Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Supreme Court : ଘୁଞ୍ଚିଲା DGP ନିଯୁକ୍ତି ଶୁଣାଣି; ସେପ୍ଟେମ୍ବର ୭ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

Supreme Court : ଘୁଞ୍ଚିଲା DGP ନିଯୁକ୍ତି ଶୁଣାଣି; ସେପ୍ଟେମ୍ବର ୭ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ଭୁବନେଶ୍ବର,୦୨/୧୦: ଘୁଞ୍ଚିଲା DGP ନିଯୁକ୍ତି ଶୁଣାଣି । ଓଡ଼ିଶା ପୁଲିସ ମହାନିର୍ଦ୍ଦେକ ନିଯୁକ୍ତି ସମ୍ପର୍କିତ ମାମଲା ଶୁଣାଣି ଘୁଞ୍ଚିଲା । ଆସନ୍ତା ୭ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ସୋମବାର ପର୍ଯ୍ୟନ୍ତ ମାମଲାକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ ।

ମାମଲାରେ ଆମିକସ୍ କ୍ୟୁରି ରାଜୁ ରାମଚନ୍ଦ୍ରନଙ୍କ ରିପୋର୍ଟ ଦାଖଲ ହୋଇଛି।

ତେବେ ଏହି ରିପୋର୍ଟ ଏପର୍ଯ୍ୟନ୍ତ ମାମଲାର ପକ୍ଷମାନଙ୍କ ପାଇଁ ଉପଲବ୍ଧ ହୋଇନଥିଲା। ଏହାକୁ ନେଇ ସଲିସିଟର ଜେନେରାଲ୍ ମେହେଟ୍ଟା ଖଣ୍ଡପୀଠଙ୍କୁ ଅଧିକ ସମୟ ଦେବାକୁ ଅନୁରୋଧ କରିଥିଲେ। ମେହେଟ୍ଟାଙ୍କ ଅନୁରୋଧକୁ ବିଚାର କରି ଖଣ୍ଡପୀଠ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଆସନ୍ତା ଶୁଣାଣିରେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଉପରେ ପକ୍ଷମାନଙ୍କ ମତ ଓ ଯୁକ୍ତି ଶୁଣାଯିବାର ସମ୍ଭାବନା ରହିଛି।

ଅଧିକ ପଢନ୍ତୁ- PUCC fine reduced : ଗାଡି ମାଲିକଙ୍କୁ ବଡ଼ ଆଶ୍ଵସ୍ତି, ପିୟୁସିସି ଜରିମାନା ରାଶି ହ୍ରାସ କଲେ ସରକାର

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia