ନୂଆଦିଲ୍ଲିୀ,୧।୬: ରୁଷ-ୟୁକ୍ରେନ୍ ଯୁଦ୍ଧରେ ରୁଷ ସେନା ପକ୍ଷରୁ ଲଢି ଜୀବନ ହରାଇଥିବା ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀରକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଓ ବୈଦେଶିକ ମନ୍ତ୍ରଣାଳୟ (ଏମ୍ଇଏ)କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ରୁଷରୁ ଭାରତ ଅଣାଯାଉଥିବା ୨୦ ଭାରତୀୟ ନାଗରିକଙ୍କ ଶବକୁ ତାଙ୍କ ପରିବାର ଲୋକଙ୍କୁ ଦେବା ପୂର୍ବରୁ ବାଧ୍ୟତାମୂଳକ ଭାବରେ ତାଙ୍କର ଡିଏନ୍ଏ ଟେଷ୍ଟ କରାଯାଉ,ଯାହାଫଳରେ ତାଙ୍କର ପରିଚୟ ସଠିକ୍ ଭାବରେ ଜଣାପଡିବ।
ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ (ସିଜେଆଇ) ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି.ମୋହନଙ୍କ ଖଣ୍ଡପୀଠ ବୈଦେଶିକ ମନ୍ତ୍ରଣାଳୟକୁ ପୀଡିତଙ୍କ ପରିବାରର ସାହାଯ୍ୟ ପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବାର ନିର୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ବଡ଼ କଥା
ସୁପ୍ରିମକୋର୍ଟ କହିଛନ୍ତି, ବୈଦେଶିକ ମନ୍ତ୍ରଣାଳୟ ମୃତ ନାଗରିକଙ୍କ ଅବଶେଷ ପରିବାର ଲୋକଙ୍କ ସହ ଡିଏନ୍ଏ ଟେଷ୍ଟ କରାଯାଇଥିଲେ। ଡିଏନ୍ଏ ସାମ୍ପଲ ମ୍ୟାଚ୍ ହେବାପରେ ପାର୍ଥିବ ଶରୀର ଔପଚାରିକ ଭାବରେ ପରିବା ଲୋକଙ୍କୁ ଅନ୍ତିମ ସଂସ୍କାର ପାଇଁ ଦିଆଯିବ।
ମାଗଣା ଆଇନଗତ ସହାୟତା :କୋର୍ଟ ରାଜ୍ୟ ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି ଯେ, ପୀଡିତ ପରିବାରକୁ କ୍ଷତିପୂରଣ ଦାବି କରିବା ଓ ଡିଏନ୍ଏ ସାମ୍ପଲ ଦେବାର ପକ୍ରିୟା ପାଇଁ ଫ୍ରି ଆଇନଗତ ସହାୟତା ଉପଲବ୍ଧ କରାଯାଉ।
ଆଞ୍ଚଳିକ ଭାଷାର ସୂଚନା : କୋର୍ଟ ନିର୍ଦେଶ ଦେଇଛନ୍ତି, ବୈଦେଶିକ ମନ୍ତ୍ରଣାଳୟ କ୍ଷତି ପୂରଣ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ସବୁ ସୂଚନା ଓ ଦସ୍ତାବିଜ ପୀଡିତ ପରିବାରକୁ ତାଙ୍କର କ୍ଷେତ୍ରୀୟ/ସ୍ଥାନୀୟ ଭାଷାରେ ଉପଲବ୍ଧ କରାନ୍ତୁ, ଯାହା ଫଳରେ ତାଙ୍କୁ ବୁଝିବାରେ ସହଜ ହେବ।
ସରକାର ଦେଲେ ମୃତ ଏବଂ ନିଖୋଜ ଭାରତୀୟଙ୍କ ରିପୋର୍ଟ
କେନ୍ଦ୍ର ସରକାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କୁ ରୁଷ ସେନାରେ ସାମିଲ ହୋଇଥିବାର ଭାରତୀୟ ନାଗରିକଙ୍କ ତାହା ସୂଚନା ଜାରି କରିଛି।
ରୁଷ ସେନାରେ ସାମିଲ ହୋଇଥିବା ଭାରତୀୟ- ପ୍ରାୟ ୨୧୭ କିମ୍ବା ୨୧୯
କନଟ୍ରାକ୍ଟ ପୂର୍ବରୁ ମୁକ୍ତ- ୧୩୯
ମୃତ୍ୟୁ ନେଇ ସୂଚନା : ୫୧
ଭାରତ ଅଣାଯାଇଥିବା ପାର୍ଥିବ ଶରୀର :୨୯
ରୁଷରେ ସ୍ଥାନୀୟ ସ୍ତରରେ ଅନ୍ତିମ ସଂସ୍କାର :୨
ଭାରତ ଅଣାଯାଉଥିବା ବାକି ଶବ :୨୦
ନିଖୋଜ କିମ୍ବା ଯାହାଙ୍କର ସନ୍ଧାନ ଜାରି ହିଛି ୨୯ ( ତାଙ୍କ ଭିତରୁ ୫ ଜଣ ରୁଷର ଏବଂ ୨୪ ଜଣଙ୍କ ତଲାସୀ ଜାରି ରହିଛି )
କାହିଁକି ଉଠିଲା ଡିଏନ୍ଏ ପ୍ରସଙ୍ଗ ?
ଆବେଦନକାରୀଙ୍କ ପକ୍ଷରୁ ହାଜର ଓକିଲ କୋର୍ଟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ କ୍ଷେତ୍ରରୁ ଆସୁଥିବା କଫିନରେ କେବଳ କଙ୍କାଳନ ଓ କ୍ଷତବିକ୍ଷତ ଅବଶେଷ ମିଳିଛି, ଯାହାଫଳରେ ବିନା ଡିଏନ୍ଏ ଯାଞ୍ଚରେ ପରିବାର ଲୋକଙ୍କ ପାଇଁ ଏହି ପରିଚୟ ଅସମ୍ଭବ ଯେ, ଅବଶେଷ ତାଙ୍କ ସମ୍ପର୍କୀୟଙ୍କ କି ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ଆଡିସନାଲ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟି ସ୍ପଷ୍ଟ ମନା କରିଛନ୍ତି ଯେ, ଭାରତ ସରକାର ପୂର୍ବରୁ ହିଁ ମସ୍କୋ ସ୍ଥିତ ଭାରତୀୟ ଦୂତାବାହସ ଜରିଆରେ ଡିଏନ୍ଏ ସାମ୍ପଲ ଏକାଠି କରୁଛନ୍ତି ଓ ବିନା ମ୍ୟାଚ୍ କୌଣସି ମୃତଦେହ ଦିଆଯିବ ନାହିଁ।
ଆହୁରି ପଢନ୍ତୁ : ATF Price Hike: ଏୟାରଲାଇନ୍ସ ଉପରେ ମହଙ୍ଗା ଭାର ! ବଢ଼ିଲା ATF ମୂଲ୍ୟ, ଟିକେଟ୍ ଦର ଉପରେ ପଡ଼ିପାରେ ପ୍ରଭାବ

