାଟି ହତ୍ୟା କଲା ସ୍ବାମୀ। ଅଭିଯୁକ୍ତ ସ୍ବାମୀ ଏବେ ପୁଲିସ ହେପାଜତରେ ଅଟକ ରହିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଅଭିଯୁକ୍ତ ଜଣକ ହେଲେ ଦେବରାୟ ଷଡଙ୍ଗୀ । ସେ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ ।

ଏଜି ଅଫିସରେ ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ଦେବରାୟ ଷଡ଼ଙ୍ଗୀ । ଗତ ୨ ବର୍ଷ ହେବ ସେ ଚାକିରିରୁ ଅବସର ନେଇଥିଲେ । ଅବସର ପରେ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘର କରି ରହୁଥିଲେ। ଗୋଟିଏ ବୋଲି ଝିଅକୁ ବିବାହ କରାଇଦେଇଛନ୍ତି ।

ତେବେ ବୁଧବାର ସକାଳେ ଅଭିଯୁକ୍ତ ଦେବରାୟ ଝିଅ ସହ ଫୋନ୍ ଯୋଗେ କଥା ହୋଇଥିଲେ । ମାଆର ଫୋନ୍ ରିଚାର୍ଜ କରିବାକୁ ଝିଅକୁ ସେ କହିଥିଲେ । ଦିନ ୧୨ଟା ପାଖାପାଖି ଝିଅ ଘର ପାତ୍ରପଡ଼ାକୁ ଯାଇ ସ୍ତ୍ରୀଙ୍କ ସୁନାଗହଣା ଏବଂ ଟଙ୍କା ଦେଇଦେଇ ଆସିଥିଲେ । ପରେ ପ୍ରାୟ ଗୋଟାଏ ସମୟରେ ପୋଲିସ ନିକଟରୁ ଝିଅକୁ ଫୋନ୍ ଯାଇଥିଲା ଯେ ତାଙ୍କ ମା' ଆଉ ନାହାନ୍ତି ।

ଏହି ଖବର ପାଇ ଘରେ ପହଞ୍ଚିଥିଲେ ଝିଅ । ବାପା ଡିପ୍ରେସନରେ ଥିଲେ ବୋଲି ତାଙ୍କ ଝିଅ କହିଥିଲେ । ଗତ ୧୦ ଦିନ ତଳେ ପ୍ରିୟମ୍ବଦା ସାନଭଉଣୀକୁ ଭଲ ଅଟା ଆଣିବାକୁ କହିଥିଲେ । ଆଜି ସାନଭଉଣୀ ତାଙ୍କ ସ୍ବାମୀଙ୍କ ସହିତ ଦେବରାଜଙ୍କ ଘରେ ପହଁଚିଥିଲେ ।

ବାହାରେ ପୋଲିସ ସେମାନଙ୍କୁ ଭିତରକୁ ଛାଡି ନଥିଲା । ପରିଚୟ ଦେବାପରେ ସେମାନେ ଭିତରକୁ ଯାଇଥିଲେ। ଅଭିଯୁକ୍ତକୁ ହେପାଜତକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia