Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Taliban offer: ୧ ଟ୍ରିଲିୟନ୍ ଡଲାରର ମେଗା ଅଫର୍, ତାଲିବାନର ବଡ଼ ସର୍ତ୍ତ ! ଆମେରିକା ହଟାଇବ କି କଟକଣା ?

Taliban offer: ୧ ଟ୍ରିଲିୟନ୍ ଡଲାରର ମେଗା ଅଫର୍, ତାଲିବାନର ବଡ଼ ସର୍ତ୍ତ ! ଆମେରିକା ହଟାଇବ କି କଟକଣା ?

ନୂଆଦିଲ୍ଲୀ, ୧।୯: ଆଫଗାନିସ୍ତାନର ତାଲିବାନ ସରକାର ଏବେ ଆମେରିକା ସହ ସମ୍ପର୍କ ସୁଧାରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି । ତାଲିବାନ କ୍ଷମତାକୁ ଫେରିବାର ପ୍ରାୟ ୫ ବର୍ଷ ପରେ, ଆମେରିକା ଦ୍ୱାରା ଲଗାଯାଇଥିବା କଠୋର ଆର୍ଥିକ କଟକଣା ହଟାଇବା ଏବଂ ଜବତ ହୋଇଥିବା ପାଣ୍ଠି ଫେରସ୍ତ ପାଇଁ ତାଲିବାନ ଏକ ବିଶାଳ ଆର୍ଥିକ ପ୍ରସ୍ତାବ ଆଗତ କରିଛି ।

ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ଆମେରିକା ସରକାରଙ୍କୁ ତାଲିବାନ ପ୍ରାୟ ୧ ଟ୍ରିଲିୟନ ଡଲାର ମୂଲ୍ୟର ଆକର୍ଷଣୀୟ ନିବେଶ ଅଫର ଦେଇଛି । 'ଫାଇନାନ୍ସିଆଲ ଟାଇମ୍ସ'କୁ ଦେଇଥିବା ଏକ ସାକ୍ଷାତକାରରେ ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତାକୀ କହିଛନ୍ତି ଯେ, ଆଫଗାନିସ୍ତାନ ଖନନ, ଭିତ୍ତିଭୂମି, କୃଷି ଏବଂ ବାଣିଜ୍ୟ କ୍ଷେତ୍ରରେ ଆମେରିକୀୟ ନିବେଶକୁ ସ୍ୱାଗତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଗତ ୨୦ ବର୍ଷର ଯୁଦ୍ଧକୁ ପଛରେ ପକାଇ ଭବିଷ୍ୟତର ସହଯୋଗ ଆଧାରରେ ଦୁଇ ଦେଶର ସମ୍ପର୍କକୁ ଦେଖାଯିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି ।

୧ ଟ୍ରିଲିୟନ ଡଲାରର ଅଫର ଏବଂ ସର୍ତ୍ତ:

ଆଫଗାନିସ୍ତାନରେ ଥିବା ବିପୁଳ ପ୍ରାକୃତିକ ସମ୍ପଦର ଉତ୍ସବ୍ୟବହାର ପାଇଁ ତାଲିବାନ ଆମେରିକୀୟ କମ୍ପାନୀଗୁଡ଼ିକୁ ନିମନ୍ତ୍ରଣ କରିଛି । ଦେଶରେ ଥିବା ଲିଥିୟମ, ତମ୍ବା, ଲୁହା, କୋବାଲ୍ଟ, ସୁନା ଏବଂ ବିରଳ ମୃତ୍ତିକା ଖନନ ପାଇଁ ଆମେରିକାକୁ ସୁଯୋଗ ଦିଆଯିବ । ଆମେରିକୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଅନୁଯାୟୀ ଏହି ସମ୍ପଦର ମୂଲ୍ୟ କମରେ କମ ୧ ଟ୍ରିଲିୟନ ଡଲାର । କେବଳ ଖଣି ନୁହେଁ, ଦେଶର ଭିତ୍ତିଭୂମି ବିକାଶ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟରେ ନିବେଶ ପାଇଁ ଦ୍ୱାର ଖୋଲାଯାଇଛି । ଏହି ବ୍ୟବସାୟିକ ସମ୍ପର୍କ ବଦଳରେ ତାଲିବାନ ସର୍ତ୍ତ ରଖିଛି ଯେ, ଆମେରିକା କାବୁଲରେ ନିଜର ଦୂତାବାସ ପୁନର୍ବାର ଖୋଲୁ ଏବଂ କଟକଣା ହଟାଉ । ଦୂତାବାସର ସମ୍ପୂର୍ଣ୍ଣ ସୁରକ୍ଷା ଗ୍ୟାରେଣ୍ଟି ତାଲିବାନ ଦେବ ।

BRICS Summit: ଇରାନରୁ ଚାପ, ଟ୍ରମ୍ପଙ୍କ ଚେତାବନୀ; BRICSରେ ଭାରତ ପାଇଁ ବଡ଼ କୂଟନୈତିକ ଚ୍ୟାଲେଞ୍ଜ

କାହିଁକି ଏବଂ କେବେଠାରୁ ଲାଗିଛି ଆମେରିକୀୟ କଟକଣା ?

୯/୧୧ ଆତଙ୍କବାଦୀ ଆକ୍ରମଣ ପରେ, ୨୩ ସେପ୍ଟେମ୍ବର ୨୦୦୧ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ. ବୁଶ ଏକ କାର୍ଯ୍ୟକାରୀ ଆଦେଶ ବଳରେ ତାଲିବାନକୁ 'ସ୍ୱତନ୍ତ୍ର ନିର୍ଦ୍ଦିଷ୍ଟ ବିଶ୍ୱ ଆତଙ୍କବାଦୀ' ଭାବେ ଘୋଷଣା କରି କଠୋର ପ୍ରତିବନ୍ଧକ ଲଗାଇଥିଲେ । ଅଗଷ୍ଟ ୨୦୨୧ରେ ତାଲିବାନ ପୁନର୍ବାର କ୍ଷମତାସୀନ ହେବା ପରେ, ଆମେରିକା ଏହି ଆଇନଗତ ଦର୍ଜା ବ୍ୟବହାର କରି ଆଫଗାନିସ୍ତାନର ୯.୫ ବିଲିୟନ ଡଲାରର ସରକାରୀ ପାଣ୍ଠିକୁ ଜବତ କରିନେଇଥିଲା । ଆମେରିକୀୟ ଆଇନ (IEEPA) ଅନୁଯାୟୀ, କୌଣସି ଆମେରିକୀୟ ନାଗରିକ, ବ୍ୟାଙ୍କ କିମ୍ବା ବହୁରାଷ୍ଟ୍ରୀୟ କମ୍ପାନୀ ତାଲିବାନ ସହ ଟଙ୍କାଟିଏର ବି କାରବାର କଲେ, ସେମାନଙ୍କ ଉପରେ ଲକ୍ଷାଧିକ ଡଲାରର ଜରିମାନା ସହ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ପ୍ରାବଧାନ ରହିଛି । ଏବେ ଆମେରିକା ଏହି ବିଶାଳ ଖଣିଜ ସମ୍ପଦର ଅଫର ସ୍ୱୀକାର କରି କଟକଣା କୋହଳ କରୁଛି କି ନାହିଁ, ତାହା ଉପରେ ସାରା ବିଶ୍ୱର ନଜର ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia