Dailyhunt
ସୂର୍ଯ୍ୟଙ୍କ ଅର୍ଦ୍ଧଶକୀୟ ପାଳି, ଦିଲ୍ଲୀକୁ ୧୬୩ ରନର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

ସୂର୍ଯ୍ୟଙ୍କ ଅର୍ଦ୍ଧଶକୀୟ ପାଳି, ଦିଲ୍ଲୀକୁ ୧୬୩ ରନର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ : ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଚଳିତ ଆଇପିଏଲର ଅଷ୍ଟମ ମ୍ୟାଚରେ ଦିଲ୍ଲୀକୁ ୧୬୩ ରନର ବିଜୟ ଲକ୍ଷ୍ୟ ଦେଇଛି ମୁମୁମ୍ବାଇ ଇଣ୍ଡିଆନ । ୬ ଓ୍ବିକେଟ ବିନିମୟରେ ମମ୍ବାଇ ଇଣ୍ଡିଆନ୍ସ ୧୬୨ ରନ କରିବା ପାଇଁ ସକ୍ଷମ ହୋଇଛି । ଦଳ ପକ୍ଷରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୬ ବଲରୁ ୫୧ ରନର ପାଳି ଖେଳିଥିବାବେଳେ ରୋହିତ ଶର୍ମା ୨୬ ବଲରୁ ୩୫ ରନ୍ କରିଛନ୍ତି ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଦିଲ୍ଲୀ । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିଥିବାବେଳେ ୬ ଓ୍ବିକେଟ୍ ହରାଇ ୧୬୨ ରନ କରିବାରେ ସକ୍ଷମ ହୋଇଛି । ଆଜି ଦଳର ଓପନର ବ୍ୟାଟ୍ସମ୍ୟାନ୍ ରିକଲଟନ୍ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ । ଏହାସହ ତିଲକ ବର୍ମା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ରୋହିତ-ସୂର୍ଯ୍ୟକୁମାର ଯୋଡ଼ି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ମାତ୍ର ଉଭୟ ଆଉଟ୍ ହେବା ପରେ ରଦରଫୋର୍ଡ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ ।

​​​​​​​

ମୁମ୍ବାଇର ବାକି ଖେଳିଳାଳିଙ୍କ ମଧ୍ୟରେ ନମନ ଧିର ୨୧ ବଲରୁ ୨୮ ରନ କରିଛନ୍ତି । ସେପଟେ ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ଲୁଙ୍ଗି ନିଙ୍ଗଡ଼ି, ଅକ୍ଷର ପଟେଲ, ବିପରାଜ ନିଗମ ଏବଂ ଟି.ନଟରାଜନ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି । ସେପଟେ ଦଳ ପକ୍ଷରୁ ଚାଇନାମ୍ୟାନ ଭାବେ ଜଣାଶୁଣୁ କୁଲଦୀପ ଯାଦବ ଓ୍ବିକେଟ୍ ଲେସ୍ ଯାଇଛନ୍ତି । ମୁମ୍ବାଇ ପକ୍ଷରୁ ଶେଷ ଓଭର ଗୁଡ଼ିକରେ ସ୍କୋର କରିଥିଲେ ମିଚେଲ ସାଣ୍ଟନର । ସେ ୧୩ ବଲରୁ ୧୮ ରନ କରିଥିବାବେଳେ ବୋସ ୪ ବଲରୁ ୧୧ ରନ୍ ମଧ୍ୟ କରିଛନ୍ତି । ଯାହାକି ଦଳକୁ ୧୬୨ ସ୍କୋରରେ ପହଞ୍ଚଇେବାରେ ସହାୟକ ହୋଇଛି ।

ଏହାସହ ପଢ଼ନ୍ତୁ : କାମ କରୁନି ମିଷ୍ଟ୍ରି ବୋଲିଂ, ଧୂଲେଇ କରୁଛନ୍ତି ବ୍ୟାଟ୍ସମ୍ୟାନ୍

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia